News18 Odia Digital
ବାଲେଶ୍ୱର: ବିଳମ୍ବିତ ରାତିରେ ହାତୀ ଦଳିଦେବାରୁ ଜଣେ ଶିଶୁ କନ୍ୟାର ମୃତ୍ୟୁ
। ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଚିତ୍ରାଶୁଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।
ନିଶିକାନ୍ତ ଦେଉରୀ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହିତ ଘରେ ଶୋଇଥିଲେ। ଏହି ସମୟରେ ହଠାତ ୫ରୁ ୬ ଟି ହାତୀ ତାଙ୍କ ବାଡ଼ି ଭିତରକୁ ପଶି ନଡିଆ ଗଛ ଖାଉଥିଲେ। ହାତୀର ଶବ୍ଦ ଶୁଣି ପରିବାର ଲୋକେ ହାତୀକୁ ଘଉଡାଉ ଥିଲେ, ସେତିକି ବେଳେ ଗୋଟିଏ ହାତୀ ଘର ଭିତରକୁ ପଶି ନିଶିକାନ୍ତଙ୍କର ନଅ ବର୍ଷର ଶିଶୁ କନ୍ୟା ମୁଣ୍ଡ ଉପରେ ଚଢ଼ି ଯାଇଥିଲା।
ଘଟଣାସ୍ଥଳରେ,ଗ୍ରାମବାସୀମାନେ ହାତୀକୁ ଘଉଡାଇବା ସହିତ ଶିଶୁ କନ୍ୟାକୁ ଅର୍ଜୁନ ସେବା ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତର ଖାନାକୁ ନେଇଯାଇଥିଲେ । ସେଠାରେ ଡାକ୍ତର ଶିଶୁ କନ୍ୟାଟିକୁ ମୃତ ଘୋଷଣା କରିଥିଲେ। ଖବର ପାଇବା ମାତ୍ରେ ସୋର ପୁଲିସ ଡାକ୍ତରଖାନାରେ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।