ରାତି ଅଧରେ ଫୁଟିଲା ଗୁଳି; ପୋଲିସ ଗୁଳିର ଶିକାର ହେଲା ଦୁର୍ଦ୍ଦାନ୍ତ ଅପରାଧୀ

ବାଙ୍କୁଆଳ ନଦୀପଠାରେ ଜିତେନ୍ଦ୍ର ଆସୁଥିବା ସମୟରେ ପୋଲିସ ଧରିବାକୁ ଚେଷ୍ଟା କରିଥିଲା । ପୋଲିସକୁ ଦେଖି ପ୍ରଥମେ ଜିତେନ୍ଦ୍ର ଗୁଳି ଚଳାଇଥିଲା। ପରେ ପାଲଟା ଜବାବ ଦେଇଥିଲା ପୋଲିସ ।

ରାତି ଅଧରେ ଫୁଟିଲା ଗୁଳି

ରାତି ଅଧରେ ଫୁଟିଲା ଗୁଳି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଏନକାଉଣ୍ଟର(Encounter) । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇ(Jitendra Palei) ଆହତ। କୂଆଖାଇ ନଦୀପଠା ବାଳୁଆଳରେ ଗାଁ ମୁଣ୍ଡରେ ଜିତେନ୍ଦ୍ରଙ୍କୁ ଜଖମ କରିଛି କମିଶନରେଟ ପୋଲିସ(Commissionrate Police)ର ସ୍ପେଶାଲ ଟିମ । ଜିତେନ୍ଦ୍ର ଘର ଜଗତସିଂହପୁର ଜିଲ୍ଲାରେ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ରହିଆସୁଥିଲେ ।

ପୋଲିସ ସୂଚନା ଅନୁସାରେ, ଜିତେନ୍ଦ୍ର ଜଣେ ପେଶାଦାର ଅପରାଧୀ । ରାଜଧାନୀର ବିଭିନ୍ନ ଥାନାରେ ତା ନାମରେ ୫୦ରୁ ଅଧିକ ମାମଲା ରହିଛି।  ବିଶେଷ କରି ଲୁଟ, ଛିନତାଇ, ଡକାୟତି ଓ ବୋମାମାଡ଼ କରିବା ଭଳି ସଙ୍ଗିନ ଅପରାଧ ଜିତେନ୍ଦ୍ର ନାମରେ ରହିଛି । ଗତ କିଛିଦିନ ତଳେ ୟୁନିଟ-୪ ଅଞ୍ଚଳରେ ଥିବା ଏକ ସୁନା ଦୋକାନରେ ବୋମା ଫିଙ୍ଗି ଛୁ ମରିଥିଲା । ଏହି ଘଟଣାରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲା ବେଳେ  ଜିତେନ୍ଦ୍ରଙ୍କୁ ଚିହ୍ନଟ କରିଥିଲା ପୋଲିସ ।

ଜିତେନ୍ଦ୍ରଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଥିଲା ଖାରବେଳନଗର ଥାନା ପୋଲିସ । ଗୁଇନ୍ଦା ସୂତ୍ର ଅଧାରରେ ପୋଲିସ ଜାଣିବାକୁ ପାଇଲା ଜିତେନ୍ଦ୍ର ଶନିବାର ରାତିରେ ନିଆଳିରୁ ଭୁବନେଶ୍ୱର ବାଇକ ଯୋଗେ ଆସିବ , ତେଣୁ ପୋଲିସ ଆଗୁଆ ଛକି ବସିଥିଲା । ବାଙ୍କୁଆଳ ନଦୀପଠାରେ ଜିତେନ୍ଦ୍ର ଆସୁଥିବା ସମୟରେ ପୋଲିସ ତାକୁ ଧରିବାକୁ ଚେଷ୍ଟା କରିଥିଲା । ପୋଲିସକୁ ଦେଖି ପ୍ରଥମେ ଜିତେନ୍ଦ୍ର ଗୁଳି ଚଳାଇଥିଲା।  ପରେ ପାଲଟା ଜବାବ ଦେଇଥିଲା ପୋଲିସ । ଫଳରେ ପୋଲିସ ଗୁଳିରେ ଜିତେନ୍ଦ୍ର ଗୋଡ଼ରେ ବାଜିବା ପରେ ପଡି ଯାଇଥିଲା । ପରେ ତାକୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ ।

ନେଟୱାର୍କ ସମସ୍ଯା ନୁହେଁ, ନିଜ ଭୁଲ ପାଇଁ ଲାଗେନି କଲ; ୯୦% ଲୋକଙ୍କୁ ଜଣା ନାହିଁ ସତ


ଆହତ ଜିତେନ୍ଦ୍ରଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ଆଣି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ପରେ କଟକ ବଡ଼ ମେଡ଼ିକାଲକୁ ପଠା ଯାଇଛି । ତଦନ୍ତ ବେଳେ ଜଣା ପଡ଼ିଛି ଜିତେନ୍ଦ୍ର ସୁପାରୀ ନେଇ କାମ କରେ । ୟୁନିଟ-୪ ଅଞ୍ଚଳରେ ଥିବା ଶ୍ରୀ ସୁନା ଦୋକାନକୁ ସୁପାରି ନେଇ ବୋମାମାଡ଼ କରିଥିଲା । ତେବେ କିଏ ଓ କାହିଁକି ସୁପାରୀ ଦେଇଥିଲା ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଜିତେନ୍ଦ୍ରର ଅନ୍ୟ କେଉଁ ଜିଲ୍ଲାରେ ଅପରାଧିକ ରେକର୍ଡ ଅଛି କି ନାହିଁ ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ । ସେପଟେ ଦୀର୍ଘ ଦିନ ପରେ ଭୁବନେଶ୍ୱରରେ ଏନକାଉଣ୍ଟର ହେବା ଦ୍ୱାରା ଅନ୍ୟ ଅପରାଧିଙ୍କ ମନରେ ଛନକା ପସିଛି।
Published by:Soumya Das
First published: