ଯାଜପୁର ପରେ ଏବେ ପୁରୀରେ ହାତୀ ଆତଙ୍କ; ଆକ୍ରମଣ କରି ଗୋଟିଏ ଦିନରେ ନେଲା ୩ ଜଣଙ୍କ ଜୀବନ

ମାତ୍ର କିଛି ଘଣ୍ଟା ବ୍ୟବଧାନରେ ହାତୀ ଆକ୍ରମଣର ଶିକାର ହୋଇ ଗୋଟିଏ ଦିନରେ ଚ଼ାଲିଯାଇଛି ତିନିଟି ନୀରିହ ଜୀବନ । ହାତୀଟି ଏଭଳି ଉତ୍ୟକ୍ତ ହୋଇ ପଡ଼ିଥିଲା ଯେ କେବଳ ଚ଼ାଷ ଜମି ନୁହେଁ, ସେ ଗାଁ ମଝିରେ ପଶି ମଧ୍ୟ ଆତଙ୍କ ସୃଷ୍ଟି କରିଥିଲା । କୋଡ଼ିଏ ପଚ଼ିଶିଟି ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଓ ବନ ବିଭାଗକୁ ଦାୟୀ କରୁଛନ୍ତି ।

ଯାଜପୁର ପରେ ଏବେ ପୁରୀରେ ହାତୀ ଆତଙ୍କ; ଆକ୍ରମଣ କରି ଗୋଟିଏ ଦିନରେ ନେଲା ୩ ଜଣଙ୍କ ଜୀବନ
ଗୋଟିଏ ବିଲରେ ପାଗଳ ପରି ଘୁରି ବୁଲୁଥିବା ଦନ୍ତା ହାତୀ
  • News18 Odia
  • Last Updated: February 23, 2020, 9:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଯାଜପୁର ଜିଲ୍ଲାର ଦାନଗଦି ଅଞ୍ଚଳରେ ଗତ ମାସ ଦୁଇ ଦିନରେ ଚ଼ାରି ଜଣ ଲୋକଙ୍କ ପ୍ରାଣ ନେବା ପରେ ହାତୀମାନେ ଏବେ ପୁଣି ସହର ମୁହାଁ ହୋଇଛନ୍ତି । ପୁରୀ ଜିଲ୍ଲାର ନିମାପଡ଼ା, ବଳଙ୍ଗା ଓ ପିପିଲି ଅଞ୍ଚଳରେ ଗୋଟେ ଦନ୍ତା ହାତୀର ଆକ୍ରମଣରେ ଆଜି ଚ଼ାରି ଜଣଙ୍କ ମୃତ୍ୟୁ ଘଟିଛି ଓ ପାଞ୍ଚ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି ।

ଆଜି ଭୋର୍‌ ଶୌଚ଼ ହେବାକୁ ଯାଇଥିବା ସମୟରେ ନିମାପଡ଼ା ଗୋପିନାଥପୁରର ଯୁଗଳ କିଶୋର ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କୁ ଏକ ହାତୀ ଆକ୍ରମଣ କରି ହତ୍ୟା କରିଥିଲା । ସେହି ହାତୀର ଆକ୍ରମଣରେ ନିକଟସ୍ଥ ଅନ୍ୟ ଏକ ଗ୍ରାମର ବୁଦ୍ଧିବାମନ ପୃଷ୍ଟି ଓ ହାଡ଼ିବନ୍ଧୁ ସାହୁ ଗୁରୁତରଭାବେ ଆହତ ହୋଇଥିଲେ ।

ପରେ ହାତୀଟି ଚନ୍ଦ୍ରାଦେଇପୁରର ମାଟିଘର ସାହି ଗ୍ରାମରେ ପହଞ୍ଚିଥିଲା ଓ ମକର ପଲାଇ ନାମକ ବ୍ୟକ୍ତିଙ୍କୁ ଚ଼ାଷ ଜମିରେ ଆକ୍ରମଣ କରି କଚ଼ାଡି ମାରି ଦେଇଥିଲା । ତା’ର କିଛି ଘଣ୍ଟା ପରେ ସାହି ହାତୀଟି ପିପିଲିର ସଅଁପୁର ରାଡିତି ରାଜତଇ ଗ୍ରାମର ଚ଼ୈତନ ସାହୁଙ୍କୁ ଶୌଚ଼ ହେବା ସମୟରେ ଦଳି ମାରି ଦେଇଥିଲା ।

‘‘ମୋ’ ବାବା ସକାଳେ ଶୌଚ଼ ଯାଇଥିବା ବେଳେ କେତେବେଳେ ହାତୀଟି ଆସି ତାଙ୍କୁ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ସେ ପ୍ରାଣ ହରେଇଥିଲେ । ବହୁତ ଖୋଜିବା ପରେ ତାଙ୍କ ମୃତ ଦେହ ଗୋଟେ କିଆ ବୁଦା ମୂଳରେ ମିଳିଲା,’’ କାନ୍ଦି କାନ୍ଦି କହିଛନ୍ତି ମୃତ ଚ଼ୈତନଙ୍କ ଝିଅ ଲିପି ସାହୁ ।

