ଝାଡ଼ଖଣ୍ଡରୁ ଓଡ଼ିଶା ଆସିଲେ ଶତାଧିକ ହାତୀ; ବାଲେଶ୍ୱରର ନୀଳଗିରିରେ ଫସଲ ନଷ୍ଟ କରିଚାଲିଛନ୍ତି

ଲୋକଙ୍କୁ ହାତୀ ପଲଙ୍କ ଠାରୁ ଦୂରେଇ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯିବା ସହ ବିଜୁଳି ବିଭାଗକୁ ବି ସତର୍କ କରାଯାଇଛି । ଘରେ ପଚ ଓ ମହୁଲି ଆଦି ନ ରଖିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି କାରଣ ଏ ସବୁର ଗନ୍ଧ ହାତୀ ପଲଙ୍କୁ ଗାଁ ଆଡ଼କୁ ଟାଣିଆଣେ ।

ଝାଡ଼ଖଣ୍ଡରୁ ଓଡ଼ିଶା ଆସିଲେ ଶତାଧିକ ହାତୀ; ବାଲେଶ୍ୱରର ନୀଳଗିରିରେ ଫସଲ ନଷ୍ଟ କରିଚାଲିଛନ୍ତି
ଝାଡ଼ଖଣ୍ଡରୁ ଆସିଥିବା ଗୋଟିଏ ହାତୀକୁ ଲୋକେ ଘଉଡ଼ଉଛନ୍ତି ।
  • News18 Odia
  • Last Updated: November 19, 2020, 3:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ଜିଲ୍ଲାର ନୀଳଗିରିରେ ଝାଡ଼ଖଣ୍ତି ହାତୀ ପଶି ଅନେକ ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି । ବନ ବିଭାଗର କର୍ମଚାରୀମାନେ ନୀଳଗିରି ଜଙ୍ଗଲରେ ପଶିଥିବା ପାଖାପାଖି ୪୨ଟି ହାତୀଙ୍କୁ ଜଗି ରହିଛନ୍ତି  । ଲୋକମାନଙ୍କୁ ହାତୀ ଠାରୁ ଦୂରେଇ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି ଓ ବିଦ୍ୟୁତ ବିଭାଗକୁ ବି ସତର୍କ କରାଯାଇଛି ।

ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ୧୦୦ରୁ ଅଧିକ ହାତୀ ନୀଳଗିରି ଆଡକୁ ଦୁଇଟି ପୃଥକ ଦଳରେ ଆସୁଥିବା ଜଣାପଡ଼ିଛି । ଗୋଟିଏ ପଲରେ ୬୦ରୁ ଅଧିକ ହାତୀ ମୟୁରଭଞ୍ଜ ସୀମାନ୍ତ ପଶ୍ଚିମ ବଙ୍ଗର କାଶିଆ ଜଙ୍ଗଲରେ ଥିବା ବେଳେ ଆଉ ଗୋଟିଏ ପଲରେ ୪୨ଟି ହାତୀ ନୀଳଗିରିରେ ପଶିଛନ୍ତି ।

ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା

ବନ ବିଭାଗ ଓ ସ୍ଥାନୀୟ ଲୋକେ ସତର୍କତା ଅବଲମ୍ବନ କରୁଛନ୍ତି ଓ ଫସଲ ଜଗୁଛନ୍ତି ।


ଗତ ତିନି ଦିନ ହେବ ହାତୀ ପଲ ଜଙ୍ଗଲରୁ ବାହାରି ନଖରା ପୋଲ ପାର ହୋଇଥିଲେ । ତା’ପରେ ଦୁର୍ଗାଦେବୀ ଓ ସୋନ ନଦୀ ଦେଇ କାଠପାଳ ପାର ହୋଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପଶିଥିଲେ ସେମାନେ । ଆସିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି । ହାତୀ ଆସିବା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ମଙ୍ଗଳବାର ଦିନ କିଛି ଅଞ୍ଚଳରେ ହାତୀ ପଲ ପଶି ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଥିଲା ।

ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ

ଲୋକେ ଦାବି କରିଛନ୍ତି ଯେ ବନ ବିଭାଗ ହାତୀଙ୍କ ଯିବା ଆସିବା ରାସ୍ତା ଜଗିବା ସହ ଲୋକଙ୍କ ସୁରକ୍ଷା ପାଇଁ ସୋଲାର ଲାଇଟ ବ୍ୟବସ୍ଥା କରୁ । ବନ ବିଭାଗ ତରଫରୁ କୁହାଯାଇଛି ଯେ ହାତୀ ଉପଦ୍ରବ ରୋକିବା ପାଇଁ ଛଅଟି ଟିମ୍‌ ଗଠନ କରାଯାଇ ହାତୀ ପଲଙ୍କ ଗିତିବିଧି ଉପରେ ନଜର ରଖାଯାଉଛି । ଲୋକମାନଙ୍କୁ ହାତୀଙ୍କ ଠାରୁ ଦୂରେଇ ରଖିବା ପାଇଁ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ବିଦ୍ୟୁତ ବିଭାଗକୁ ବି ସତର୍କ କରାଯାଇଛି । ଯେଉଁ ଗାଁରେ ହାତୀ ପଶିବ ସେଠାରେ ବିଦ୍ୟୁତ କଟାଯିବାକୁ ନିର୍ଦେଶ ଦିଆଯାଇଛି  ।

