ବର୍ଷାରେ ଭିଜିବ ସାରା ଓଡିଶା; ଏପ୍ରିଲ୍ ୨୯ରୁ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ

ଗତ ବର୍ଷ ଠିକ୍ ଏପ୍ରିଲ ୨୯ରେ ଲଘୁଚାପ ସୃଷ୍ଟି ହୋଇ କ୍ରମେ ଘନୀଭୂତ ହୋଇଥିଲା । ମେ ପ୍ରଥମ ସପ୍ତାହରେ ସେହି ଲଘୁଚାପ ଫନୀ ବାତ୍ୟାର ରୂପ ନେଇ ମେ ୩ ତାରିଖରେ ଓଡ଼ିଶାରେ କରାଳ ରୂପ ଦେଖେଇଥିଲା ।

ବର୍ଷାରେ ଭିଜିବ ସାରା ଓଡିଶା; ଏପ୍ରିଲ୍ ୨୯ରୁ ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 25, 2020, 2:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଖରା ଓ ଗରମରେ ଗତ କିଛି ଦିନ ହେବ ସାରା ରାଜ୍ୟ ଆଉଟୁ ପାଉଟୁ ହେଉଥିବାବେଳେ ଆଗାମୀ କିଛି ଦିନ ତାତିରୁ ମିଳିବ ତ୍ରାହି । ଆସନ୍ତା ୨୯ ତାରିଖରେ ବଙ୍ଗୋପ ସାଗରରେ ସୃଷ୍ଟି ହେବ ଏକ ଲଘୁଚାପ ବଳୟ । ଏହାର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ଓ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମେ ଘନୀଭୂତ ହୋଇ ୱେଲ ମାର୍କ ଲୋ ପ୍ରେସର ଏରିଆ ରେ ପରିଣତ ହେବ। ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହା ସହ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ଏହି ଲଘୁଚାପ କ୍ଷେତ୍ରର ଗତି ପଥ କେଉଁ ଆଡକୁ ରହିବ ଓ ଏହା କେତେ ଘନୀଭୂତ ହେବ ତାହା ଲଘୁଚାପ ବଳୟ ସୃଷ୍ଟି ହେବା ପରେ ଜଣା ପଡିବ ବୋଲି ସ୍ପଷ୍ଟ କରାଯାଇଛି । ଓଡିଶାରେ ଏହାର ପ୍ରଭାବ କେତେ ମାତ୍ରାରେ ରହିବ ଓ କେଉଁ କେଉଁ ଜିଲ୍ଲା ଅଧିକ ପ୍ରଭାବିତ ହେବ ତାହା ମଧ୍ୟ ପରେ ସ୍ପଷ୍ଟ ହେବ । କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାରେ ୨ ମେ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପ୍ରାଥମିକ ସୂଚନାରୁ ଜଣାଯାଇଛି।

ପିର୍ବରୁ କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ ବୋଲି ଆକଳନ କରାଯାଇଥିବା ବେଳେ କିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ଅରେଞ୍ଜ ଆଲେର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଓଡିଶାରେ ହେବ ପ୍ରବଳ ବର୍ଷା । କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମରେ ପ୍ରବଳ ବର୍ଷା ଆଶଙ୍କା କରି ଅରେଞ୍ଜ ଆଲର୍ଟ  ଜାରି କରାଯାଇଛି । ବର୍ଷା ସାଙ୍ଗକୁ ଘଡଘଡି ବିଜୁଳି ଓ ୪୦ରୁ ୫୦ କିମି ବେଗରେ ପବନ ବହିବ ।

ଶନିବାର ଦିନ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସହ ଅନ୍ୟ ସମସ୍ତ ସ୍ଥାନରେ ସ୍ଵଳ୍ପରୁ ମାଧ୍ୟମ ଧରଣର ବର୍ଷା ହେବ। ଗତ ୨୪ ଘଣ୍ଟାରେ ଉତ୍ତର ଓଡିଶାରେ ବର୍ଷା ହୋଇଥିବା ବେଳେ କୋସାମଗୁଡା ରେ ସର୍ବାଧିକ ୫୭.୭, କେନ୍ଦ୍ରାପଡ଼ାରେ ୫୩ ଓ କୁଜଙ୍ଗ ଓ ତିର୍ତ୍ତୋଲ ରେ ୫୯ ମିମି ବର୍ଷା ରେକର୍ଡ ହୋଇଛି ।

ଗତ ବର୍ଷ ଠିକ ଏପ୍ରିଲ ୨୯ରେ ଲଘୁଚାପ ସୃଷ୍ଟି ହୋଇ କ୍ରମେ ଘନୀଭୂତ ହୋଇଥିଲା । ମେ ପ୍ରଥମ ସପ୍ତାହରେ ଲଘୁଚାପ ବାତ୍ୟାର ରୂପ ନେଇ ମେ ୩ ତାରିଖରେ ଓଡ଼ିଶାରେ କରାଳ ରୂପ ଦେଖେଇଥିବା ବେଳେ ଏବେ ଠାରୁ ବର୍ଷା ଡ଼ରାଇଲାଣି । ତେବେ ଓଡ଼ିଶାରେ ଏହା ବାତ୍ୟାର ପଦ ଧ୍ୱନି ନୁହେଁ ତ? ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଏକ ଡର ଦେଖିବାକୁ ମିଳିଛି । ଲଘୁଚାପ କେତେ ଘନୀଭୂତ ହେବ ଆଉ ଏହାର ପ୍ରଭାବ କେତେ ରହିବ ତାହା ଦେଖିବା ବାକି ଅଛି ।
First published: April 25, 2020, 2:02 PM IST
corona virus btn
corona virus btn
Loading