ସାର୍ଟିଫିକେଟ୍ ଫେରି ପାଇବା ପାଇଁ ମନରେଗା ଶ୍ରମିକ ସାଜିଲେ ଇଞ୍ଜିନିୟରିଂ ଡିପ୍ଲୋମା ପାସ୍ ଛାତ୍ରୀ

ଜଟଣୀ ନିକଟସ୍ଥ ଏକ ଇଞ୍ଜିନିଅରିଂ କଲେଜରେ ବକେୟା ଥିବା ୨୪,୫୦୦ ଟଙ୍କାର ଫି ଦେଇ ପାରୁ ନ ଥିବାରୁ ଲୋଜି ବେହେରାଙ୍କୁ ସାର୍ଟିଫିକେଟ୍ ଦେଉନାହାନ୍ତି କଲେଜ କର୍ତ୍ତୃପକ୍ଷ । ଟଙ୍କା ଯୋଗାଡ଼ କରିବାକୁ ଲୋଜି ମନରେଗା ଶ୍ରମିକ ସାଜିଛନ୍ତି ।

ସାର୍ଟିଫିକେଟ୍ ଫେରି ପାଇବା ପାଇଁ ମନରେଗା ଶ୍ରମିକ ସାଜିଲେ ଇଞ୍ଜିନିୟରିଂ ଡିପ୍ଲୋମା ପାସ୍ ଛାତ୍ରୀ
ଲୋଜି ବେହେରା; (ଡାହାଣ) ମନରେଗା ଶ୍ରମିକ ଭାବେ ସେ କାର୍ଯ୍ୟ କରୁଥିବାର ଦୃଶ୍ୟ
  • News18 Odia
  • Last Updated: January 28, 2021, 7:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଡେଲାଙ୍ଗ (ପୁରୀ): ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ଡିପ୍ଲୋମା ପାସ୍‌ କରିଥିବା ଜଣେ ଗରିବ ଛାତ୍ରୀଙ୍କ ପାଖରେ କଲେଜରୁ ନିଜ ସାର୍ଟିଫିକେଟ ମୁକୁଳାଇବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ନ ଥିବାରୁ ତାହା ଉପାର୍ଜନ କରିବା ପାଇଁ ସେ ନିଜ ହାତରେ କୋଦାଳ ଧରି କାମ କରୁଥିବା ଦେଖାଯାଇଛି । ମାହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ (ମନରେଗା) ରାସ୍ତା କାର୍ଯ୍ୟ କରୁଥିବା ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରାଙ୍କୁ ଦେଖି ଲୋକେ ଘରୋଇ ଶିକ୍ଷାନୁଷ୍ଠାନର ମନମାନି ଓ ସମାଜରେ ବ୍ୟାପ୍ତ ଅସମାନତା ବିଷୟରେ ଚିନ୍ତିତ ହୋଇଛନ୍ତି ।

ଚାଇଁପୁର ପଞ୍ଚାୟତର ବାସିନ୍ଦା ଲୋଜିଙ୍କ ସହ ରାସ୍ତା କାର୍ଯ୍ୟ କରୁଛନ୍ତି ତାଙ୍କ ସାନ ଭଉଣୀ ରୋଜି ଓ ମା’ ରୀତା ବେହେରା । ଲୋଜି ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟ ଷଣ୍ଢପୁର ସ୍ଥିତ ବରୁଣେଇ ଇନଷ୍ଟିଟ୍ୟୁଟ ଅଫ ଇଞ୍ଜିନିଅରିଂ ଆଣ୍ଡ୍‌ ଟେକ୍ନୋଲୋଜି ନାମକ ଘରୋଇ କଲେଜରେ ପଢ଼ା ସାରିବା ପରେ ଡିପ୍ଲୋମା ପାସ୍‌ କରିଥିଲେ । ହେଲେ କଲେଜର ବକେୟା ପାଉଣା ଦେବାକୁ ସେ ଅସମର୍ଥ ହୋଇଥିବା ଯୋଗୁଁ ତାଙ୍କ ସାର୍ଟିଫିକେଟ ଦେବାକୁ ରୋକ ଠୋକ ମନା କରି ଦେଇଥିଲେ କଲେଜ କର୍ତ୍ତୃପକ୍ଷ । କଲେଜରୁ ସାର୍ଟିଫିକେଟ ହାସଲ କରିବା ପାଇଁ ମନରେଗା ଯୋଜନାରେ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ ଲୋଜି, ତାଙ୍କ ଭଉଣୀ ଓ ମା’।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଜବ! ବାଘ ପରି ଦେଖିବାକୁ ଏହି କୁକୁର; ତାକୁ ଦେଖି ଲୋକେ ଭୟରେ ଦୌଡ଼ୁଛନ୍ତି

