ଅଖାବସ୍ତା ଭିତରେ ହାତୀଦାନ୍ତ ଚୋରା ଚାଲାଣ; ଅଭିଯୁକ୍ତକୁ ଗିରଫ କଲା ଏସଟିଏଫ

ବଲାଙ୍ଗୀର ଟାଉନଥାନା ମାଳପଡ଼ା ଅଞ୍ଚଳରେ ଚଢ଼ାଉ କରି ୬ଟି ହାତୀଦାନ୍ତ ଜବତ କରିଛି । ଜବତ ହାତୀଦାନ୍ତ ୧୫ ଲକ୍ଷରୁ ଅଧିକ ହେବ ବୋଲି ଏସଟିଏଫ ପକ୍ଷରୁ ସୂଚନା ମିଳିଛି।

ଅଖାବସ୍ତା ଭିତରେ ହାତୀଦାନ୍ତ ଚୋରା ଚାଲାଣ ହେଉଥିଲା (ପ୍ରତୀକାତ୍ମକ ଛବି)

ଅଖାବସ୍ତା ଭିତରେ ହାତୀଦାନ୍ତ ଚୋରା ଚାଲାଣ ହେଉଥିଲା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ କବଜାରେ ଦୁର୍ଦ୍ଦାନ୍ତ ହାତୀଦାନ୍ତ ତସ୍କରୀ । ବଲାଙ୍ଗୀର ଟାଉନଥାନା ମାଳପଡ଼ା ଅଞ୍ଚଳରେ ଚଢ଼ାଉ କରି ୬ଟି ହାତୀଦାନ୍ତ ଜବତ କରିଛି । ଜବତ ହାତୀଦାନ୍ତ ୧୫ ଲକ୍ଷରୁ ଅଧିକ ହେବ ବୋଲି ଏସଟିଏଫ ପକ୍ଷରୁ ସୂଚନା ମିଳିଛି। ହାତୀଦାନ୍ତ ଚୋରା ଚାଲାଣ କରିବା ଅଭିଯୋରେ ଅଭିଯୁକ୍ତ ନୁରିନ୍ ସେଟକୁ ଗିରଫ କରି କୋର୍ଟ ଚାଲାଣ କରିଛି ତଦନ୍ତକାରୀ ସଂସ୍ଥା ।

ଏସଟିଏଫର ସୂଚନା ଅନୁସାରେ ଗୁରୁବାର ସକାଳ ସମରେ ନୁରିନ୍ ଏକ ବସ୍ତାରେ ହାତୀ ଦାନ୍ତ ଗୁଡ଼ିକ ଚୋରା ଚାଲାଣ ପାଇର୍ ଯୋଜନା କରିଥିଲା । ଗୁଇନ୍ଦା ବିଭାଗର ତଥ୍ୟକୁ ଭିତ୍ତି କରି ଏସଟିଏଫ୍ ରେଡ଼ କରିଥିଲା । ରେଡ଼ ବେଳେ ହାତୀଦାନ୍ତ ଗୁଡ଼ିକୁ ଜବତ କରିବା ସହ ଦାନ୍ତ ସମ୍ପନ୍ଧୀୟ ପ୍ରମାଣ ପତ୍ର ମଗାଯାଇଥିଲା । ଅଭିଯୁକ୍ତ ନୁରିନ୍ ତଦନ୍ତକାରୀ ଟିମକୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି କୁହାଯାଇଛି ।

“ଆମେ ୨୦୨୦ ମସିହାରୁ ବନ୍ୟଜନ୍ତୁ ତସ୍କରୀକୁ ନେଇ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଥିଲୁ । ଯାହା ଫଳରେ ଏହି ସମୟ ମଧ୍ୟରେ ଆମେ ରାଜ୍ୟରୁ ପ୍ରାୟ ୨୭ଟି ବାଘଛାଲ, ୨୪ଟି ହାତୀଦାନ୍ତ, ୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦କିଲୋ ୪ଶହ ଗ୍ରାମ ବଜ୍ରକାପ୍ତା କାତି, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ୪୬ଟି ଜୀବନ୍ତ ଶୁଆକୁ ଜବତ କରିବା ସହ ୬୭ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛୁ,” କହିଛନ୍ତି ଏସଟିଏଫ୍ ଡିଏସପି ଏସ.ଏନ ରଥ ।

ତଦନ୍ତ ବେଳେ ଜଣା ପଡ଼ିଛି, ଏହି ରାକେଟରେ ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି । ବନ ବିଭାଗ କର୍ମଚାରୀଙ୍କ ଭୁମିକା ନେଇ ସନ୍ଦେହ ଉପୁଜିଛି । ତେଣୁ ଆବଶ୍ୟକ ପଡ଼ିଲେ ବନ ବିଭାଗର ଭୂମିକା ନେଇ ମଧ୍ୟ ତଦନ୍ତ କରିବାକୁ ଯୋଜନା କରିଛି ପୋଲିସ । ଏପରିକି ଅଭିଯୁକ୍ତକୁ ରିମାଣ୍ଡରେ ଆଣି ତଦନ୍ତ କରାଯିବ ବୋଲି କହିଛି ଏସ.ଟି.ଏଫ ।
Published by:Soumya Das
First published: