ଆଖି ବୁଜିଲା ଦନ୍ତା ହାତୀ ନରସିଂହା; ବନ ବିଭାଗର ଅବହେଳାକୁ ଦାୟୀ କରାଯାଉଛି

ଗତ ମାସକ ଭିତରେ ନରସିଂହାକୁ ଚ଼ାରି ଥର ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଶିକୁଳିରେ ବନ୍ଧା ହୋଇଥିବା ଯୋଗୁଁ ତା’ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ।

ଆଖି ବୁଜିଲା ଦନ୍ତା ହାତୀ ନରସିଂହା; ବନ ବିଭାଗର ଅବହେଳାକୁ ଦାୟୀ କରାଯାଉଛି
ଚ଼ନ୍ଦକାରେ ଶିକୁଳିରେ ବନ୍ଧା ହୋଇ ରହିଥିଲା ଦନ୍ତା ହାତୀ ନରସିଂହା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଅଭାବରୁ ଦନ୍ତା ହାତୀ ନରସିଂହାର ଆଜି ଅକାଳ ମୃତ୍ୟୁ ହୋଇଛି । ମାସକ ତଳେ ଯାଜପୁରରେ ଚ଼ାରି ଜଣ ଲୋକଙ୍କୁ ପାଦରେ ଦଳି ମାରିଥିବା ଏହି ହାତୀକୁ ଚନ୍ଦକା ଜଙ୍ଗଲକୁ ଆଣାଯାଇଥିଲା । ସେଇଠି ତାକୁ ଚେନରେ ବାନ୍ଧି ରଖାଯାଇଥିଲା । ସେ ଅସୁସ୍ଥ ହୋଇ ପଡ଼ିଥିଲା । ଆଉ ଶେଷରେ ସେ ମୃତ୍ୟୁ ବରଣ କଲା ।

ଗତ ମାସକ ଭିତରେ ନରସିଂହାକୁ ଚ଼ାରି ଥର ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଶିକୁଳିରେ ବନ୍ଧା ହୋଇଥିବା ଯୋଗୁଁ ତା’ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସେହି କ୍ଷତ ଭଲ ନ ହେବା ଓ ସଂକ୍ରମଣ ବଢ଼ିବା ଯୋଗୁଁ ତା’ର ମୃତ୍ୟୁ ହୋଇଥିବା କୁହାଯାଉଛି ।

ନରସିଂହା ଚନ୍ଦକାରେ ବହୁତ ଉତ୍ପାତ କରୁଥିଲା ଓ ବନ ବିଭାଗ ତାକୁ ନିଜ କରାୟତ୍ତକୁ ଆଣିବା ପାଇଁ ବହୁତ ଚେଷ୍ଟା କରିଥିଲା ବୋଲି କହିଛନ୍ତି ଅଧିକାରୀମାନେ । ଚ଼ନ୍ଦକାରେ ଥିବା ଆସାମର ଜଣେ ମାହୁନ୍ତ, ଜଣେ ଫରେଷ୍ଟ ରେଞ୍ଜର, ବନବିଭାଗର ବରିଷ୍ଟ ଅଧିକାରୀ ଓ ଓୟୁଏଟିର ଭେଟେନାରି ଡ଼ାକ୍ତର ତାକୁ ସୁସ୍ଥ କରାଇବାକୁ ବହୁତ ଉଦ୍ୟମ କରିଥିବା ସତ୍ତ୍ବେ ହାତୀଟିର ମୃତ୍ୟୁ ହୋଇଥିଲା ।

ଜାନୁଆରୀ ୩୧ ତାରିଖରେ ଏହି ନରହନ୍ତା ଦନ୍ତାକୁ ଯାଜପୁରରୁ ଆଣାଯାଇ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ରଖାଯାଇଥିଲା । ଗୋଡ଼ିବାରୀ ପାଖରେ ରହୁଥିବା ନନ୍ଦ-ଯଶୋଦାଙ୍କୁ ଦେଖି ଅଧିକ ରାଗିଯାଉଥିବାରୁ କୁମାରଖୁଣ୍ଟି ଡ୍ୟାମ ପାଖରେ ନରସିଂହାକୁ ରଖାଯାଇଥିଲା । ଶଙ୍କର ସେଠାରେ ରହୁଥିବାରୁ ଉଭୟ ଶଙ୍କର ଓ ନରସିଂହା ଉପରେ ନଜର ରଖିଥିଲେ ଛଅ ଜଣ ମାହୁନ୍ତ ।

ବନ ବିଭାଗର କର୍ମଚାରୀମାନେ ମଧ୍ୟ କଡ଼ା ନଜର ରଖିବା ସହ କିଭଳି କୁମାର ଖୁଣ୍ଟି ଓ ଏହାର ଆଖପାଖ ଅଞ୍ଚଳକୁ କେହି ନ ଯିବେ ସେ ନେଇ ସ୍ଥାନୀୟ ଲୋକଙ୍କୁ ଜଗୁଆଳ କରି ରଖାଯାଇଥିଲା । ନରସିଂହାକୁ ନିକାଞ୍ଚନ ସ୍ଥାନରେ ରଖି ତା’ ସ୍ବଭାବରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରି ବିଫଳ ହୋଇଥିବା ବନ ବିଭାଗର କର୍ତ୍ତବ୍ୟନିଷ୍ଠା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ନରସିଂହାକୁ ପାଞ୍ଚ ଥରରୁ ଅଧିକ ଥର ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ତାକୁ ସୁସ୍ଥ କରିବା ପାଇଁ ଜରୁରୀ ଔଷଧ ଦିଆଯାଇଥିଲେ ମଧ୍ୟ ତା’ର ଅବସ୍ଥା ଦିନକୁ ଦିନ ବିଗିଡ଼ିବାକୁ ଲାଗିଥିଲା ବୋଲି ଓ.ୟୁ.ଏ.ଟି.ର ଭେଟେନାରୀ ଡାକ୍ତର ବନ ବିଭାଗର ପ୍ୟାଡ଼ରେ ଲେଖିଛନ୍ତି । ହାତୀର ଅବସ୍ଥା ସଙ୍ଗୀନ ଥିବାରୁ ତାକୁ ଶିକୁଳିରେ ବାନ୍ଧି ରଖା ନ ଯାଇ କାଠ ଖୁଆଡ଼ ମଧ୍ୟରେ ମୁକ୍ତ ଭାବେ ରଖାଯିବା ଉଚିତ ବୋଲି ପୂର୍ବରୁ ବିଶେଷଜ୍ଞମାନେ ମତ ପ୍ରକାଶ କରିଥିଲେ । ହେଲେ ବନ ବିଭାଗ ତାହା କରି ନ ଥିଲା । ଏହାକୁ ନେଇ ବର୍ତ୍ତମାନ ସବୁଠି ପ୍ରଶ୍ନ ଉଠିଛି ।

ଆଜି ସକାଳେ ନରସିଂହାର ଅତି ଦୁର୍ବଳ ସ୍ଥିତି ଦେଖି ବନ ବିଭାଗର ରେଞ୍ଜର ଦୁଇ-ତିନି ଜଣ ଡ଼ାକ୍ତରଙ୍କୁ ଫୋନ କରିଥିଲେ । ଡାକ୍ତରମାନେ ଆସି ତା’ର ଅବସ୍ଥା ଦେଖିବା ପରେ ଲିଖିତ ଭାବେ ଜଣାଇଥିଲେ ବନ ବିଭାଗକୁ ।
First published: March 9, 2020, 4:30 PM IST
corona virus btn
corona virus btn
Loading