ନରହନ୍ତା ହାତୀର ନୂଆ ଠିକଣା; ଢେଙ୍କାନାଳ କପିଳାଶରେ ଥିବା ହାତୀ ଉଦ୍ଧାର କେନ୍ଦ୍ର

ଟ୍ରାଙ୍କୁଲାଇଜ ହେବାର ୧୭ ଘଣ୍ଟା ପରେ ଜଗତପୁର ଛାଡ଼ିଲା ନରହନ୍ତା ହାତୀ । ଢେଙ୍କାନାଳ କପିଳାଶରେ ଥିବା ହାତୀ ଉଦ୍ଧାର କେନ୍ଦ୍ର ପାଲଟିଲା ନରହନ୍ତା ହାତୀର ନୂଆ ଠିକଣା ।

ନରହନ୍ତା ହାତୀର ନୂଆ ଠିକଣା; ଢେଙ୍କାନାଳ କପିଳାଶରେ ଥିବା ହାତୀ ଉଦ୍ଧାର କେନ୍ଦ୍ର

ନରହନ୍ତା ହାତୀର ନୂଆ ଠିକଣା; ଢେଙ୍କାନାଳ କପିଳାଶରେ ଥିବା ହାତୀ ଉଦ୍ଧାର କେନ୍ଦ୍ର

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ଟ୍ରାଙ୍କୁଲାଇଜ ହେବାର ୧୭ ଘଣ୍ଟା ପରେ ଜଗତପୁର ଛାଡ଼ିଲା ନରହନ୍ତା ହାତୀ । ଢେଙ୍କାନାଳ କପିଳାଶରେ ଥିବା ହାତୀ ଉଦ୍ଧାର କେନ୍ଦ୍ର ପାଲଟିଲା ନରହନ୍ତା ହାତୀର ନୂଆ ଠିକଣା । ବୁଧବାର ଅପରାହ୍ନରେ ଟ୍ରାଙ୍କୁଲାଇଜ ହୋଇଥିବା ଏହି ହାତୀଟିକୁ ଗୁରୁବାର ସକାଳୁ ଟ୍ରକରେ ଲଦି ଢେଙ୍କାନାଳ ନେଇଥିଲା ବନବିଭାଗ ।



ତେବେ ହାତୀଟିକୁ ଟ୍ରାଙ୍କୁଲାଇଜ କରିବା ଯେତିକି କଷ୍ଟସାଧ୍ୟ ଥିଲା ତାଠାରୁ ଅଧିକ ଜଟିଳ ଓ ସମୟ ସାପେକ୍ଷ ଥିଲା ଟ୍ରକରେ ଲଦିବା କାର୍ଯ୍ୟ । କାରଣ ଗୋଟିଏ ଛୋଟ ତୃଟି ହାତୀ କିମ୍ବା ହାତୀ ନିକଟରେ ରହୁଥିବା ବନ କର୍ମଚାରୀଙ୍କ ପାଇଁ ମୃତ୍ୟୁର କାରଣ ମଧ୍ୟ ହୋଇପାରିଥାନ୍ତା । ଏବଂ ଏଥିପାଇଁ ଟ୍ରାଙ୍କୁଲାଇଜ ହେବା ପରେ ମଧ୍ୟ ହାତୀକୁ ସମୟ ସମୟରେ ସିମିତ ମାତ୍ରାରେ ନିଶ୍ଚେତକ ପ୍ରଦାନ କରାଯାଉଥିଲା । ଏହା ସହ ହାତୀଟିର ସ୍ବାସ୍ଥ୍ୟାବସ୍ଥା ଉପରେ ମଧ୍ୟ ତୀକ୍ଷ୍ମନଜର ରଖିଥିଲେ ବନ ବିଭାଗର ବିଶେଷଜ୍ଞ ।

