ଅକ୍ଟୋବରରେ ଶାରଳା ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ

ବିଶିଷ୍ଟ ଓଡ଼ିଆ କାଳ୍ପନିକ ଲେଖକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ଼ ଗୌରହରି ଦାସଙ୍କୁ ଚଳିତ ବର୍ଷ ସମ୍ମାନଜନକ ଶାରଳା ପୁରସ୍କାରର ୪୩ତମ ସଂସ୍କରଣ ପାଇବାକୁ ମନୋନୀତ କରାଯାଇଛି।

ଅକ୍ଟୋବରରେ ଶାରଳା ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ

ଅକ୍ଟୋବରରେ ଶାରଳା ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କାଳ୍ପନିକ ଲେଖକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ଼ ଗୌରହରି ଦାସଙ୍କୁ ଚଳିତ ବର୍ଷ ସମ୍ମାନଜନକ ଶାରଳା ପୁରସ୍କାରର ୪୩ତମ ସଂସ୍କରଣ ପାଇବାକୁ ମନୋନୀତ କରାଯାଇଛି।

୨୦୧୮ରେ ଟାଇମପାସ୍ ପ୍ରକାଶନ ଦ୍ୱାରା ପ୍ରକାଶିତ ତାଙ୍କର କ୍ଷୁଦ୍ରଗଳ୍ପ “ବାଘ ଓ ଅନନ୍ୟା ଗଳ୍ପ” ପାଇଁ ସେ ଏହି ପୁରସ୍କାର ଗ୍ରହଣ କରିବେ।

ଅକ୍ଟୋବର ୨୬ ତାରିଖରେ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଡ. ଦାସଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ। ତାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ।

ଏହା ବ୍ୟତୀତ ଲଣ୍ଡନ ସ୍ଥିତ ବିଶିଷ୍ଟ ଚିତ୍ରକାର ତଥା ଲେଖକ ପ୍ରଫୁଲ୍ଲା ମହାନ୍ତି ଓ ଓଡ଼ିଶୀ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ଯଥାକ୍ରମେ କଳା ଓ ସଙ୍ଗୀତ କ୍ଷେତ୍ରରେ ମୂଲ୍ୟବାନ ଅବଦାନ ପାଇଁ ‘ଇଲା ବଂଶୀଧର ପଣ୍ଡା କଳା ସମ୍ମାନ’ରେ ସମ୍ମାନିତ କରାଯିବ। ଉଭୟଙ୍କୁ ୧.୫ ଲକ୍ଷ ଟଙ୍କା ନଗଦ ପୁରସ୍କାର ଓ ସମ୍ମାନପତ୍ର ମିଳିବ।

ପ୍ରକାଶ ଥାଉକି ବାର୍ଷିକ ଶାରଳା ପୁରସ୍କର ୧୯୮୦ ମସିହାରେ ବିଶିଷ୍ଟ ଓଡ଼ିଆ ଶିଳ୍ପପତି ଡ. ବଂଶୀଧର ପଣ୍ଡା ଓ ତାଙ୍କ ପତ୍ନୀ ଇଲା ପଣ୍ଡାଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲେ। ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ (IMPaCT) ଏହା ପରେ ଓଡ଼ିଆ ସାହିତ୍ୟରେ ଉତ୍କର୍ଷତା ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ କ୍ରମାଗତ ଭାବରେ ପୁରସ୍କୃତ କରିଆସୁଛି।
Published by:Lipina Das
First published: