ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଧାନ ଚାଷ ସମୟରେ ହାତୀ ଓ ମଣିଷ ମଧ୍ୟରେ ଚାଲିଥାଏ ସଂଘର୍ଷ; ଧାନ ବଞ୍ଚାଇବା ପାଇଁ ଏମିତି ଲଢୁଛନ୍ତି

ଧାନ ଚାଷ ସମୟରେ ହାତୀ ଓ ମଣିଷ ମଧ୍ୟରେ ଚାଲିଥାଏ ସଂଘର୍ଷ; ଧାନ ବଞ୍ଚାଇବା ପାଇଁ ଏମିତି ଲଢୁଛନ୍ତି

ଚାଷୀ ସବୁବେଳେ ଚାଷ କାର୍ଯ୍ୟକୁ ନେଇ ଚିନ୍ତାରେ ପଡୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଅନେକ ପାହାଡ଼ିଆ ଅଞ୍ଚଳରେ ଧାନ ଚାଷ ସମୟରେ ବଣୁଆ ହାତୀଙ୍କ ଉପ୍ତାତ ବଢ଼ିଯାଏ ।

ଧାନ ଚାଷ ସମୟରେ ହାତୀ ଓ ମଣିଷ ମଧ୍ୟରେ ଚାଲିଥାଏ ସଂଘର୍ଷ; ଧାନ ବଞ୍ଚାଇବା ପାଇଁ ଏମିତି ଲଢୁଛନ୍ତି
ଧାନ ଚାଷ ସମୟରେ ହାତୀ ଓ ମଣିଷ ମଧ୍ୟରେ ଚାଲିଥାଏ ସଂଘର୍ଷ
  • News18 Odia
  • Last Updated: November 10, 2021, 2:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଗଞ୍ଜାମ: ଏବେ ଧାନ ଚାଷ ସମୟ । ସବୁରି ଜମି ଏବେ ସବୁଜିମା ହୋଇଉଠିଥିବା ବେଳେ ଦାଉ ସାଜୁଛି ବଣୁଆ ହାତୀ । ବର୍ଷ ବର୍ଷ ଧରି ବଣୁଆ ହାତୀ ଚାଷ ସମୟରେ ଫସଲ ନଷ୍ଟ କରିଥାଏ । ହେଲେ ସେହି ହାତୀ ମୁହଁରୁ ନିଜ ଚାଷକୁ ବଞ୍ଚାଇ ରଖିବା ପାଇଁ ଚାଷୀ ମଧ୍ୟ ଚଳାଇଥାଏ ସଂଘର୍ଷ । ଅ।ଉ ରାତିର ଅନ୍ଧାରରେ ପଲପଲ ହାତୀକୁ ଘଉଡ଼ାଇବା ପାଇଁ ଗଞ୍ଜାମ ଜିଲ୍ଲାର ପାହାଡ଼ିତଳି ଗାଁ ଗୁଡିକର ଚାଷୀମାନେ ଅହରହ ଉଦ୍ୟମ କରୁଛନ୍ତି ।

ଚାଷୀ ସବୁବେଳେ ଚାଷ କାର୍ଯ୍ୟକୁ ନେଇ ଚିନ୍ତାରେ ପଡୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଅନେକ ପାହାଡିଆ ଅଞ୍ଚଳରେ ଧାନ ଚାଷ ସମୟରେ ବଣୁଆ ହାତୀଙ୍କ ଉପ୍ତାତ ବଢ଼ିଯାଏ । ଚାଷୀର କଷ୍ଟ ଅର୍ଜିତ ଧାନ ଚାଷକୁ ଖାଇବା ପାଇଁ ବଣୁଆ ହାତୀମାନେ ପଲପଲ ହୋଇ ଆସିଥାନ୍ତି ଚାଷ ଜମିକୁ । ଯେତିକି ଖାଇଥାନ୍ତି ତାଠାରୁ ଅଧିକ ଦଳି ଚକଟି ନଷ୍ଟ କରିଦିଅନ୍ତି । ବିଶେଷ କରି ବୁଗୁଡା, ଜଗନ୍ନାଥପ୍ରସାଦ, ଭଞ୍ଜନଗର, ଧରାକୋଟ, ବଡ଼ଗଡ ଓ ସୋରଡା ଅଞ୍ଚଳର ବିଭିନ୍ନ ଗାଁ ଗହଳିରେ ସନ୍ଧ୍ୟା ହୋଇଗଲେ ବଣୁଆ ହାତୀମାନଙ୍କ ପାଦୁର୍ଭାବ ବଢ଼ିଥାଏ । ହେଲେ ସେହି ହାତୀ ପାଟିରୁ ନିଜ ଧାନକୁ ସୁରକ୍ଷିତ ରଖିବା ପାଇଁ ଶୀତ କାକରରେ ଚାଷୀମାନେ ମଧ୍ୟ ସନ୍ଧ୍ୟା ହୋଇଗଲେ ହାତରେ ଲଣ୍ଠନ ଓ ମୁଣ୍ଡରେ ଲାଇଟ ଲଗାଇ ବିଭିନ୍ନ ଚାଷ ଜମିରେ ପଇଁତରା ମାରିବା ସହ ରାତି ତମାମ ହାତୀକୁ ଘଉଡ଼ାଇଥିବାର ଦୃଶ୍ୟ କ୍ରମାଗତ ଭାବେ ଦେଖିବାକୁ ମିଳିଥାଏ ।

ଗଞ୍ଜାମ ଜିଲ୍ଲାର ଅନେକ ପାହାଡ଼ିଆ ଅଞ୍ଚଳରେ ଧାନ ଚାଷ ସମୟରେ ବଣୁଆ ହାତୀଙ୍କ ଉପ୍ତାତ ବଢ଼ିଯାଏ


ଜଗନ୍ନାଥପ୍ରସାଦ କଇଁଫୁଲିଆ ଗାଁର ଚାଷୀ ରଇତ ମଳିକ କହିଛନ୍ତି, “ତେବେ ଦିନ ତମାମ ଚାଷ ଜମିରେ ହାଡଭଙ୍ଗା ପରିଶ୍ରମ ଓ ରାତିର ଅନ୍ଧାରରେ ପୁଣି ହାତୀ ଘଉଡ଼ାଇବା ଅଭିଯାନ ବ୍ୟତୀତ ଆଉ କିଛି କରିବାକୁ ଉପାୟ ନାହିଁ । ଟିକିଏ ବିଳମ୍ବ ଘଟିଲେ ପୂରା ଫସଲ ନଷ୍ଟର ଭୟ ଟିକିଏ ଅସାବଧାନତା ହେଲେ ଜୀବନ ଚାଲିଯିବାର ଭୟ ମଧ୍ୟ ରହୁଛି । ତଥାପି ବଞ୍ଚିବା ପାଇଁ ହେଲେ ସଂଘର୍ଷ କରିବାକୁ ପଡ଼ିବ ।’’

ଖାଲି ଏତିକି ନୁହେଁ ବରଂ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ପାହାଡ଼ ତଳି ଅଞ୍ଚଳର ଲୋକେ ସମସ୍ତେ ଖାଇ ସାରି ନିଜ ଘରେ ପିଲାଙ୍କୁ ଛାଡ଼ି ଚାଲିଯାଅ।ନ୍ତି ହାତୀ ଘଉଡ଼ାଇବା ପାଇଁ । ଏମିତି କି କିଏ କିଏ ମଞ୍ଚା କରି ତ ଆଉ କିଏ କିଏ ରାତି ତମାମ ନିଅଁ। ଲଗାଇ ନିଜ ଜମିରେ ରଖିଥିବା ଧାନକୁ ଜଗି ବସୁଛନ୍ତି । ସନ୍ଧ୍ୟା ହେବା ମାତ୍ରେ ପଲପଲ ହାତୀ ଆସି ଫସଲକୁ ନଷ୍ଟ କରୁଥିବା ବେଳେ ବାରହା ମଧ୍ୟ ଅନେକ ଫସଲ ନଷ୍ଟ କରି ଦେଉଛନ୍ତି । ଯାହା ଦ୍ବାରା ଫସଲକୁ ସାଇତି ରଖିବା ପାଇଁ ଏମିତି ସଂଘର୍ଷ ଚାଲେ ହାତୀ ଆତଙ୍କ ଗାଁ ଗୁଡିକରେ । ଏପରି କି ଅନେକ ସମୟରେ ହାତୀ ହାବୁଡରେ ମଧ୍ୟ ପଡ଼ିଥାନ୍ତି ହାତୀ ଘଉଡ଼ାଇବାକୁ ଯାଉଥିବା ଲୋକେ । ତଥାପି ଫସଲକୁ ସୁରକ୍ଷିତ ରଖିବା ପାଇଁ ହାତୀ ସହ ଲଢ଼େଇ କରିବାକୁ ଡରନ୍ତି ନାହିଁ ।

ଦକ୍ଷିଣ ଘୁମୁଷର ବନଖଣ୍ଡ ଅଧିକାରୀ ଦିଲ୍ଲିପ କୁମାର ରାଉତଙ୍କ ସୂଚନା ଅନୁଯାୟୀ, ‘‘ତେବେ ଏହିଭଳି ହାତୀ ଉପ୍ତାତ ଘଟଣାକୁ ମଧ୍ୟ ବନ ବିଭାଗ ସ୍ଵୀକାର କରିଥିବା ବେଳେ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ମଧ୍ୟ ଟିମ ଗଠନ କରାଯାଇଛି । ତଥାପି କିଛି କିଛି ଅଞ୍ଚଳରେ ସମସ୍ୟା ସୃଷ୍ଟି ହେଲେ ଏହାର ସମାଧାନ ପାଇଁ ଉଦ୍ୟମ ଚାଲିଛି ।
Published by: Lipina Das
First published: November 10, 2021, 2:41 PM IST