ରାତି ଅନ୍ଧାରରେ ଗହୀର ଖାଲରେ ପଡ଼ିଲା ହାତୀ ଛୁଆ, ଛଅ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା

ଗାଁ ନିକଟରେ ଦୀର୍ଘ ବର୍ଷ ହେବ ଥିବା ଏକ ଗହୀର ଖାଲରେ ରାତିରେ କେତେବେଳେ ହାତୀ ଛୁଆଟି ଗଳିପଡିଥିଲା । ଖବର ପାଇ ବନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଜେସିବି ମେସିନ ଲଗେଇ ଲୋକଙ୍କ ସହାୟତାରେ ତାକୁ ଉଦ୍ଧାର କରିଥିଲେ । ତା’ପରେ ଖୁସିରେ ନିକଟସ୍ଥ ଜଙ୍ଗଲକୁ ଚ଼ାଲିଯାଇଥିଲା ମାଇ ହାତୀ ଛୁଆଟି ।

ରାତି ଅନ୍ଧାରରେ ଗହୀର ଖାଲରେ ପଡ଼ିଲା ହାତୀ ଛୁଆ, ଛଅ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲା
ଉଦ୍ଧାର କାର୍ଯ୍ୟ ସରିବା ପରେ ହାତୀ ଛୁଆଟି ବାହାରକୁ ଆସୁଛି ।
  • News18 Odia
  • Last Updated: February 2, 2020, 9:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ରାତି ସାରା ଏକ ଖାଲରେ ପଡ଼ି ଛଟପଟ ହେଉଥିଲା ହାତୀ ଛୁଆଟି । ଛଅ ଘଣ୍ଟାର ଜଟିଳ ଅପରେସନ ପରେ ତାକୁ ଉଦ୍ଧାର କଲା ବନ ବିଭାଗ । ଉଦ୍ଧାର ହେବାପରେ ହାତୀ ଛୁଆଟି ଫେରିଯାଇଥିଲା ନିକଟସ୍ଥ ଜଙ୍ଗଲକୁ ।

ଗଞ୍ଜାମ ଜିଲ୍ଲାର ଶେରଗଡ ବ୍ଲକ ଅନ୍ତର୍ଗତ ଅଲାରିଗଡ଼ ଗାଁ ନିକଟରେ ଘଟିଥିଲା ଏହି ଘଟଣା । ଏକ ଖାଲରେ ହାତୀ ଛୁଆଟି ଖସିପଡ଼ିଥିବାର ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ ଲୋକେ । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଜେସିବି ମେସିନ ଲଗେଇ ମାଟି ଖୋଳି ଗହୀର ଖାଲ ଭିତରୁ ହାତୀ ଛୁଆଟିକୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

ହାତୀ ଛୁଆଟିର ବୟସ ବିଷୟରେ ବନ ବିଭାଗ କର୍ମଚ଼ାରୀମାନେ କହିପାରି ନ ଥିଲେ । ଏହା ଏକ ମାଇ ହାତୀ ବୋଲି କହିଥିଲେ । ଉଦ୍ଧାର ହେବା ପରେ ହାତୀ ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥଥିବା ଦେଖାଯାଇଥିଲା ।

ଅଲାରିଗଡ଼ ଗାଁ ନିକଟରେ ଦୀର୍ଘ ବର୍ଷ ହେବ ଏକ ଖାଲ ରହିଥିଲା । ସେହି ଖାଲରେ ରାତିରେ କେତେବେଳେ ହାତୀ ଛୁଆଟି ଗଳିପଡିଥିଲା । ଖବର ପାଇ ବ୍ରହ୍ମପୁର ଓ ଦିଗପହଣ୍ଡିର ବନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ତାକୁ ଉଦ୍ଧାର କରି ପୁଣି ବଣରେ ଛାଡିଦେଇଥିଲେ ।

ଖାଲରେ ପଡ଼ିଥିବା ହାତୀଛୁଆଟି ।


ଗଞାମରେ ବାରମ୍ବାର ଜନବସତି ମୁହାଁ ହେଉଛନ୍ତି ହାତୀମାନେ, ହେଲେ ବନବିଭାଗ ଯଥେଷ୍ଟ ପଦକ୍ଷେପ ନେଉଥିବା ପରି ଲାଗୁନାହିଁ । ଦିନକୁ ଦିନ ଜଙ୍ଗଲ କ୍ଷୟ ହୋଇଚ଼ାଲିଛି । ଗୋଟେ ପଟେ ଜଙ୍ଗଲ ମାଫିଆଙ୍କ ରାଜ ଚାଲିଥିବା ବେଳେ ଅପର ପକ୍ଷେ ଗଛକଟା ଲାଗି ରହିଛି । ସେଥି ପାଇଁ ଜଙ୍ଗଲରେ ଥିବା ପଶୁମାନେ ଅସୁରକ୍ଷିତ ମନେ କରି ସହର ମୁହାଁ ହେଉଛନ୍ତି । ଅନେକ ସମୟରେ ବିଭିନ୍ନ ଜାଗାରେ ହାତୀର ମୃତ୍ୟୁ ଘଟୁଛି ।

କିଛି ମାସ ତଳେ ଭଞ୍ଜନଗରର ଘୁମୁସର ବନାଞ୍ଚଳରେ ଗୋଟିଏ ହାତୀ ମୃତ୍ୟୁ ବରଣ କରିଥିଲା । ତେବେ ସବୁବେଳେ ହାତୀ ଅସୁରକ୍ଷିତ ରହିଥିବା ବେଳେ ଏବେ ପୁଣି ଏକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି

ବାହାରକୁ ଆସିବାକୁ ଉଦ୍ୟମ କରି ଚ଼ାଲିଥିଲା ହାତୀ ଛୁଆଟି ।


ନିକଟରେ ସେରଗଡର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ମାସ ମାସ ଧରି ହାତୀମାନେ ଉତ୍ପାତ କରିଛନ୍ତି । କେବଳ ସେ ସବୁ ଗ୍ରାମକୁ ବିଦ୍ୟୁତ ବିଚ୍ଛିନ୍ନ କରିଦିଆଯାଇ ହାତୀ ଘଉଡାଇବା ପରେ ଆଉ କୌଣସି ପଦକ୍ଷେପ ନିଆଯାଉନାହିଁ । ଫଳରେ ଦିନକୁ ଦିନ ଗାଁ କୁ ଗାଁ ବ୍ୟାପିବାରେ ଲାଗିଛି ହାତୀ ଆତଙ୍କ ଘଟଣା ।

ଯେଉଁ ସବୁ ଅଞ୍ଚଳରେ ଦିନେ ହାତୀ ଦେଖିବା ସ୍ବପ୍ନ ହେଉଥିଲା, ସେଠାରେ ହାତୀମାନଙ୍କର ଚଳପ୍ରଚଳକୁ ନେଇ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟ ପଟେ ହାତୀ ଓ ମଣିଷ ମଧ୍ୟରେ ହେଉଥିବା ଲଢେଇରେ କେତେବେଳେ ମଣିଷ ଆାରପାରିକୁ ଚାଲିଯାଉଛି ତ କେତେବେଳେ ହାତୀ ମୃତ୍ୟୁ ବରଣ କରୁଛି । ହେଲେ ବନ ବିଭାଗ ପକ୍ଷରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇଥିବା ଦେଖାଯାଉ ନାହିଁ ।
First published: February 2, 2020, 9:15 PM IST
corona virus btn
corona virus btn
Loading