ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ବଢ଼ୁଛି ଚିନ୍ତା ; ଢେଙ୍କାନାଳରେ ସର୍ବାଧିକ ସଂଖ୍ୟକ ମୃତ୍ୟୁ ହେଉଥିବା ସୂଚନା

ଢେଙ୍କାନାଳରେ ବଢ଼ୁଛି ହାତୀମୃତ୍ୟୁ ।

ଢେଙ୍କାନାଳରେ ବଢ଼ୁଛି ହାତୀମୃତ୍ୟୁ ।

  • Share this:
News 18 Odia Digital

ଭୁବନେଶ୍ୱର ; ହାତୀକୁ ସୁରକ୍ଷା ଯୋଗାଇ ପାରୁନି ବନ ବିଭାଗ । ରାଜ୍ୟରେ ହାତୀ ମୃତ୍ୟୁର ପୁନରାବୃତ୍ତି ବାରମ୍ୱାର ହେବାରେ ଲାଗିଛି । କେତେବେଳେ ବିଦ୍ୟୁତ ଆଘାତରେ ତ ପୁଣି କେତେବେଳେ ଟ୍ରେନ ଲାଇନରେ ଯାଉଛି ହାତୀଙ୍କ ଜୀବନ । କେବଳ ସେତିକି ନୁହେଁ ହାତୀ ମଣିଷ ଲଢେଇରେ ହାତୀ ସହ ମଣିଷ ଜୀବନ ମଧ୍ୟ ବାଜି ଲାଗୁଛି ।

ବିଗତ ୩ବର୍ଷ ମଧ୍ୟରେ କେବଳ ଢେଙ୍କାନାଳରେ ୪୦ଟି ହାତୀ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ସୂଚନା ରହିଛି । କିନ୍ତୁ ଗତ ୨ଦିନରେ ହୋଇଥିବା ୨ଟି ହାତୀଙ୍କ ମୃତ୍ୟୁ ବନବିଭାଗର ଚିନ୍ତାକୁ ଦ୍ୱିଗୁଣିତ କରିଛି । ଢେଙ୍କାନାଳରେ ପ୍ରାୟ ୨୭୦ ହାତୀ ବିଭିନ୍ନ ସ୍ଥାନରେ ଥିବାବେଳେ ହିନ୍ଦୋଳରେ ସର୍ବାଧିକ ୨୦୦ ପାଖାପାଖି ହାତୀ ବାସ କରୁଛନ୍ତି । ୨୦୧୯ ମସିହାରେ ଜିଲ୍ଲାରେ ୧୬ଟି ହାତୀଙ୍କ ମୃତ୍ୟୁ ଖବର ଆସିଥିଲା । ସେହିପରି ୨୦୨୦ରେ ୬ଟି ଏବଂ ୨୦୨୧ରେ ୧୩ଟି ହାତୀଙ୍କ ମୃତ୍ୟ ହୋଇଥିବାବେଳେ ୨୦୨୨ରେ ଏପର୍ଯ୍ୟନ୍ତ  ୫ଟି ହାତୀ ମୃତ୍ୟୁର ଖବର ସାମ୍ନାକୁ ଆସିଛି ।

ସେହିପରି ଢେଙ୍କାନାଳର ହିନ୍ଦୋଳ ରେଞ୍ଜରେ ୧୪ଟି ହାତୀ ମୃତ୍ୟୁବରଣ କରିଥିବା ବେଳେ କପିଳାସରେ ୬ଟି, ମହାବୀରରୋଡରେ ୫ଟି ଷଡଙ୍ଗୀରେ ୪ ଏବଂ କାମାକ୍ଷାନଗରରେ ୩ ହାତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜୁଲାଇ ୩ରେ କପିଳାସକୁ ଆସିଥିବା ସାତକୋଶଆ ଅଭୟାରଣ୍ୟର ହାତୀ ଛୁଆର ମୃତ୍ୟୁ ହୋଇଛି । ଏଥିସହ ଜୁଲାଇ ୬ରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ ଘଟିଥିଲା ।

ହାତୀମୃତ୍ୟୁକୁ କିପରି ରୋକାଯିବ ସେଥିପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷପ ଗ୍ରହଣ କରାଯାଉଥିଲେ ମଧ୍ୟ 'ଯଥା ପୂର୍ବଂ ତଥା ପରଂ' ପରି କୌଣସି ସୁଫଳ ମିଳିପାରୁନାହିଁ ବରଂ ସଂଖ୍ୟା ଆହୁରୀ ବଢିବାରେ ଲାଗିଛି । ବନ ବିଭାଗ ମଧ୍ୟ ସବୁ ଚେଷ୍ଟା ସତ୍ୱେ ହାତୀ ମୃତ୍ୟୁ ରୋକିବାରେ ଫେଲ୍ ମାରୁଛି । ହାତୀ ମୃତ୍ୟୁକୁ ରୋକାଯିବାକୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ବୃଦ୍ଧି କରାଯିବା ପାଇଁ ପରିବେଶବିତ ମାନେ ମତ ଦେଇଛନ୍ତି ।​
Published by:Soubhagya Mishra
First published: