News18 Odia Digital
ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ ଦର ବଢ଼ିଛି । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବଢ଼ାଇଛନ୍ତି ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗ (OERC) । ବିପିଏଲ୍ ପରିବାର ପାଇଁ ୩୦ ୟୁନିଟ୍ ପର୍ଯ୍ୟନ୍ତ ଦର ଅପରିବର୍ତ୍ତିତ ରଖାଯାଇଥିବା ବେଳେ କୃଷି ଜଳସେଚନ ପାଇଁ ମଧ୍ୟ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ବିଜୁଳି ଦର ବୃଦ୍ଧିକୁ ବିରୋଧ କରିଛି ଉପଭୋକ୍ତା ମହାସଙ୍ଘ ।
ରାଜ୍ୟ ବିଦ୍ୟୁତ ନିୟମାକ ଆୟୋଗଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଏଥି ପାଇଁ ଘରୋଇ ବ୍ୟବହାର କ୍ଷେତ୍ରରେ ବିଦ୍ୟୁତ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରାଯାଇଛି । ପୂର୍ବରୁ ୫୦ ୟୁନିଟ୍ ପର୍ଯ୍ୟନ୍ତ ଦେୟ ଥିଲା ୨ ଟଙ୍କା ୭୦ ପଇସା । ଏଣିକି ଏହା ବୃଦ୍ଧି ପାଇ ହେଲା ୩ ଟଙ୍କା । ସେହି ପରି ୫୦ରୁ ୨୦୦ ୟୁନିଟ୍ ଯାଏଁ ଦେୟ ଥିଲା ୪ ଟଙ୍କା ୫୦ ପଇସା । ଏହା ବୃଦ୍ଧି ପାଇ ହୋଇଛି ୪ ଟଙ୍କା ୮୦ ପଇସା ।
ଦେଖନ୍ତୁ PHOTOS | ମଲାଇକା ଅରୋଡ଼ା ନିଜ ପ୍ରିୟ ଯୋଗ ଆସନଗୁଡ଼ିକର ଫଟୋ ଶେୟାର୍ କଲେ; ଦେଖନ୍ତୁ୨୦୦ରୁ ୪୦୦ ୟୁନିଟ୍ ଯାଏଁ ଦେୟ ୫ ଟଙ୍କା ୫୦ ପଇସା ଦେବାକୁ ପଡୁଥିଲା । ଏବେ ଏହା ବୃଦ୍ଧି ପାଇ ୫ ଟଙ୍କା ୮୦ ପଇସା ହୋଇଛି । ୪୦୦ରୁ ଅଧିକ ୟୁନିଟ୍ ଖର୍ଚ୍ଚ କରୁଥିଲେ ପୂର୍ବରୁ ୟୁନିଟ୍ ପିଛା ୫ ଟଙ୍କା ୯୦ ପଇସା ଦେବାକୁ ପଡୁଥିଲା, ହେଲେ ଏଣିକି ଦେବାକୁ ପଡ଼ିବ ୟୁନିଟ୍ ପିଛା ୬ ଟଙ୍କା ୨୦ ପଇସା ।
ଏହା ବି ପଢ଼ନ୍ତୁ | ଶାହାରୁଖ୍ ଖାନ୍ ଏବେ ଦେଶର ସବୁଠୁ ମହଙ୍ଗା ଅଭିନେତା; ଫିଲ୍ମ ‘ପଠାନ’ ପାଇଁ କେତେ ନେଉଛନ୍ତି ଜାଣନ୍ତି?‘‘ବର୍ଦ୍ଧିତ ୩୦ ପଇସାରୁ ବିଦ୍ୟୁତ୍ ପରିବହନ ସଂସ୍ଥା ନେବ ୩ ପଇସା । ମାସିକ ସର୍ବନିମ୍ନ ବିଦ୍ୟୁତ ଦେୟ ଓ ମିଟର ଭଡ଼ା ଅପରିବର୍ତ୍ତିତ ରହିବ । ବିପିଏଲ୍ ପରିବାର ପାଇଁ ୩୦ ୟୁନିଟ୍ ଯାଏଁ ପୂର୍ବ ଦେୟ ୮୦ ଟଙ୍କାକୁ ଅପରିବର୍ତ୍ତିତ ରଖିଛନ୍ତି ଓ.ଇ.ଆର୍.ସି. । କିନ୍ତୁ ୩୦ ୟୁନିଟ୍ ପରେ ଖର୍ଚ୍ଚ କଲେ ୟୁନିଟ୍ ପିଛା ୩ ଟଙ୍କା ଦେବାକୁ ପଡ଼ିବ । କୃଷି ଜଳସେଚନ ପାଇଁ ବିଦ୍ୟୁତ ଦର ୟୁନିଟ୍ ପିଛା ୧ ଟଙ୍କା ୫୦ ପଇସା ଅପରିବର୍ତ୍ତିତ ରଖାଯାଇଛି,’’ କହିଛନ୍ତି OERC ସଚିବ ପ୍ରିୟବ୍ରତ ପଟ୍ଟନାୟକ ।