ହାତୀମାନେ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।


ହାତୀ ପଲଙ୍କ ଚାଲିଯିବା ପରେ କ୍ଷୟକ୍ଷତିର ଆକଳନ କରି ଲୋକଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ବି ବନ ବିଭାଗ କହିଛି । ସାଧାରଣତଃ ଧାନ ପାଚିବା ସମୟରେ ହାତୀ ପଲ ନୀଳଗିରି ଆସନ୍ତି ଓ ଚାଷୀମାନଙ୍କ ଚିନ୍ତା ବଢ଼ାନ୍ତି ।

ଏହା ବି ପଢ଼ନ୍ତୁ | ମହିଳାମାନେ ଘରେ ବସି ଭଲ ଅର୍ଥ ରୋଜଗାର କରିପାରିବେ; ଜାଣନ୍ତୁ ଏହି ସବୁ ବିଜିନେସ୍ ଆଇଡିଆ

‘‘ଗତ ଦଶ ବର୍ଷ ହେବ ଆମେ ଏମିତି ପ୍ରତି ବର୍ଷ ହଇରାଣ ହେଉଛୁ । ବର୍ଷ ସାରା ପରିଶ୍ରମ କରିବା ପରେ ଠିକ ଅମଳ ସମୟରେ ହାତୀମାନେ ଆମର ଫସଲ ନଷ୍ଟ କରି ଦେଉଛନ୍ତି । ଜଙ୍ଗଲ ଚାରି ପାଖରେ ଟ୍ରେଞ୍ଚ୍‌ ଖୋଳା ଯାଇଥିବା ବେଳେ ଆମର ଜମି ଦେଇ ହାତୀ ଯିବା ଆସିବା ପାଇଁ ରାସ୍ତା ଛଡ଼ାଯାଇଛି । ଫଳରେ ଆମେ ସର୍ବଦା କ୍ଷତି ସହୁଛୁ । କ୍ଷତି ମୁତାବକ କ୍ଷତିପୂରଣ ମଧ୍ୟ ଆମକୁ ମିଳୁନି । ବନ ବିଭାଗ ହାତୀର ପାଦ ଚିହ୍ନ ଦେଖି କ୍ଷତିପୂରଣ ଆକଳନ କରୁଛନ୍ତି । ଏହା ଫଳରେ ଆମକୁ ଉଚିତ ପ୍ରାପ୍ୟ ମିଳି ପାରୁନାହିଁ,’’ କହିଛନ୍ତି ସ୍ଥାନୀୟ ଚାଷୀ ଶତ୍ରୁଘ୍ନ ବେହେରା ।



ବାଲେଶ୍ୱର ଜିଲ୍ଲା ବନ ବିଭାଗ ଅଧିକାରୀ ବିଶ୍ୱରାଜ ପଣ୍ଡା କହିଛନ୍ତି, ‘‘ହାତୀ ପଲଙ୍କ ଆସିବା ପୂର୍ବରୁ ସ୍ଥାନୀୟ ଜନ ପ୍ରତିନିଧି, ସରକାରୀ ଅଫିସର, ପୋଲିସ ଓ ବନ ବିଭାଗ ପକ୍ଷରୁ ଏକ ସମନ୍ୱୟ ବୈଠକ କରାଯାଇଥିଲା । ଜଙ୍ଗଲ ପାଖରେ ଥିବା ଲୋକଙ୍କ ସହିତ ମଧ୍ୟ ବନ ବିଭାଗ ଆଲୋଚନା କରିଛି । ହାତୀମାନଙ୍କର ଗତିବିଧି ଉପରେ ସ୍ଥାନୀୟ ରେଞ୍ଜରଙ୍କ ନେତୃତ୍ୱରେ ଟିମ୍‌ ନଜର ରଖିଛି । ଆମେ ମଧ୍ୟ ଲୋକଙ୍କୁ ଅନୁରୋଧ କରିଛୁ ଘରେ ପଚ ଓ ମହୁଲି ଭଳି ଜିନିଷ ନ ରଖିବା ପାଇଁ କାରଣ ଏ ସବୁର ଗନ୍ଧ ପାଇଲେ ହାତୀମାନେ ଗ୍ରାମାଞ୍ଚଳକୁ ଆସିବାର ସମ୍ଭାବନା ଅଛି ।’’
Published by: Anand Shankar Thankur Das
First published: November 19, 2020, 3:52 PM IST
corona virus btn
corona virus btn
Loading