‘‘କଲେଜରେ ବକେୟା ଅଛି ୨୪,୫୦୦ ଟଙ୍କା । ମୋ’ ପାଖରେ ଏତେ ଟଙ୍କା ନାହିଁ । ମୋ’ ପାବା ମା’ ବି ଏତେ ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ । ତେଣୁ ବାଧ୍ୟ ହୋଇ ନିଜ ସାର୍ଟିଫିକେଟ ହାସଲ କରିବା ପାଇଁ ମୁଁ ମନରେଗାରେ ରାସ୍ତା କାମ କରୁଛି । ଟଙ୍କା ଯୋଗାଡ଼ କରି ସାର୍ଟିପିକେଟ ଆଣିବି । ଏଥି ପାଇଁ ମୋ’ ସହ ମୋ’ ଭଉଣୀ ରୋଜି ଓ ମା’ ବି ମନରେଗା ଶ୍ରମିକ ସାଜିଛନ୍ତି,’’ କହିଛନ୍ତି ଲୋଜି ।

ଲୋଜିଙ୍କ ସହ ତାଙ୍କର ଜଣେ କଲେଜ ସହପାଠୀ


ତାଙ୍କ ମା’ ଗୀତା ବେହେରା କହିଛନ୍ତି ଯେ ଲୋଜି ଡିପ୍ଲୋମା ଛାତ୍ରୀ ଭାବରେ ଅଧ୍ୟୟନ କରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସତ୍ତ୍ୱେ କଲେଜ କର୍ତ୍ତୃପକ୍ଷ ସାର୍ଟିଫିକେଟ୍‌ ନ ଦେବା ଘଟଣା ତାଙ୍କ ପରିବାରକୁ ବ୍ୟଥିତ କରିଛି । ଦୁଇ ଝିଅଙ୍କ ପାଠ ପଢ଼ାରେ ପରିବାର ଅନେକ ଟଙ୍କା ଖର୍ଚ୍ଚ କରିଥିବାରୁ ସେମାନଙ୍କ ପାଖରେ ସଞ୍ଚିତ ଧନ କିଛି ନାହିଁ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହେଲେ; ତାଙ୍କୁ ଆପୋଲୋ ହସପିଟାଲରେ ଭର୍ତ୍ତି କରାଗଲା

ମନରେଗା ଯୋଜନାରେ କାମ କରିବାକୁ ବାଧ୍ୟ ହୋଇଥିବା ଲୋଜିଙ୍କ ବିଷୟରେ ଜାଣିବା ପରେ ସରପଞ୍ଚ ପ୍ରଦୁମ୍ନ ପରିଡ଼ା ତାକୁ ସହଯୋଗ କରିବା ପାଇଁ ବ୍ୟବସ୍ଥା କରିବେ ଓ ପ୍ରଶାସନର ଦୁଷ୍ଟିକୁ ଆକର୍ଷଣ କରିବେ ବୋଲି କହିଛନ୍ତି । ‘‘ଅର୍ଥାଭାବ ଯୋଗୁଁ ଏହି ପାଠ ପଢ଼ୁଆ ଝିଅଟି ମନରେଗା କାମ କରିବାକୁ ବାଧ୍ୟ ହୋଇଛି । ଏହା ଏକ ଅସୁନ୍ଦର ଓ ଅନୁଚିତ କଥା । ହେଲେ ସେ ତା’ର ସାର୍ଟିଫିକେଟ କିଭଳି ଫେରି ପାଇବ ଓ ଉଚ୍ଚ ଶିକ୍ଷାରେ ଯେପରି ତା’ର କୌଣସି ବାଧା ନ ଉପୁଜିବ ସେଥି ପାଇଁ ମୁଁ ଚେଷ୍ଟା କରିବି,’’ କହିଛନ୍ତି ପରିଡ଼ା ।

ଲୋଜିଙ୍କ ବାପା ଲୋକନାଥ ବେହେରା ଓ ମା’ ଗୀତା ବେହେରା


ଲୋଜିର ମନରେଗା ଶ୍ରମିକ ପାଲଟିବା ଖବର ପାଇବା ପରେ ସ୍ଥାନୀୟ ବିଡିଓ ଓ ‘ଆମ ଓଡି଼ଶା’ ଏନ୍‌.ଜି.ଓ.ର ପ୍ରତିନିଧିମାନେ ଲୋଜିର ପରିବାରକୁ ଭେଟି ଆଶ୍ଵାସନା ଦେଇଛନ୍ତି ଓ ତୋକୁ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ।



‘‘ଲୋଜି କେମିତି ଖୁବ୍‌ ଶୀଘ୍ର ସାର୍ଟିଫିକେଟ ଫେରି ପାଇବ ତା’ର ବ୍ୟବସ୍ଥା କରାଯିବ,’’ କହିଛନ୍ତି ସ୍ଥାନୀୟ ବିଡିଓ କ୍ଷୀରୋଦ ପାଧାନ ।
Published by: Anand Shankar Thankur Das
First published: January 27, 2021, 11:03 PM IST