ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀଙ୍କୁ ବିଦାୟ ଦେଲାବେଳେ ଭୋ ଭୋ ହୋଇ କାନ୍ଦିଲେ ସମସ୍ତେ

ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତଙ୍କର ନିକଟରେ ପଦୋନ୍ନତି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ କଟକ ମହାନଗର ନିଗମର ମନ୍ତ୍ରୀ ଭାବେ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି।

ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀଙ୍କୁ ବିଦାୟ ଦେଲାବେଳେ ଭୋ ଭୋ ହୋଇ କାନ୍ଦିଲେ ସମସ୍ତେ

ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀଙ୍କୁ ବିଦାୟ ଦେଲାବେଳେ ଭୋ ଭୋ ହୋଇ କାନ୍ଦିଲେ ସମସ୍ତେ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଢେଙ୍କାନାଳ: ଢେଙ୍କାନାଳ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଭୋ ଭୋ ହୋଇ କାନ୍ଦିଲେ କାଉନସିଲରଙ୍କ ଠାରୁ ନେଇ ଉପ ନଗରପାଳ ଓ ମହିଳା ସ୍ବଚ୍ଛସାଥୀ। ବିଗତ ୩୦ ବର୍ଷ ଭିତରେ ଜଣେ ଅଧିକାରୀଙ୍କୁ ଏଭଳି ଅଦ୍ଭୂତପୂର୍ବ ବିଦାୟ ସମସ୍ତଙ୍କୁ ଚକିତ କରିଦେଇଛି।

ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତଙ୍କର ନିକଟରେ ପଦୋନ୍ନତି କରାଯାଇଥିଲା। ବର୍ତ୍ତମାନ ତାଙ୍କୁ କଟକ ମହାନଗର ନିଗମର ମନ୍ତ୍ରୀ ଭାବେ ପଦୋନ୍ନତି ଦିଆଯାଇ ବଦଳି କରାଯାଇଛି। ଏଥିପାଇଁ ତାଙ୍କୁ ପୌର କାର୍ଯାଳୟର ସ୍ୱଚ୍ଛସାଥୀ ସ୍ୱଚ୍ଛକର୍ମୀ ଏସଡିଏ କର୍ମକର୍ତ୍ତା ଓ ଏସଏଚଜି ମହିଳାମାନଙ୍କ ପକ୍ଷରୁ ଏକ ବିଦାୟକାଳିନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।

ଏହି ସଭାରେ ଅତନୁଙ୍କୁ ପୌରସଂସ୍ଥାର ସମସ୍ତ କର୍ମଚାରୀ ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଜଣେ ଯୋଗ୍ୟ ଅଧିକାରୀଙ୍କୁ ବିଦାୟକାଳିନ ଏହି ସଭାରେ ସମସ୍ତେ ଭାବବିହ୍ୱଳ ହୋଇ ପଡ଼ିଥିଲେ। ମଞ୍ଚ ଉପରେ ବସିଥିବା ଉପ ନଗରପାଳଙ୍କ ଠାରୁ ନେଇ କାଉନସିଲର ଓ ମଞ୍ଚ ତଳେ ଥିବା ପୌରପାଳିକାର ଶତାଧିକ ମହିଳା ଓ ପୁରୁଷ ଭୋ ଭୋ ହୋଇ କାନ୍ଦୁଥିବାର ନଜର ଆସିଥିଲେ।

ଢେଙ୍କାନାଳ ପୌର ନିର୍ବାହୀ ଅଧିକାରୀ ଅତନୁ


ଢେଙ୍କାନାଳ ପୌରପାଳିକାର ନିର୍ବାହୀ ଅଧିକାରୀ ଭାବରେ ଅତନୁ ସାମନ୍ତ ପ୍ରାୟ ସାଢ଼େ ଚାରି ବର୍ଷ ହେବ ଦାୟିତ୍ୱ ତୁଲାଇ ଆସୁଥିଲେ। ନିଜର କର୍ତ୍ତବ୍ୟ ନିଷ୍ଠ ପାଇଁ ସେ ସହରବାସୀଙ୍କ ନିକଟରେ ଯେତିକି ଆଦରର ପାତ୍ର ହୋଇଥିଲେ ଜଣେ ଭଲ ମଣିଷ ଭାବରେ କର୍ମଚାରୀମାନଙ୍କ ନିକଟରେ ସେତିକି ପ୍ରିୟଭାଜନ ହୋଇ ପାରିଥିଲେ। ସେଥିପାଇଁ ଜଣେ ଦକ୍ଷ ଓ କର୍ତ୍ତବ୍ୟ ନିଷ୍ଠ ଅଧିକାରୀଙ୍କୁ ନିଜଠାରୁ ଦୁରେଇ ଦେବାର ଦୁଃଖକୁ କେହି ବି ସହ୍ୟ କରି ନପାରି କାନ୍ଦି ପକାଇଥିଲେ।

ନାରିଶକ୍ତି କିଭଳି ଜାଗ୍ରତ ହେବ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ତାଙ୍କର ଉନ୍ନତି ହେବ ସେଥିପାଇଁ ସବୁବେଳେ ଚିନ୍ତା କରିଥାନ୍ତି ସେ। ଢେଙ୍କାନାଳ ମ୍ୟୁନିସିପାଲିଟିର ସମସ୍ତ୨୩ ଗୋଟି ୱ।ର୍ଡର ପାଖାପାଖି ୩୦୦ରୁ ଅଧିକ ମହିଳା ମାନଙ୍କୁ ସ୍ବଚ୍ଛସାଥୀଠୁ ନେଇ ଜଳସାଥୀ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରରେ ଜୈବିକ ସାର ପ୍ରସ୍ତୁତ ଆଦିରେ କାମ ଯୋଗାଇ ଦେଇଥିଲେ।

ସରକାରଙ୍କ ଜାଗା ମିଶନ ଯୋଜନା ମାଧ୍ୟମରେ ସ୍ଲମ ଏରିଆରେ ଗରିବ ଲୋକଙ୍କୁ ପଟ୍ଟା ପ୍ରଦାନ କରିବା ନାରୀ ଶସକ୍ତିକରଣ ପାଇଁ ଅଣ୍ଟା ଭିଡିବା ସହରର ଡ୍ରେନେଜ ସିଷ୍ଟମରେ ସୁଧାର ଆଣିବା ଓ ରାସ୍ତାଘାଟ ସହ ମହମାରୀ କୋଭିଡ ସମୟରେ ସଠିକ ପରିଚାଳନା କରି ସେ ଢେଙ୍କାନାଳ ବାସୀଙ୍କର ପ୍ରିୟଭାଜନ ହୋଇ ପାରିଥିଲେ।

ଢେଙ୍କାନାଳ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଭୋ ଭୋ ହୋଇ କାନ୍ଦିଲେ ସମସ୍ତେ


ବିଗତ ଚାରି ବର୍ଷରୁ ଅଧିକ ସମୟ ଭିତରେ ନିଜର କର୍ତ୍ତବ୍ୟ ନିଷ୍ଟ କାମ ଓ ସଚ୍ଚୋଟ ଅଧିକାରୀ ଭାବରେ ଢେଙ୍କାନାଳ ବାସୀଙ୍କ ମନ କିଣିଛନ୍ତି ନିର୍ବାହୀ ଅଧିକାରୀ। ସ୍ଲମ ଏରିଆରେ ଉନ୍ନତିକରଣଠୁ ନେଇ ସହରକୁ ସ୍ୱଛ କରି ଗଢ଼ି ତୋଳିବା ପାଇଁ ଯେଉଁ ଯୋଜନା ସବୁ କରିଥିଲେ ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ଏଭଳି ଜଣେ ଅଫିସରଙ୍କୁ ଢେଙ୍କାନାଳ ବାସୀ ସବୁଦିନ ପାଇଁ ମନେ ରଖିବେ ବୋଲି କହିଛନ୍ତି ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର।

ସ୍ୱଚ୍ଛସାଥୀ ସୁରତୀ ବେହେରା କହିଛନ୍ତି, "ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଆମକୁ ନିଜ ପରିବାରର ସଦସ୍ୟ ଭଳି ସ୍ନେହ ଭଲପାଇବା ଦେଇ କାମ କରିବାକୁ ପ୍ରେରଣା ଦେଇଛନ୍ତି। ଆମେ ମଧ୍ୟ ତାଙ୍କୁ ନିଜ ବଡ ଭାଇ ଭଳି ସବୁବେଳେ ଭାବି ତାଙ୍କ କହିବା ମୁତାବକ କାମ କରିଥାଉ। ତାଙ୍କ ଭଳି ଜଣେ ଦକ୍ଷ ଓ ସଚ୍ଚୋଟ ଅଧିକାରୀଙ୍କୁ ଆମ ଠାରୁ ଦୂରେଇ ଯିବା ଆମକୁ ଅତ୍ୟନ୍ତ ମର୍ମାହତ କରୁଛି।"
Published by:Lipina Das
First published: