ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»EPFO ର ବଡ଼ ନିଷ୍ପତ୍ତି! ସରକାର ସ୍ଥିର କଲେ PF ଉପରେ ସୁଧ ହାର; ଜାଣନ୍ତୁ ଏହି ବର୍ଷ କେତେ ହେବ ଲାଭ

EPFO ର ବଡ଼ ନିଷ୍ପତ୍ତି! ସରକାର ସ୍ଥିର କଲେ PF ଉପରେ ସୁଧ ହାର; ଜାଣନ୍ତୁ ଏହି ବର୍ଷ କେତେ ହେବ ଲାଭ

ଏପିଏଫଓ (EPFO) ଦେଶର ୬ କୋଟି ଲୋକଙ୍କୁ ଏକ ବଡ଼ ଆରାମ ଦେଇଛି । PF ଉପରେ ମିଳିଥିବା ସୁଧ ହାରରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ନାହିଁ । ଅର୍ଥାତ୍ ଆପଣ ଏହି ଆର୍ଥିକ ବର୍ଷରେ ମଧ୍ୟ ୮.୫ ପ୍ରତିଶତ ହାରରେ ସୁଧ ପାଇବେ ।

EPFO ର ବଡ଼ ନିଷ୍ପତ୍ତି! ସରକାର ସ୍ଥିର କଲେ PF ଉପରେ ସୁଧ ହାର; ଜାଣନ୍ତୁ ଏହି ବର୍ଷ କେତେ ହେବ ଲାଭ
ସରକାର ସ୍ଥିର କଲେ PF ଉପରେ ସୁଧ ହାର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆଦିଲ୍ଲୀ: ଇପିଏଫଓ (EPFO) ଦେଶର ୬ କୋଟି ଲୋକଙ୍କୁ ଏକ ବଡ଼ ଆରାମ ଦେଇଛି । PF ଉପରେ ମିଳିଥିବା ସୁଧ ହାରରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇ ନାହିଁ । ଅର୍ଥାତ୍ ଆପଣ ଏହି ଆର୍ଥିକ ବର୍ଷରେ ମଧ୍ୟ ୮.୫ ପ୍ରତିଶତ ହାରରେ (EPFO fixes PF interest rates) ସୁଧ ପାଇବେ । ଆଜି କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନର (EPFO) କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ଶ୍ରୀନଗର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ PF ରାଶି ଉପରେ ସୁଧ ହାର ଘୋଷଣା କରେ ।

ଗତ ବର୍ଷ ମାର୍ଚ୍ଚରେ ଇପିଏଫଓ ସୁଧ ହାରକୁ ୮.୫ ପ୍ରତିଶତକୁ ହ୍ରାସ କରିଥିଲା । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ PF ଉପରେ ସୁଧ ହାର ୨୦୧୨-୧୩ ପରେ ସର୍ବନିମ୍ନ ସ୍ତର ଥିଲା ।

ପୂର୍ବରୁ ଆସିଥିଲା ଏହି ଖବର
ବୈଠକ ପୂର୍ବରୁ ଏହି ଖବର ଆସିଥିଲା ଯେ ସରକାର ଚଳିତ ବର୍ଷ PF ଉପରେ ସୁଧ ହାର ହ୍ରାସ କରିପାରନ୍ତି । କରୋନା ସଙ୍କଟ ସାରା ଦେଶରେ ବ୍ୟାପିଥିବାରୁ ଚଳିତ ବର୍ଷ ସରକାର ଚାକିରୀ କରୁଥିବା ଲୋକଙ୍କୁ ଚକିତ କରିପାରନ୍ତି । କିନ୍ତୁ ସରକାର ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି ।

ଶନିବାର ଦିନ ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ, ନୂତନ ପଞ୍ଜୀକରଣ ସଂଖ୍ୟା ୨୪% ବୃଦ୍ଧି ପାଇ ଡିସେମ୍ବରରେ ୧୨.୫୪ ଲକ୍ଷରେ ପହଞ୍ଚିଛି । ନଭେମ୍ବର ୨୦୨୦ ତୁଳନାରେ ଏହି ବୃଦ୍ଧି ୪୪ ପ୍ରତିଶତ ଅଧିକ । ଏହି ତଥ୍ୟ କୋଭିଡ -୧୯ ମହାମାରୀ (COVID-19) ମଧ୍ୟରେ ଏକ ଆନୁଷ୍ଠାନିକ କ୍ଷେତ୍ର ନିଯୁକ୍ତି ପରିସ୍ଥିତିକୁ ସୂଚିତ କରେ । ଶ୍ରମ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଇପିଏଫଓର ବେତନ ଆକଳନ ଅନୁଯାୟୀ ଡିସେମ୍ବର ୨୦୨୦ ରେ ନେଟ ଆଧାରରେ ୧୨.୫୪ ଲକ୍ଷ ଆକାଉଣ୍ଟଧାରୀ ବୃଦ୍ଧି ପାଇଛନ୍ତି । ଯାହା ଏକ ଭଲ ସଙ୍କେତ ଅଟେ ।

ଏପର୍ଯ୍ୟନ୍ତ PF ଉପରେ କେତେ ସୁଧ ହାର ରହିଆସିଛି-
>> ୨୦୨୦-୨୧ - ୮.୫ ପ୍ରତିଶତ
>> ୨୦୧୯-୨୦ - ୮.୫ ପ୍ରତିଶତ
>> ୨୦୧୮-୧୯ - ୮.୬୫ ପ୍ରତିଶତ
>> ୨୦୧୭-୧୮ - ୮.୫୫ ପ୍ରତିଶତ
>> ୨୦୧୬-୧୭ - ୮.୬୫ ପ୍ରତିଶତ
>> ୨୦୧୫-୧୬ - ୮.୮ ପ୍ରତିଶତ
>> ୨୦୧୩-୧୪ - ୮.୭୫ ପ୍ରତିଶତ
Published by: Jagdish Barik
First published: March 4, 2021, 4:16 PM IST