ମନ୍ଦିର ପୂଜକଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିଦେଲା ଦନ୍ତା
News18 Odia Digital
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ସାପଲହରା ଗାଁ ଭିତରେ ହାତୀ ଆତଙ୍କ। ମନ୍ଦିର ପୂଜକଙ୍କୁ ଗୋଡ଼ାଇ ମାରିଦେଲା ଦନ୍ତା। ଗତକାଲି ସନ୍ଧ୍ୟାରେ ମୁରଲୀଧର ମନ୍ଦିରରୁ ପୂଜା ସାରି ଘରକୁ ଫେରୁଥିଲେ। ଏହି ସମୟରେ ସାପଲହରା ନିକଟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।
ହାତୀକୁ ଦେଖି ମୁରଲୀଧର ଦୌଡ଼ିବାକୁ ଲାଗିଥିଲେ। ହାତୀ ମଧ୍ୟ ତାଙ୍କ ପଛରେ ଗୋଡ଼ାଇଥିଲା। ଶେଷରେ ସେ ତଳେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ମୁରଲୀଧରଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତଦେହ ନିକଟରେ ଶଙ୍ଖ ଓ ଘଣ୍ଟ ପଡ଼ିଛି। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇଁ ବନ ବିଭାଗ ମଧ୍ୟ ପହଞ୍ଚିଛି।
ଏହି ଘଟଣା ଘଟିବା ପରେ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବହୁ କଷ୍ଟରେ ବନ ବିଭାଗର କର୍ମଚାରୀ ଓ ଗାଁ ଲୋକେ ମିଶି ହାତୀକୁ ସେଠାରୁ ଘଉଡ଼ିବାକୁ ସକ୍ଷମ ହୋଇଥିଲେ। ତେବେ ବନ ବିଭାଗ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଛି।
କିଛି ଦିନ ପୂର୍ବରୁ ଏହି ସାପଲହରା ଗାଁ ପୋଖରୀରେ ଏକ ଗୁଳିବିଦ୍ଧ ଦନ୍ତା ହାତୀ ଫଶି ରହିଥିଲା। ବନ ବିଭାଗ ପକ୍ଷରୁ ପୋଖରୀ କୂଳରେ ପାଣି ଭିତରେ ଆହତ ଦନ୍ତା ହାତୀରର ଚିକିତ୍ସା କରାଯାଉ ଥିଲା। ତେବେ ସାତକୋଶିଆ ଓ ନନ୍ଦନକାନନରୁ ମଧ୍ୟ ବିଶେଷଜ୍ଞ ଦଳ ଆହତ ହାତୀର ଚିକିତ୍ସା କରିଥିଲେ। ହେଲେ ହାତୀଟି ଖଦ୍ୟା ଖାଇବା ବନ୍ଦ କରି ଦେଇଥିଲା। ତେବେ ଦନ୍ତା ହାତୀକୁ କ୍ରେନ୍ ସାହାଯ୍ୟରେ ପୋଖରୀରୁ ବାହାରକୁ ଆାଣିବା ପରେ ତାର ମୃତ୍ୟୁ ଘଟିଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।