ଜଙ୍ଗଲ ବିଭାଗ କର୍ମଚ଼ାରୀ ଓ ଗ୍ରାମବାସୀମାନେ ହାତୀ ଘଉଡ଼େଇବାରେ ଲାଗିଛନ୍ତି ।


ମାତ୍ର କିଛି ଘଣ୍ଟା ବ୍ୟବଧାନରେ ହାତୀ  ଆକ୍ରମଣର ଶିକାର ହୋଇ ଗୋଟିଏ ଦିନରେ ଚ଼ାଲିଯାଇଥିଲା ତିନିଟି ନୀରିହ ଜୀବନ । ହାତୀଟି ଏଭଳି ଉତ୍ୟକ୍ତ ହୋଇ ପଡ଼ିଥିଲା ଯେ କେବଳ ଚ଼ାଷ ଜମି ନୁହେଁ, ସେ ଗାଁ ମଝିରେ ପଶି ମଧ୍ୟ ଆତଙ୍କ ସୃଷ୍ଟି କରିଥିଲା । ଏବେ ହାତୀଟି ପିପିଲିର ସଅଁପୁର ରାଡିତି ଗ୍ରାମର ଚାଷ ଜମିରେ ରହି ଅ।ତଙ୍କ ସୃଷ୍ଟି କରୁଥିବା ବେଳେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

‘‘ଏହି ଘଟଣାସବୁ ପାଇଁ କେବଳ ବନ ବିଭାଗ ଦାୟୀ । ବନ ବିଭାଗ ତ ହାତୀଙ୍କ ଉପରେ ନଜର ରଖିଛି । ତା’ ସତ୍ତ୍ୱେ ହାତୀଟି ଡେଲାଙ୍ଗରୁ ନିମାପଡ଼ାରେ କେମିତି ପହଞ୍ଚିଲାକ୍? ମୃତକଙ୍କ ପରିବାରଗୁଡ଼ିକୁ ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବା ଉଚ଼ିତ,’’ କହିଛନ୍ତି ପୁରୀ ଜିଲ୍ଲା ବିଜେପି ଅଧକ୍ଷ ଆଶ୍ରିତ ପଟ୍ଟନାୟକ ।

ହାତୀକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗ ଓ ପୋଲିସ ମିଳିତଭାବେ ଉଦ୍ୟମ ଜାରି ରଖିଥିବା ବେଳେ ଏବେ ସୁଦ୍ଧା ହାତୀଟିକୁ ନିୟନ୍ତ୍ରଣ କରିବା ବା ଧରିବାରେ ବିଫଳ ହୋଇଛି । ହାତୀଟିକୁ କାବୁ କରିବା ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ପିପିଲି ତହସିଲଦାର ସପନ କୁମାର ନନ୍ଦ ଓ ପିପିଲି ଆଇ.ଆଇ.ସି. ଶରତ ଚନ୍ଦ୍ର ସାହୁ । ‘‘ହାତୀଟିକୁ କାବୁ କରି ଟ୍ରାଙ୍କୁଲାଇଜ୍‌ କରିବାକୁ ଉଦ୍ୟମ ହେଉଛି,’’ କହିଛନ୍ତି ବାଲିପାଟଣା ରେଞ୍ଜର ଜୟ କୃଷ୍ଣ ଯଦୁମଣି ଦାଶ ।

ଗୋଟେ ଗାଁ ଭିତରେ ବୁଲୁଛି ହାତୀଟି ।


ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଓ ଆହତଙ୍କ ମାଗଣା ଚ଼ିକିତ୍ସା ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି ।

‘‘ଲୋକଙ୍କୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି ଯେ ଯେଉଁ ଜାଗାରେ ହାତୀ ଅଛି ସେଠିକି ଯାଇ ତାକୁ ଚ଼ିଡ଼ାନ୍ତୁ ନାହିଁ । ଫସଲ ହାନି ହୋଇଥିଲେ ବି ତା’ ପାଖକୁ ଯିବା ଉଚ଼ିତ ନୁହେଁ । ମଣିଷ ଜୀବନ ଆମ ପାଇଁ ବେଶୀ ମୂଲ୍ୟବାନ । ଗୋଟିକିଆ ହାତୀକୁ କାବୁ କରିବା ଜଙ୍ଗଲ ବିଭାଗ ପାଇଁ ଭାରି କଷ୍ଟକର ହୋଇଥାଏ । ଆଜି ତାରି ଠାରୁ ପୁରୀ ଓ ଖୋର୍ଦ୍ଦାର ଡି.ଏଫ୍‌.ଓ. ତାକୁ କାବୁ କରିବା ପାଇଁ କ୍ୟାମ୍ପେନ୍‌ ଆରମ୍ଭ କରୁଛନ୍ତି,’’ କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।
First published: February 23, 2020, 9:10 PM IST
corona virus btn
corona virus btn
Loading