ଦେଖନ୍ତୁ PHOTOS | ଅଭିନେତ୍ରୀ ଦିଶା ପଟାନୀଙ୍କ ଏହି ବିକିନି ଫଟୋଗୁଡ଼ିକ ଇଣ୍ଟରନେଟରେ ଝଡ଼ ସୃଷ୍ଟି କଲେ; ଦେଖନ୍ତୁସେ ଆହୁରି କହିଛନ୍ତି, ‘‘ଆଶ୍ବସ୍ତିର କଥା ହେଲା ଘରୋଇ ଓ ସିଙ୍ଗଲ୍ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨% ରିହାତି ଘୋଷଣା କରିଛନ୍ତି ଓ.ଇ.ଆର୍.ସି. । ତା’ଛଡ଼ା ନିର୍ଦ୍ଧାରିତ ସମୟ ଭିତରେ ଡିଜିଟାଲ୍ ମୋଡ୍ରେ ଦେୟ ଦେଲେ ଉପଭୋକ୍ତାଙ୍କୁ ମିଳିବ ୨% ରିହାତି । ସେହି ପରି ଗ୍ରାମାଞ୍ଚଳ ଉପଭୋକ୍ତାମାନେ ଠିକ୍ ସମୟରେ ଦେୟ ଦେଲେ ସେମାନଙ୍କୁ ମିଳିବ ୫% ରିହାତି ।’’
ଏହା ବି ପଢ଼ନ୍ତୁ | ହରିଦ୍ୱାର କୁମ୍ଭରେ ବିଶ୍ୱର ସବୁଠୁ ଛୋଟ ନାଗା ସାଧୁ: ଉଚ୍ଚତା ୧୮ ଇଞ୍ଚ୍, ଓଜନ ମାତ୍ର ୧୮ କିଲୋଗ୍ରାମ୍ହେଲେ ଏହି ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ତୀବ୍ର ବିରୋଧ କରିଛି ଉପଭୋକ୍ତା ମହାସଙ୍ଘ ଓ ଉପଭୋକ୍ତାମାନେ । ଉପଭୋକ୍ତା ମହାସଙ୍ଘର ସଭାପତି ରମେଶ ଶତପଥୀ କହିଛନ୍ତି, ‘‘ସରକାରଙ୍କ ଖାଉଟି ମାରଣ ନୀତିର ଏହା ପ୍ରତିଫଳନ । ଏହା ଦୁର୍ଭାଗ୍ୟଜନକ। କୋଭିଡ ସମୟରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଏହା ଆଉ ଏକ ବୋଝ । ନିଜ ଅପାରଗତାକୁ ଲୁଚାଇବାକୁ ଲୋକଙ୍କ ଉପରେ ବୋଝ ଲଦି ଦିଆଯାଇଛି । ଏହାକୁ ସବୁ ରାଜନୈତିକ ଦଳ ବିରୋଧ କରିବା ଦରକାର । ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ସଙ୍ଘ ରାଜରାସ୍ତାକୁ ଓହ୍ଲାଇବ ।’’
ଆସନ୍ତା ଏପ୍ରିଲ ୪ରୁ ଲାଗୁ ହେବ ଏହି ବର୍ଦ୍ଧିତ ଦର । ଏହା ଅନୁସାରେ ଜଣେ ଉପଭୋକ୍ତାଙ୍କୁ ପୂର୍ବ ଦେୟଠାରୁ ୫.୬ ପ୍ରତିଶତ ଅଧିକ ଦେୟ ଦେବାକୁ ପଡ଼ିବ । କରୋନା ସ୍ଥିତି ଯୋଗୁଁ ଗତ ବର୍ଷ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରଖିଥିଲେ ଓ.ଇ.ଆର୍.ସି. ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।