ରାଜ୍ୟ ରାଜଧାନୀରେ ଏନକାଉଣ୍ଟର; ପୋଲିସ ଗୁଳିରେ ଘାଇଲା ହେଲା କୁଖ୍ୟାତ ଅପରାଧି ଚକରା

ଭୁବନେଶ୍ୱର ଖଣ୍ଡଗିରିଥାନା ଅନ୍ତର୍ଗତ ବରମୁଣ୍ଡା ମେଲଣ ପଡ଼ିଆରେ ବିଳମ୍ବିତ ରାତିରେ ଚକରା ତା'ର ୬ ରୁ ୭ ଜଣିଆ ଗ୍ୟାଙ୍ଗ ଧରି ଏକାଠି ହୋଇଥିଲା। ସେମାନେ ରାଜଧାନରେ ଏକ ବଡ଼ ଧରଣର ଅପରାଧ କରିବାକୁ ଯୋଜନା କରିଥିଲେ। ସମସ୍ତେ ଏକ ନାଲି ରଙ୍ଗର କାରରେ ଆସି ପଡ଼ିଆ ନିକଟରେ ଏକାଠି ହୋଇ ମଦ୍ୟପାନ କରିଥିଲେ।

ରାଜ୍ୟ ରାଜଧାନୀରେ ଏନକାଉଣ୍ଟର

ରାଜ୍ୟ ରାଜଧାନୀରେ ଏନକାଉଣ୍ଟର

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ପୋଲିସ ଅପରାଧି ଗୁଳି ବିନିମୟ। ପୋଲିସ ଉପରକୁ ଏକ ଅପରାଧୀ ଗ୍ୟାଙ୍ଗ ବୋମାମାଡ଼ କରିଥିବା ବେଳେ ପାଲଟା ଜବାବ ଦେଇଛି କମିଶନରେଟ ପୋଲିସ। ଯାହା ଫଳରେ ପୋଲିସ ଗୁଳିରେ ଆହତ ହୋଇଛି କୁଖ୍ୟାତ ଅପରାଧି ଚକରା ବାରିକ । ଚକରାର ଡାହାଣ ଗୋଡ଼ରେ ବାଜିଛି ଗୁଳି।

ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଦୁର୍ବୁତ୍ତଙ୍କ ବୋମାମାଡ଼ରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

ପୋଲିସ ସୂଚନା ଅନୁସାରେ, ଭୁବନେଶ୍ୱର ଖଣ୍ଡଗିରିଥାନା ଅନ୍ତର୍ଗତ ବରମୁଣ୍ଡା ମେଲଣ ପଡ଼ିଆରେ ବିଳମ୍ବିତ ରାତିରେ ଚକରା ତାର ୬ ରୁ ୭ ଜଣିଆ ଗ୍ୟାଙ୍ଗ ଧରି ଏକାଠି ହୋଇଥିଲା। ସେମାନେ ରାଜଧାନରେ ଏକ ବଡ଼ ଧରଣର ଅପରାଧ କରିବାକୁ ଯୋଜନା କରିଥିଲେ। ସମସ୍ତେ ଏକ ନାଲି ରଙ୍ଗର କାରରେ ଆସି ପଡ଼ିଆ ନିକଟରେ ଏକାଠି ହୋଇ ମଦ୍ୟପାନ କରୁଥିଲେ। ଖବର ପାଇ ଖଣ୍ଡଗିରି ଥାନା ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ଚକରା ପ୍ରଥମେ ବୋମା ମାଡ଼ କରିଥିଲା। ବୋମା ମାଡ଼ରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଚକରାକୁ ଚେକମେଣ୍ଟ ଦେବାକୁ ପୋଲିସ ପାଲଟା ଗୁଳି ଚାଳନା କରିଥିଲା।

ପୋଲିସ ଗୁଳିରେ ଘାଇଲା ହେଲା କୁଖ୍ୟାତ ଅପରାଧି ଚକରା


"ଚକରା ଦୀର୍ଘଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଅପରାଧ କରୁଥିଲା। ନିଜ ଗ୍ୟାଙ୍ଗ ଜରିଆରେ ବିଭିନ୍ନ ସ୍ଥାନରେ ଲୁଟ, ଡକାୟତି, ଚୋରି ଛିନ୍ନତାଇ ଘଟାଇ ଆସୁଥିଲା। ଏବେ ସୁଦ୍ଧା ତା ନାମରେ ବିଭିନ୍ନ ସ୍ଥାନରେ ୨୦ରୁ ଅଧିକ ମାମଲା ରହିଛି। ଗ୍ୟାଙ୍ଗରେ ଥିବା ସବୁ ଅପରାଧି ଜେଲ ଫେରନ୍ତା ବୋଲି ଜଣା ପଡ଼ିଛି। ପାଖାପାଖି ୧୦ରୁ ୧୨ ଜଣଙ୍କୁ ନେଇ ସେ ଗ୍ୟାଙ୍ଗ ଗଠନ କରିଛି। ଅନ୍ୟମାନକୁ ଧରିବା ପାଇଁ ଏବେ ଵିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା," କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଘଟଣା ସ୍ଥଳରୁ ଚକରା ଠାରୁ ଦୁଇଟି ଦେଶୀ ପିସ୍ତଲ, ୪ ରାଉଣ୍ଡ ଅଫୁଟା ଗୁଳି ଓ କିଛି ବୋମା ଜବତ ହୋଇଛି। ଅଫୁଟା ବୋମା ଗୁଡିକୁ ବମ୍ ସ୍କ୍ୱାର୍ଡ ଜରିଆରେ ପୋଲିସ ନିଷ୍କ୍ରିୟ କରିଥିବା ବେଳେ ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ ଆରମ୍ଭ କରିଛି। ତେବେ ଚକରା ବନ୍ଧୁକ କେଉଁଠୁ ଆଣିଥିଲା ତାହା ଜଣାପଡ଼ି ନଥିବା ବେଳେ ରାଜଧାନୀର କେଉଁ ଅଞ୍ଚଳରେ ଲୁଟପାଟ କରିବାକୁ ଯୋଜନା କରିଥିଲେ ସେ ନେଇ ତଦନ୍ତ ଚାଲିଥିବା ଖଣ୍ଡଗିରି ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
Published by:Lipina Das
First published: