ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ପାଇଁ ୯୧୪ ଟଙ୍କା ମଞ୍ଜୁରୀ

ଇଏମସି( Electronic manufacturing cluster) ପ୍ରାୟ ୯୧୪ କୋଟି ଟଙ୍କାର ବିନିଯୋଗ ପ୍ରତିଶ୍ରୁତି ପାଇଛି। ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ରାଜ୍ୟସଭାକୁ ସୂଚନା ଦେଇଛନ୍ତି ଯେ ପ୍ରକଳ୍ପ ମୂଲ୍ୟ ୨୦୦.୭୬ କୋଟି ଟଙ୍କା ସହିତ ୨୦୧୬ରେ ଓଡ଼ିଶା ଶିଳ୍ପ ବିକାଶ ନିଗମ (IDCO) କୁ ଗ୍ରୀନ୍ ଫିଲ୍ଡ ଇଏମସି ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଛି।

ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର

ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର

  • Share this:
News 18 Odia Digital

ଇଏମସି( Electronic manufacturing cluster) ପ୍ରାୟ ୯୧୪ କୋଟି ଟଙ୍କାର ବିନିଯୋଗ ପ୍ରତିଶ୍ରୁତି ପାଇଛି। ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ରାଜ୍ୟସଭାକୁ ସୂଚନା ଦେଇଛନ୍ତି ଯେ ପ୍ରକଳ୍ପ ମୂଲ୍ୟ ୨୦୦.୭୬ କୋଟି ଟଙ୍କା ସହିତ ୨୦୧୬ରେ ଓଡ଼ିଶା ଶିଳ୍ପ ବିକାଶ ନିଗମ (IDCO) କୁ ଗ୍ରୀନ୍ ଫିଲ୍ଡ ଇଏମସି ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଛି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ଇଏମସି ପ୍ରାୟ ୯୭୯ କୋଟି ଟଙ୍କା ବିନିଯୋଗକୁ ଆକର୍ଷିତ କରିବ ଓ ୧୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି।

ଟେକ୍ନୋଲୋଜି ଇନକ୍ୟୁବେସନ ଆଣ୍ଡ ଡେଭଲପମେଣ୍ଟ ଅଫ୍ ଏଣ୍ଟରପ୍ରାଇଜର୍ସ (TIDE 2.0) ଯୋଜନା ଅଧୀନରେ, ୧୦୧୯ରେ ଦୁଇଟି ଇନକ୍ୟୁବେସନ ସେଣ୍ଟର - KIIT ଟେକ୍ନୋଲୋଜି ବିଜନେସ୍ ଇନକ୍ୟୁବେଟର, KIIT ୟୁନିଭରସିଟି, ଭୁବନେଶ୍ୱର ଏବଂ ଫାଉଣ୍ଡେସନ ଫର ଟେକ୍ନୋଲୋଜି ଆଣ୍ଡ ବିଜିନେସ୍ ଇନକ୍ୟୁବେସନ (FTBI), NIT ରାଉରକେଲାକୁ ଅନୁମୋଦନ କରାଯାଇଛି। ବର୍ତ୍ତମାନ ସୁଦ୍ଧା, ଉଭୟ କେନ୍ଦ୍ରରେ ପ୍ରାୟ ୧୫ ଟି ଷ୍ଟାର୍ଟଅପ୍ ରହିଛି।

ସେ କହିଛନ୍ତି ଯେ ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ବାଲେଶ୍ବରରେ ଚାରୋଟି ଏସ୍ଟିପି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଇନଫୋସିସ୍, ଟିସିଏସ୍, ୱିପ୍ରୋ, ଟେକ୍ ମହିନ୍ଦ୍ରା ଭଳି ୨୫୦ ରୁ ଅଧିକ ଆଇଟି / ଆଇଟିଏସ୍ କମ୍ପାନୀ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ (ଏସଟିପି) ସ୍କିମ୍ ଅଧୀନରେ ପଞ୍ଜୀକୃତ ହୋଇଛନ୍ତି ଓ ଓଡ଼ିଶାରେ ସେମାନଙ୍କର ବ୍ୟାକ୍ ଅଫିସ୍ / ଶାଖା କାର୍ଯ୍ୟାଳୟ ଅଛି। ଅବସ୍ଥିତ ଏହି IT / ITeS ୟୁନିଟ୍ ଗୁଡିକ ୨୦୨୧-୨୨ରେ ପ୍ରାୟ ୨୫୬୬ କୋଟି ଟଙ୍କା ରପ୍ତାନି କରିଛନ୍ତି।

ରାଜ୍ୟରେ ଟେକ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଅନୁଗୁଳ, ଯାଜପୁର, ସମ୍ବଲପୁର ଓ ଜୟପୁରରେ ଚାରୋଟି ନୂଆ STPI କେନ୍ଦ୍ର ଅନୁଷ୍ଠିତ ହେବ। ମନ୍ତ୍ରୀ କହିଛନ୍ତି ଯେ ବଜେଟ୍ ସହିତ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ୧୨ ପରବର୍ତ୍ତୀ ଜେନେରେସନ୍ ଇନକ୍ୟୁବେସନ ସ୍କିମ୍ (NGIS) ମଧ୍ୟରେ ଭୁବନେଶ୍ୱର STPI ଅନ୍ୟତମ।
Published by:Soumyashree Mishra
First published: