ହାତୀ ଛଡାଇନେଲା ୨ପୁଅଙ୍କୁ; ଦମ୍ପତିଙ୍କ ସାମ୍ନାରେ ନିଜ ପିଲାଙ୍କୁ କଚାଡି ମାରିଲା

ଇଟା କାମ କରି ପେଟ ପାଇଁ ଦାନା ଯୋଗାଡ କରିବାକୁ ଛତିଶଗଡରୁ ଓଡ଼ିଶା ଆସିଥିଲେ ଦମ୍ପତି । କିନ୍ତୁ ଭାଗ୍ୟରେ ଥିଲା ପେଟଠୁ ବଳି ଯନ୍ତ୍ରଣା । ନିଜ ଆଖି ସାମ୍ନାରେ ୨ପୁଅଙ୍କୁ କଚାଡି ମାରିଲା ହାତୀ ।

ହାତୀ ଛଡେଇନେଲା ୨ପୁଅଙ୍କୁ; ଦମ୍ପତିଙ୍କ ସାମ୍ନାରେ ନିଜ ପିଲାଙ୍କୁ କଚାଡି ମାରିଲା

ହାତୀ ଛଡେଇନେଲା ୨ପୁଅଙ୍କୁ; ଦମ୍ପତିଙ୍କ ସାମ୍ନାରେ ନିଜ ପିଲାଙ୍କୁ କଚାଡି ମାରିଲା

  • News18 Odia
  • Last Updated :
  • Jharsuguda, India
  • Share this:
News 18 Odia Digital

ଝାରସୁଗୁଡା; କୋଳ ଖାଲି କରିଦେଲା ହାତୀ । ଶୋଇଥିବା ଅବସ୍ଥାରେ ୨ ଭାଈଙ୍କୁ ଟେକିନେଇ କଚାଡି ମାରିଦେଲା ଏକ ଜଙ୍ଗଲି ହାତୀ ।  ଏ ହୃଦୟ ବିଦାରକ ଘଟଣାଟି ଜନ୍ମକଲା ବାପା, ମାଆଙ୍କ ଆଖି ସାମ୍ନାରେ ଘଟିଛି । ଉଭୟ ବାପା, ମାଆ ନିଜ ଛୁଆଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇ ନିଜେ ଆଘାତ ପାଇଛନ୍ତି । ଏବେ କେବଳ ନିଜ ପିଲାଙ୍କ କଥା ଭାବି ଆଖିରୁ ଲୁହ ଗଡାଉଛନ୍ତି । ବାଗଡିହି ଫରେଷ୍ଟ ରେଞ୍ଜ୍ ଭଉଁରା ଅଞ୍ଚଳରେ ଏପରି ଏକ ଦୁଃଖଦ ଘଟଣା ଘଟିଛି ।



ଇଟାକାମ କରିବାକୁ ଉମେଶ ରାମ ସତନମୀ ଓ ତାଙ୍କ ପତ୍ନୀ ଲେହେରାବାଈ ସତନମୀ ନିଜ ଦୁଇ ପୁଅ ଧନଞ୍ଜୟ ଓ ଅଭୟଙ୍କୁ ନେଇ ଓଡ଼ିଶା ଆସିଥିଲେ । କିନ୍ତୁ ପେଟର ଯନ୍ତ୍ରଣା ଠାରୁ ବଳିଗଲା ତାଙ୍କ ଜୀବନ ସହ ଘଟିଯାଇଥିବା ଏପରି ଏକ ଘଟଣା । ଗତକାଲି ରାତିରେ ଉଭୟ ଦମ୍ପତି ନିଜ ଦୁଇ ପିଲାଙ୍କ ସହ ଏକ ପାଳତଳେ ଶୋଇଥିଲେ । ଉକ୍ତ ସମୟରେ ଏକ ଜଙ୍ଗଲି ହାତୀ ସେ ଅଞ୍ଚଳରେ ପହଞ୍ଚି ପ୍ରଥମେ ଜରିପାଲକୁ ଟାଣିନେଇଥିଲା । ଆଖି ପିଛୁଳାକେ ଦୁଇ ପିଲାଙ୍କ ଉପରେ ଆକ୍ରମଣ କରିଥିଲା ହାତୀ । ଫଳରେ କିଛି ଉପାୟ ପାଇନଥିଲେ ଦମ୍ପତି । ପରେ ଦୁଇ ପିଲାଙ୍କ ମୃତଦେହ ମିଳିଥିଲା ଏକ ଜରିପାଲ ତଳୁ । ଘଟଣାରେ ଲେହେରାବାଈଙ୍କ ହାତ ଭାଙ୍ଗିଛି ଏବଂ ତାଙ୍କ ସ୍ୱାମୀ ଧନଜ୍ଞୟ ମଧ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଛି ।

ଘଟଣା ସମ୍ପର୍କରେ ତଦନ୍ତ କରୁଛି ବନ ବିଭାଗ ଓ ପୋଲିସ । ଝାରସୁଗୁଡା ଡିଏଫଓ କହିଛନ୍ତି ଯେ, ତଦନ୍ତ ପରେ ସରକାରୀ ନିୟମ ଅନୁସାରେ ଦମ୍ପତିଙ୍କୁ କ୍ଷତିପୂରଣ ଯୋଗାଇଦିଆଯିବ ।
Published by:Soubhagya Mishra
First published: