ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭିଜିଲାନ୍ସ ହାତରେ ଧରା ପଡ଼ିଥିବା କୁବେର ଇଞ୍ଜିନିୟର ପ୍ରତାପ ନିର୍ମାଣ କରିଥିଲେ ୨ଟି ବିଗ୍ ବଜେଟ୍ ଫିଲ୍ମ

ଭିଜିଲାନ୍ସ ହାତରେ ଧରା ପଡ଼ିଥିବା କୁବେର ଇଞ୍ଜିନିୟର ପ୍ରତାପ ନିର୍ମାଣ କରିଥିଲେ ୨ଟି ବିଗ୍ ବଜେଟ୍ ଫିଲ୍ମ

‘ରାଧାକୃଷ୍ଣ ପ୍ରଡକ୍ସନ’ ସଂସ୍ଥାରେ ୨୦୦୧ରେ ‘ବାଜି’ ଓ ୨୦୦୩ରେ ‘ନାରୀ ଆଖିରେ ନିଆଁ’ ନାମକ ଦୁଇଟି ସିନେମା ନିର୍ମାଣ ହୋଇଥିଲା। ଏହି ଦୁଇଟି ସିନେମାରେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ ନିର୍ମାତା ରୂପେ କାମ କରିଥିଲେ ।

ଭିଜିଲାନ୍ସ ହାତରେ ଧରା ପଡ଼ିଥିବା କୁବେର ଇଞ୍ଜିନିୟର ପ୍ରତାପ ନିର୍ମାଣ କରିଥିଲେ ୨ଟି ବିଗ୍ ବଜେଟ୍ ଫିଲ୍ମ
ଭିଜିଲାନ୍ସ ହାତରେ ଧରା ପଡ଼ିଥିବା କୁବେର ଇଞ୍ଜିନିୟର ପ୍ରତାପ ନିର୍ମାଣ କରିଥିଲେ ୨ଟି ବିଗ୍ ବଜେଟ୍ ଫିଲ୍ମ
  • News18 Odia
  • Last Updated: November 12, 2021, 3:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର (ଓପିଏଚ୍‌ଡବ୍ଲ୍ୟୁସି) ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲ ନିର୍ମାଣ କରିଛନ୍ତି ଦୁଇଟି ଓଡ଼ିଆ ଫିଲ୍ମ । ପତ୍ନୀ ସସ୍ମିତା ସାମଲଙ୍କୁ ଦୁଇଟି ଫିଲ୍ମରେ ପ୍ରଯୋଜିକା ଦାୟିତ୍ୱ ଦେଇଥିଲେ ପ୍ରତାପ । ନିଜେ ମଧ୍ୟ ଏକ ଫିଲ୍ମରେ କାର୍ଯ୍ୟକାରୀ ପ୍ରଯୋଜକ ଭାର ସମ୍ଭାଳିଥିଲେ ।
କେଉଁଠୁ ଟଙ୍କାର ଆଣି ସିନେମା ନିର୍ମାଣ ହୋଇଥିଲା, ସେ ନେଇ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ । ସେହି ଭଳି ଗିରଫ ପରେ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓ.ପି.ଏଚ୍‌.ଡବ୍ଲ୍ୟୁ.ସି ପକ୍ଷରୁ ସୂଚନା ମିଳିଛି ।

‘ରାଧାକୃଷ୍ଣ ପ୍ରଡକ୍ସନ’ ସଂସ୍ଥାରେ ୨୦୦୧ରେ ‘ବାଜି’ ଓ ୨୦୦୩ରେ ‘ନାରୀ ଆଖିରେ ନିଆଁ’ ନାମକ ଦୁଇଟି ସିନେମା ନିର୍ମାଣ ହୋଇଥିଲା। ଏହି ଦୁଇଟି ସିନେମାରେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ ନିର୍ମାତା ରୂପେ କାମ କରିଥିଲେ । ‘ନାରୀ ଆଖିରେ ନିଆଁ’ ଫିଲ୍ମରେ ପ୍ରତାପ ଥିଲେ କାର୍ଯ୍ୟକାରୀ ପ୍ରଯୋଜକ । ଏହି ଦୁଇଟି ସିନେମାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଓ ଟଙ୍କା କେଉଁଠୁ ଆଣି ସିନେମା କରିଥିଲେ ସେ ନେଇ ତଦନ୍ତ କରୁଛି ଭିଜିଲାନ୍ସ ।

ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ ପ୍ରତାପଙ୍କ ପ୍ରତିଟି ଦିଗକୁ ନେଇ ଏବ ତଦନ୍ତ ଆରମ୍ଭ ହୋଇଛି । ମିଳିଥିବା ସମ୍ପତ୍ତି ବାଦ୍ ସେ ଆଉ କେଉଁଠି ତାଙ୍କର ଟଙ୍କା ବିନିଯୋଗ କରିଛନ୍ତି, ସେ ନେଇ ଏବେ ତଦନ୍ତ ଚାଲିଛି । ଏବେ ଦୁଇଟି ଫିଲ୍ମି କରିଥିବା କଥା ସାମ୍ନାକୁ ଆସିଛି । ଏହି ଦୁଇଟି ସିନେମାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତାର ତଥ୍ୟ ତାଙ୍କ ପତ୍ନୀଙ୍କୁ ମଗାଯାଇଛି । କାରଣ ତାଙ୍କ ପତ୍ନୀ ଏହି ଦୁଇଟି ଫିଲ୍ମରେ ପ୍ରଯୋଜିକା ଥିଲେ । ସେହିପରି ଏହି ଦୁଇଟି ସିନେମାର କାମ କରିଥିବା ଷ୍ଟାରକାଷ୍ଟ କେତେ ଟଙ୍କା ନେଇଛନ୍ତି ଓ ଫିଲ୍ମ କେତେ ଟଙ୍କା ରୋଜଗାର କରିଥିଲା ସେ ସବୁ ତଥ୍ୟ ମାଗାଯାଇଛି।’’

ପ୍ରତାପ ଗିରଫ ପରେ ଓଡ଼ିଶା ପୋଲିସ ହାଉସିଂ ୱେଲଫେୟାର ପକ୍ଷରୁ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ପକ୍ରିୟା ଆରମ୍ଭ ହୋଇଛି । ଖୁବ୍ ଶିଘ୍ର ପ୍ରତାପଙ୍କୁ ସସପେଣ୍ଡ କରାଯିବ ବୋଲି ମିଳିଛି ଗ୍ରିନ୍ ସିଙ୍ଗନାଲ ଦେଇଛନ୍ତି ଓ.ପି.ଏଚ୍‌.ଡବ୍ଲ୍ୟୁ.ସି ସିଏମଡି ସଞ୍ଜୀବ ପଣ୍ଡା । କାରଣ ପ୍ରତାପ ୨୦୧୯ ଠାରୁ ବିଭାଗର ଡେପୁଟି ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ସୂଚନା ଅନୁସାରେ, ମଙ୍ଗଳବାର ଆୟବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରତାପଙ୍କ ଅଫିସ ସମେତ ୧୧ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଘରୁ ଜବତ ହୋଇଥିଲା ନଗଦ ୩୮ଲକ୍ଷ ୧୨ ହଜାର ଟଙ୍କା । ସେହିଭଳି ପ୍ରତାପଙ୍କ ଠାରୁ ଠାବ ହୋଇଛି ୨୫ଟି ଅସ୍ଥାବର ସମ୍ପତ୍ତି । ଯେଉଁଥିରେ ରହିଛି ୨୨ଟି ପ୍ଲଟ୍ ।

୨୨ ଘଣ୍ଟା ଧରି ଚଢ଼ାଉ କରିବା ପରେ ପ୍ରତାପଙ୍କ ପାଖରୁ ଠାବ ହୋଇଥିଲା ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କା ଆୟବର୍ହିଭୁତ ସମ୍ପତ୍ତି । ଯାହା ତାଙ୍କ ଆୟ ଠାରୁ ୧୦୨୧ ପ୍ରତିଶତ ଅଧିକ ବୋଲି ସ୍ପଷ୍ଟ କରିଥିଲା ଭିଜିଲାନ୍ସ । ପ୍ରତାପଙ୍କ ଠାରୁ ଏତେ ପରିମାଣର ସମ୍ପତି ଠାବ ହେବା ପରେ ତାଙ୍କର ବେଆଇନ୍ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିବାକୁ ଯୋଜନା କରିଛି।
Published by: Lipina Das
First published: November 12, 2021, 3:08 PM IST