News18 Odia Digital
ଭୁବନେଶ୍ୱର: ଅନେକ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଲା 'ପ୍ରେମା'। ଗତକାଲି ଅସୁସ୍ଥ ହେବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଓ ବିଶେଷଜ୍ଞ ହାତୀ 'ପ୍ରେମା'ର ଚିକିତ୍ସା କରୁଥିଲେ। କିନ୍ତୁ ଏସବୁ ସତ୍ତ୍ୱେ ଆଜି ହାତୀ ପ୍ରେମାର ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ଗୁରୁବାର ନନ୍ଦନକାନନରେ ପ୍ରେମା ହାତୀ ଅସୁସ୍ଥ ହୋଇପଡିଥିଲା। ହାତୀ ପଡିଯିବାରୁ ଅସୁସ୍ଥ ହୋଇପଡିଥିଲା। ହାତୀକୁ କ୍ରେନ ମାଧ୍ୟମରେ ନନ୍ଦନକାନନ କର୍ତ୍ତୃପକ୍ଷ ଉଠାଇବାକୁ ଚେଷ୍ଟା କରିଥିଲେ।
https://odia.news18.com/news/odisha/tiger-death-in-nandankanan-bhubaneswer-tv-4srm-221022-srm-ss1-131847.htmlଗତ କିଛିଦିନ ତଳେ ମଧ୍ୟ ପ୍ରେମା ହାତୀ ଅସୁସ୍ଥ ହୋଇପଡିଥିଲା । ପ୍ରେମା ଗତ ଜୁଲାଇ ମାସରୁ ଅସୁସ୍ଥ ଥିଲା। ନଖରେ ଆଘାତ ଥିବାରୁ ହାତୀଟି ଅସୁସ୍ଥ ହୋଇ ପଡିଥିଲା । ତା ଆଗ ବାମ ଗୋଡ ପାଦର ନଖ ଫୁଲି ପୂଜ ହେବାରୁ ତାକୁ ଚିକିତ୍ସା କରାଯାଉଥିଲା। ଜୁଲାଇ ମାସ ୨୩ ତାରିଖରେ ତାର ଅସ୍ତ୍ରୋପଚାର ମଧ୍ଯ ହୋଇଥିଲା। କିନ୍ତୁ ପୂଜ ହେବା ବନ୍ଦ ହେଉ ନ ଥିଲା। ଫଳରେ ପ୍ରେମାର ଅବସ୍ଥା ବାରମ୍ଵାର ବିଗିଡିବାରେ ଲାଗିଥିଲା।
କିଛିଦିନ ପୂର୍ବେ ହାତୀ ବାସନ୍ତୀ ମଧ୍ୟ ପଡିଯିବାରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛି। ଅସୁସ୍ଥ ବାସନ୍ତୀ ହାତୀର ବୟସ ୫୯ ହୋଇଥିବାବେଳେ ପ୍ରେମାର ବୟସ ୬୦ ବର୍ଷ । ଉଭୟେ କିଛି ଦିନ ପୂର୍ବରୁ ଅସୁସ୍ଥ ଥିଲେ । ଗତକାଲି ପ୍ରେମା ଅଧିକ ଅସୁସ୍ଥ ହୋଇ ପଡିଛି । ବିଶେଷଜ୍ଞ ଦଳ ତାର ଚିକିତ୍ସା କରୁଥିବା ନନ୍ଦନକାନନ ଊନିର୍ଦ୍ଦେଶକ କହିଛନ୍ତି । ପ୍ରେମାର ମୃତ୍ୟୁ ପରେ ନନ୍ଦନକାନନର ହାତୀ ସଂଖ୍ୟା ୩କୁ ଖସିଯାଇଛି। ଏବେ ସେଠାରେ ବାସନ୍ତୀ, ହୀରା ଓ ମାମା ଅଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।