ସାମ୍ନାକୁ ଆସିଲା ମନୋରମ ଦୃଶ୍ୟ; ରାତିରେ ସୁନା ଭଳି ଝଟକୁଛନ୍ତି ହାତୀ

ସାମ୍ନାକୁ ଆସିଲା ମନୋରମ ଦୃଶ୍ୟ। ଜଙ୍ଗଲେ ନଜର ଆସିଲେ ସୁନା ହାତୀ। ରାତିରେ ସୁନା ଭଳି ଝଟକୁଛନ୍ତି ହାତୀପଲ।

ରାତିରେ ସୁନା ଭଳି ଝଟକୁଛନ୍ତି ହାତୀ

ରାତିରେ ସୁନା ଭଳି ଝଟକୁଛନ୍ତି ହାତୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କେନ୍ଦୁଝର: ରାତିରେ ସୁନା ଭଳି ଝଟକୁଛନ୍ତି ହାତୀ। ଆଉ କେତେବେଳେ ହାତୀପଲ ବରଫ ଉପରେ ଦଳ ଦଳ ହୋଇ ଚଳପ୍ରଚଳ କରୁଥିବା ଭଳି ମନୋରମ ଦୃଶ୍ୟ ଆପଣ ଆଗରୁ କେବେ ଦେଖି ନଥିବେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ।

କେନ୍ଦୁଝର ବନ ବିଭାଗ ଦ୍ବାରା ପ୍ରଥମ ଥର ପାଇଁ ହାତୀମାନଙ୍କ ସୁରକ୍ଷା ପାଇଁ ବ୍ୟବହୃତ ଥର୍ମାଲ୍ ଇନଫ୍ରାରେଡ୍ ଡ୍ରୋନ୍ କ୍ୟାମେରା ଦ୍ବାରା ଉତ୍ତୋଳିତ ଏହି ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।

ମୁଖ୍ୟତଃ ହାତୀମୃତ୍ୟୁ ରୋକିବା ପାଇଁ ଉଦ୍ଦିଷ୍ଟ ଏହି ଥର୍ମାଲ୍ ଇନଫ୍ରାରେଡ୍ ଡ୍ରୋନ୍ କ୍ୟାମେରା। ରାଜ୍ୟରେ ପ୍ରଥମ ଥର ପାଇଁ କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ଥର୍ମାଲ୍ ଇନଫ୍ରାରେଡ୍ ଡ୍ରୋନ୍ ଟ୍ରାକିଂ ସିଷ୍ଟମ୍। ଏହା ଜଙ୍ଗଲରେ ରାତିରେ ବନ୍ୟଜନ୍ତୁଙ୍କର ତାପମାତ୍ରା ଅନୁଧ୍ୟାନ କରି ଫଟୋ ଓ ଭିଡିଓ ଉତ୍ତୋଳନ କରିବା ସହ, ଶିକାରୀମାନଙ୍କର ଗିତିବିଧି ସମ୍ପର୍କରେ ମଧ୍ୟ ବନ୍ୟ ବିଭାଗକୁ ସଠିକ୍ ସୂଚନା ପ୍ରଦାନ କରିବ।

ସାମ୍ନାକୁ ଆସିଲା ମନୋରମ ଦୃଶ୍ୟ


ଗତବର୍ଷ ଡିସେମ୍ବର ମାସ ୩ ତାରିଖଠାରୁ ଏହି କ୍ୟାମେରା ବନବିଭାଗ ଦ୍ବାରା ବ୍ୟବହୃତ ହୋଇଆସୁଛି। ଏହି ଥର୍ମାଲ୍ ଇନଫ୍ରାରେଡ୍ ଡ୍ରୋନ୍ କ୍ୟାମେରା ଦ୍ବାରା ଚମ୍ପୁଆ ରେଞ୍ଜ ଚମକପୁର ଜଙ୍ଗଲରେ ଅସୁସ୍ଥ ହାତୀର ଗତିବିଧି ନିରୂପଣ କରାଯାଇ ପାରିଛି।

ବନ୍ୟଜନ୍ତୁଙ୍କର ତାପମାତ୍ରା ଅନୁଧ୍ୟାନ କରି ଏହି ଡ୍ରୋନ୍ ସଠିକ୍ ରୂପେ ଚିତ୍ର ଉତ୍ତୋଳନ କରିପାରୁଥିବାରୁ ଏହା ବନ୍ୟଜନ୍ତୁଙ୍କ ସହିତ, ଶିକାରୀର ଗତିବିଧି ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିପାରିବ। ଏପରିକି, ହାତୀମାନେ ରେଳଧାରଣା ଆଡକୁ ଗତି କରୁଥିବା ବେଳେ, ଏହି ଡ୍ରୋନ୍ କ୍ୟାମେରାର ଶବ୍ଦ ଦ୍ବାରା ସେମାନଙ୍କ ଗତିବିଧି ପରିବର୍ତ୍ତନ କରାଯାଇ ପାରୁଛି।

ଯାହାକୁ ସଫଳ ରୂପେ ପ୍ରୟୋଗ କରାଯାଇଥିବା କହିଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି.। ପୂର୍ବରୁ ହାତୀମାନଙ୍କ ସ୍ଥାନ ଓ ଗତିବିଧି ସମ୍ପର୍କରେ ସ୍ଥାନୀୟ ଲୋକଙ୍କର ମୋବାଇଲ୍ ଫୋନକୁ ଦିନକୁ ୫ ହଜାର ମେସେଜ୍ ପ୍ରେରଣ କରି ଲୋକଙ୍କୁ ସଚେତନ ଆରମ୍ଭ କରିଥିଲା ବନ ବିଭାଗ।

ହେଲେ, ରାତିରେ ଜଙ୍ଗଲରେ ହାତୀପଲଙ୍କର ଗତିବିଧି ସମ୍ପର୍କରେ ସଠିକ୍ ରୂପେ ଜାଣିବା ବିଭାଗ ପାଇଁ କାଠିକର ହୋଇ ପଡୁଥିଲା। ଏବେ ଥର୍ମାଲ୍ ଇନଫ୍ରାରେଡ୍ ଡ୍ରୋନ୍ ଦ୍ବାରା ଚମକପୁର ଜଙ୍ଗଲରୁ ଆରମ୍ଭ କରି ବାମେବାରୀ, ବାଲିବନ୍ଧ ଓ ପାଟନା, ତେଲକୋଇ ଆଦି ଜଙ୍ଗଲରେ ଏହାକୁ ସଫଳ ରୂପେ ପ୍ରୟୋଗ କରିପାରିଛି ବନବିଭାଗ।

ଗତ ୧୨ ବର୍ଷରେ ଜିଲ୍ଲାରେ ୬୬ରୁ ଉର୍ଦ୍ଧ୍ବ ହାତୀଙ୍କର ବିଭିନ୍ନ କାରଣ ପାଇଁ ମୃତ୍ୟୁ ଘଟିଥିବା ବେଳେ, ଏହି ଆଧୁନିକ ପ୍ରଣାଳୀର ଟ୍ରାକିଂ ସିଷ୍ଟମ୍ ଦ୍ବାରା ହାତୀମୃତ୍ୟୁ ରୋକାଯାଇ ପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ପରିବେଶବିତ୍।
Published by:Lipina Das
First published: