ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ହାତୀ ମୃତ୍ୟୁ ମାମଲା: ମଣିଷ ଓ ହାତୀ ଲଢ଼େଇ ରୋକିବାରେ ସହାୟକ ହେବ ବିଜୁଳି ବାଡ଼

ହାତୀ ମୃତ୍ୟୁ ମାମଲା: ମଣିଷ ଓ ହାତୀ ଲଢ଼େଇ ରୋକିବାରେ ସହାୟକ ହେବ ବିଜୁଳି ବାଡ଼

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନି ଚୌବେ କହିଛନ୍ତି, "ହାତୀ ମଣିଷ ଲଢ଼େଇ ରୋକିବା ପାଇଁ ଓଡ଼ିଶାରେ ଆସାମ ଢାଞ୍ଚାରେ ସୋଲାର\ଇଲେକ୍ଚ୍ରିକ ଫେନସିଂ ନିର୍ମାଣ ପାଇଁ ବିଚାର କରାଯାଉଛି ।’’

ହାତୀ ମୃତ୍ୟୁ ମାମଲା: ମଣିଷ ଓ ହାତୀ ଲଢ଼େଇ ରୋକିବାରେ ସହାୟକ ହେବ ବିଜୁଳି ବାଡ଼
ମଣିଷ ଓ ହାତୀ ଲଢ଼େଇ ରୋକିବାରେ ସହାୟକ ହେବ ବିଜୁଳି ବାଡ଼
  • News18 Odia
  • Last Updated: October 9, 2021, 3:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ହାତୀ ମଣିଷ ଲଢ଼େଇ ରୋକିବାରେ ସହାୟକ ହେବ ବିଜୁଳି ବାଡ଼ । ରାଜ୍ୟରେ ଗତ କିଛି ବର୍ଷ ଧରି ହାତୀ ମୃତ୍ୟୁ ବଢ଼ିବାରେ ଲାଗିଛି । ଯାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଥିଲେ ବି ଜଙ୍ଗଲ ପରିବେଶ ବିଭାଗ ଏ ଦିଗରେ ତତ୍ପରତା ଦେଖେଇବା ଭଳି ମନେ ହୁଏନି ।

ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନି ଚୌବେ କହିଛନ୍ତି, "ହାତୀ ମଣିଷ ଲଢ଼େଇ ରୋକିବା ପାଇଁ ଓଡ଼ିଶାରେ ଆସାମ ଢାଞ୍ଚାରେ ସୋଲାରଇଲେକ୍ଚ୍ରିକ ଫେନସିଂ ନିର୍ମାଣ ପାଇଁ ବିଚାର କରାଯାଉଛି । ହାତୀଙ୍କ ସୁରକ୍ଷା ପାଇଁ କାମ୍ପା ପାଣ୍ଠିରୁ ଖର୍ଚ୍ଚ କରିବା ପାଇଁ ରାଜ୍ୟକୁ ପରାମର୍ଷ ଦେଇଛନ୍ତି।’’

ତଥ୍ୟ କହୁଛି ଗତ ୧୧ ବର୍ଷ ଭିତରେ ରାଜ୍ୟରେ ୮୬୨ ହାତୀ ମଲେଣି । ବିଗତ ତିନି ବର୍ଷକୁ ଦେଖାଯାଏ ଚଳିତ ଅଗଷ୍ଟ ୩୧ ତାକିଖ ସୁଦ୍ଧା ୨୮୨ ହାତୀଙ୍କ ମୃତ୍ୟୁ ହୋଇଛି । ସେଥି ମଧ୍ୟରୁ ୪୩ଟି ହାତୀ ବିଦ୍ୟୁତ ଆଘାତରେ ମରିଥିବା ବେଳେ ୭୬ଟି ହାତୀ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଗତ ୧୧ ବର୍ଷ ଭିତରେ ୮୬ଟି ହାତୀ ଶିକାରୀ ଦ୍ୱାରା ମରିଛନ୍ତି । ହାତୀ ମୃତ୍ୟୁ ରୋକିବା ପାଇଁ ରାଜ୍ୟ ଯଦି କିଛି ପ୍ରସ୍ତାବ ଦେବ କେନ୍ଦ୍ର ସରକାର ବିଚାର କରି ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ପିସିସିଏଫ ଶଶୀ ପଲ କହିଛନ୍ତି, "ହାତୀଙ୍କ ସୁରକ୍ଷା ପାଇଁ ସୋଲାର ଫ୍ୟାନ୍ସିଂ ଯୋଜନା କରାଯାଉଛି । ପୁର୍ବରୁ ଏହି ଯୋଜନାରେ ରକ୍ଷଣାବେକ୍ଷଣର ଅଭାବ ଦେଖାଦେଉଥିଲା । ଏବେ ରକ୍ଷଣାବେକ୍ଷଣ ପାଇଁ ଲୋକଙ୍କ ଭାଗୀଦାରିକୁ ଗୁରୁତ୍ୱ ଦିଆଯାଉଛି । ମଣିଷ ଓ ହାତୀ ମଧ୍ୟରେ ଯେଉଁଠି ଅଧିକ ସମସ୍ୟା ଥିବା ପ୍ରାଥମିକତା ଭିତ୍ତିରେ ସେ ସ୍ଥାନରେ ପ୍ରଥମେ ଫ୍ୟାନ୍ସିଂ କରାଯିବ । ତେବେ ଏଥି ପାଇଁ ଗାଁ ଲୋକେ ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ଥିବା ବେଳେ ୯୦ ପ୍ରତିଶତ ରାଜ୍ୟ ସରକାର ଖର୍ଚ୍ଚ କରିବେ।’’

ହାତୀ ମାନଙ୍କ ଗତିବିଧିକୁ ନେଇ ଉତ୍ତର ପୂର୍ବାଞ୍ଚଳର ଏକ ଏନଜିଓ ପକ୍ଷରୁ ଗବେଷଣା ମୂଳକ ତଥ୍ୟ ପ୍ରକାଶ ପାଇଛି । ହାତୀ ମାନେ ଘଞ୍ଚ ଜଙ୍ଗଲ ସହ ଜନବସତି ଶୂନ୍ୟ ଅଞ୍ଚଳକୁ ନିଜ ରହଣୀ ଓ ଚଳପ୍ରଚଳ ପାଇଁ ବେଶି ପସନ୍ତ କରିଥାନ୍ତି । ଏନଜିଓ ସଦସ୍ୟ ଡ଼ଃ ଦିବ୍ୟ ବାସୁଦେବଙ୍କ ଅନୁସାରେ ନିଜର ଖାଦ୍ୟ ତଥା ପାନୀୟ ଅନ୍ୱେଷଣରେ ହାତୀ ମାନେ ଶହ ଶହ କିଲୋମିଟର ଚାଲିଚାଲି ଆସିଥାନ୍ତି । କିନ୍ତୁ ମଣିଷର କାର୍ଯ୍ୟକଳାପ,ବଢୁଥିବା ଜନବସତି ଜମିର ବିଭିନ୍ନ ପ୍ରକାର ଉପଯୋଗ ଯୋଗୁଁ ଏହାର ପ୍ରଭାବ ହାତୀ ପରି ବିଶାଳକାୟ ଜୀବ ଉପରେ ପଡୁଛି ।

ହାତୀ ଭଳି ଜୀବଜନ୍ତୁଙ୍କ ଚଳପ୍ରଚଳ ଅଞ୍ଚଳ(ହାତୀ କରିଡର) ୫୦ ରୁ ୭୭ ପ୍ରତିଶତ କମି ଆସିଲାଣି । ହାତୀ ଜନବସତି ମୁହାଁ ହେଉଛନ୍ତି । ଭାରତରେ ହାତୀ ଦଳର ଚଳପ୍ରଚଳ ପାଇଁ ଯେତିକି ସ୍ଥାନ ଆବଶ୍ୟକ ତା' ଠାରୁ ବହୁ କମ୍ ପରିମାଣର ଜଙ୍ଗଲ ରହିଛି । ଗବେଷଣା ଅନୁଯାୟୀ ଗୋଟିଏ ହାତୀ ଦଳ ପାଇଁ ଭାରତରେ ମାତ୍ର ତିନି ହଜାର ବର୍ଗ କିଲୋମିଟର କମ ରହିଛି । ଏହି ଅଞ୍ଚଳ ୨୦,୦୦୦ ବର୍ଗ କିଲୋମିଟର ହେବା ଦରକାର ବୋଲି ଡ଼ଃ ବିଦ୍ୟ ବାସୁଦେବ କହିଛନ୍ତି ।
Published by: Lipina Das
First published: October 9, 2021, 3:38 PM IST