ଶେଷରେ ସକାଳୁ ଏକ କ୍ରେନ ଯୋଗେ ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ଏକ ଟ୍ରକରେ ହାତୀଟିକୁ ଲଦାଯାଇଥିଲା । ତେବେ ମାଈ ହାତୀଟିକୁ ଡିହାଇଡ୍ରେସନର ଶିକାର ହୋଇଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ । ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଟିକୁ କାଠ ଖୁଆଡରେ ଜାଲି ଦେଇ ସ୍ୱତନ୍ତ୍ର ଭାବେ ରଖାଯିବ । ତା'ସହିତ ସ୍ୱତନ୍ତ୍ର ଡାକ୍ତରୀ ଟିମ ମାଧ୍ୟମରେ ତାକୁ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ।
ସେପଟେ ଜଗତପୁର ପଣ୍ଡାସାହି ଓ ନିମପୁର ଅଞ୍ଚଳରେ ବିଚରଣ କରୁଥିବା ଛୁଆ ହାତୀଟି ବିରୂପା ନଦୀ ପାର ହୋଇ ଚୌଦ୍ୱାର ଅଞ୍ଚଳକୁ ଚାଲିଯାଇଛି । ସେହି ଛୁଆ ହାତୀ ଓଟିଏମ ପରିସରରେ ଥିବା ଜଙ୍ଗଲିଆ ସ୍ଥାନରେ କିଛି ସମୟ ବିତାଇବା ପରେ ଆଗ୍ରାହାଟର କାଜୁ ଜଙ୍ଗଲରେ ବିଚରଣ କରୁଛି । ତେବେ ସେହି ହାତୀଟିର ଗତିବିଧି ଉପରେ ମଧ୍ୟ ବନ ବିଭାଗର କର୍ମଚାରୀମାନେ ନଜର ରଖିବା ବେଳେ ହାତୀଟି ଆଜି ରାତି ସୁଦ୍ଧା ଡମଣୀ ଜଙ୍ଗଲକୁ ଚାଲିଯିବ ବୋଲି ବିଭାଗ ପକ୍ଷରୁ ଅନୁମାନ କରାଯାଉଛି ।

ଏହାରି ଭିତରେ ହାତୀ ଜଗତପୁର ଛାଡ଼ି ଚାଲିଯାଇଥିଲେ ମଧ୍ୟ ହାତୀ ପଲ ଦ୍ୱାରା ସୃଷ୍ଟି ହୋଇଥିବା ଆତଙ୍କରେ ଆତଙ୍କିତ ଅଛନ୍ତି ସ୍ଥାନୀୟ ଲୋକେ । କେବେ ଜଙ୍ଗଲି ହାତୀ ଦେଖି ନଥିବା ଜଗତପୁର ବାସିନ୍ଦା ଭବିଷ୍ୟତରେ ଏହି ଅଞ୍ଚଳକୁ ହାତୀ ପୁଣି ଆସିପାରନ୍ତି ବୋଲି ଆଶଙ୍କା କରି ଚିନ୍ତିତ ଅଛନ୍ତି । କିନ୍ତୁ ବଣୁଆ ହାତୀଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସିଟି ଡିଏଫଓ । ତାଙ୍କ ମତରେ କଟକ ସହିତ ବଣୁଆ ହାତୀଙ୍କ ସମ୍ପର୍କ ବହୁତ ପୁରୁଣା । ରାଜା ରାଜୁଡା ସମୟରେ କଟକର ଅନେକ ସ୍ଥାନରେ ଜଙ୍ଗଲି ହାତୀ ବିଚରଣ କରୁଥିଲେ । "ହାତୀ କାହିଁକି ଜଗତପୁର ଅଞ୍ଚଳରେ କାହିଁକି ପ୍ରବେଶ କଲେ ଏବଂ ଭବିଷ୍ୟତରେ ପଶିବେ ବା ନାହିଁ ଏହି ପ୍ରଶ୍ନର କିଛି ନିର୍ଦ୍ଧଷ୍ଟ ଉତ୍ତର ନାହିଁ । ରାଜା ଶାସନ ସମୟରେ ଏବଂ ତା ପୂର୍ବରୁ ମଧ୍ୟ କଟକ ସହିତ ଏହା ପାଖରେ ଥିବା ଢେଙ୍କାନାଳ ଓ ଆଠଗଡ ଇତ୍ୟାଦୀ ଅଞ୍ଚଳରେ ହାତୀ ଚଳପ୍ରଚଳ ହେବାର ଇତିହାସ ରହିଛି ।  ତେବେ ହାତୀମାନେ ଯେ କେଉଁ ଅଞ୍ଚଳକୁ ନ ଯିବେ ତାହା କୁହାଯାଇ ପାରିବ ନାହିଁ କିନ୍ତୁ ଏଥିପ୍ରତି ବିଭାଗ ସତର୍କ ରହିଛି" କହିଛନ୍ତି ସିଟି ଡିଏଫଓ ଅଜିତ ଶତପଥି ।
Published by:Soubhagya Mishra
First published: