ହାତୀ ଆଗରେ ମଲା ଭଳି ପଡ଼ିରହିଲେ ମହିଳା
- News18 Odia
- Last Updated :
- Other, India
News18 Odia Digital
Elephant Terror: ମରିବାର ଅଭିନୟ କରି ହାତୀ(Elephant) ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା । ଜଙ୍ଗଲକୁ ଯାଇଥିବା ବେଳେ ହାତୀ ମୁହଁରେ ପଡ଼ିଯାଇଥିଲେ ମହିଳା । କିନ୍ତୁ ନିଜ ବୁଦ୍ଧି ଯୋଗୁଁ ହାତୀ ମୁହଁରେ ଖସି ଆସିଥିଲେ ମହିଳା ଜଣଙ୍କ । ଏଭଳି ଏକ ରୋଚକ ଘଟଣା ଘଟିଛି କେନ୍ଦୁଝର(Keonjhar) ଜିଲ୍ଲା ସଦର ରେଞ୍ଜ ବାଇଗଣପଶି ଗାଁରେ ।
ଜାଳ କାଠ ଆଣିବାକୁ ଯାଇ ଦନ୍ତା ହାତୀ ହାବୁଡରେ ପଡିଥିଲେ ମଞ୍ଜୁ ନାମ୍ନୀ ଜଣେ ମହିଳା। ପ୍ରଥମେ ମହିଳାଙ୍କୁ ଶୁଣ୍ଢରେ ଉଠାଇ ହାତୀ ତଳେ କଚାଡି ଦେଇଥିଲା । ମହିଳାଙ୍କର ଆଖି, ଅଣ୍ଟା ଓ ଗୋଡରେ ଗଭୀର କ୍ଷତ ମଧ୍ଯ ସୃଷ୍ଟି ହୋଇଥିଲା। ଏହା ପରେ ମଞ୍ଜୁ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ମରିବାର ଅଭିନୟ କରି ତଳେ ପଡି ରହିଲେ । ଏହା ଦେଖି ମହିଳାଙ୍କୁ ଛାଡି ହାତୀ ପଳାଇଯାଇଥିଲା। ପରେ ପରିବାର ଲୋକ ତାଙ୍କୁ ସେଠାରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବନ ବିଭାଗ ଅଧିକାରୀ ଆହତ ମଞ୍ଜୁଙ୍କର ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି ।
ସରକାରଙ୍କ ନିୟମ ଅନୁଯାୟୀ, ମଞ୍ଜୁଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା କରାଯିବା ସହିତ, ହାତୀ ଆକ୍ରମଣ ଜନିତ ସାମାନ୍ୟ କ୍ଷତ ପାଇଁ ୫ହଜାର ଟଙ୍କା ଓ ଅଧିକ କ୍ଷତ ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଏସିଏଫ୍ ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।