ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Coal Crisis: ଓଡ଼ିଶାରେ କୋଇଲା ଅଭାବ ଯୋଗୁଁ ବିଜୁଳି ସଙ୍କଟକୁ ନେଇ ଚର୍ଚ୍ଚା; ଶକ୍ତି ମନ୍ତ୍ରୀ କହିଲେ ଏମିତି ଆଶଙ୍କା ନାହିଁ

Coal Crisis: ଓଡ଼ିଶାରେ କୋଇଲା ଅଭାବ ଯୋଗୁଁ ବିଜୁଳି ସଙ୍କଟକୁ ନେଇ ଚର୍ଚ୍ଚା; ଶକ୍ତି ମନ୍ତ୍ରୀ କହିଲେ ଏମିତି ଆଶଙ୍କା ନାହିଁ

ଦେଶରେ ବିଦ୍ୟୁତ୍ ସଙ୍କଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା ପରିପ୍ରେକ୍ଷୀରେ ଏଭଳି ଆକଳନ କରିଛନ୍ତି ବିଶେଷଜ୍ଞ । ତେବେ ଏଭଳି ଆକଳନ ସହ ଉତ୍କଳ ଚ୍ୟାମ୍ବର ଅଫ କମର୍ସ (ୟୁସିସିଆଇ) ଅସହମତି ପ୍ରକାଶ କରିଛି ।

Coal Crisis: ଓଡ଼ିଶାରେ କୋଇଲା ଅଭାବ ଯୋଗୁଁ ବିଜୁଳି ସଙ୍କଟକୁ ନେଇ ଚର୍ଚ୍ଚା; ଶକ୍ତି ମନ୍ତ୍ରୀ କହିଲେ ଏମିତି ଆଶଙ୍କା ନାହିଁ
ଓଡ଼ିଶାରେ କୋଇଲା ଅଭାବ ଯୋଗୁଁ ବିଜୁଳି ସଙ୍କଟକୁ ନେଇ ଚର୍ଚ୍ଚା
  • News18 Odia
  • Last Updated: October 14, 2021, 3:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଉତ୍ତର ଭାରତ ଭଳି ଓଡ଼ିଶାରେ ସେଭଳି ବିଦ୍ୟୁତ୍ ସଙ୍କଟ ଉପୁଜି ନ ପାରେ । କାରଣ ଓଡ଼ିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ ଭାବେ ନିଜକୁ ପ୍ରମାଣିତ କରି ଆସିଛି । ରାଜ୍ୟରେ ବର୍ଷକୁ ୨୪ ହଜାର ମିଲିୟନ ୟୁନିଟ୍‌ର ବିଜୁଳି ଆବଶ୍ୟକତା ଥିବା ବେଳେ କ୍ଷତି ତଥା ଅନ୍ୟ କାରଣରୁ ବେଳେବେଳେ ୩୨ ହଜାର ମିଲିୟନ ୟୁନିଟ୍‌ର ଆବଶ୍ୟକତା ପଡ଼ିଥାଏ । ତେବେ ଏହି ଆବଶ୍ୟକତା ପୂରଣ ପାଇଁ ବି ଓଡ଼ିଶା ସମର୍ଥ ।

ଦେଶରେ ବିଦ୍ୟୁତ୍ ସଙ୍କଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା ପରିପ୍ରେକ୍ଷୀରେ ଏଭଳି ଆକଳନ କରିଛନ୍ତି ବିଶେଷଜ୍ଞ । ତେବେ ଏଭଳି ଆକଳନ ସହ ଉତ୍କଳ ଚ୍ୟାମ୍ବର ଅଫ କମର୍ସ (ୟୁସିସିଆଇ) ଅସହମତି ପ୍ରକାଶ କରିବା ସହ ଆଗକୁ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବିଜୁଳି ସଙ୍କଟ ହୋଇପାରେ ବୋଲି ଆଶଙ୍କା କରିଛି ।

ସେହିପରି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏଭଳି ସଙ୍କଟର ସମ୍ଭାବନା ନାହିଁ ।
ମିଳିଥିବା ତଥ୍ୟ ଅନୁସାରେ, ସାରା ଦେଶରେ ଓଡ଼ିଶା ଏକ ବିଜୁଳି ବଳକା ରାଜ୍ୟ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଛି । ଓଡ଼ିଶାରେ ବାର୍ଷିକ ୨୪ ହଜାର ମିଲିୟନ ୟୁନିଟ୍‌ର ବିଦ୍ୟୁତ୍ ଶକ୍ତି ଆବଶ୍ୟକତା ପଡ଼ିଥାଏ । ସେ ତୁଳନାରେ ତାପଜ, ଜଳଜ ତଥା ବିକଳ୍ପ ଉତ୍ସରୁ ଓଡ଼ିଶାରେ ଉତ୍ପାଦିତ ହୋଇଥାଏ ୪୦ ହଜାର ମିଲିୟନ ୟୁନିଟରୁ ଅଧିକ। ମୋଟ ଉପରେ ତିନୋଟି ଉତ୍ସରୁ ଓଡ଼ିଶାକୁ ବିଜୁଳି ଶକ୍ତି ମିଳୁଥିବା ବେଳେ ମୋଟ ଉତ୍ପାଦନର ୬୫ରୁ ୭୦ ପ୍ରତିଶତରୁ କେବଳ ତାପଜ ବିଦ୍ୟୁତରୁ ମିଳିଥାଏ । ବଳକା ୩୦ ରୁ ୩୫ ପ୍ରତିଶତ ଜଳଜ ବିଦ୍ୟୁତ୍ ତଥା ବିକଳ୍ପ ଉତ୍ସରୁ ରାଜ୍ୟକୁ ବିଦ୍ୟୁତ୍ ମିଳିଥାଏ । ଅର୍ଥାତ୍ କୌଣସି ସ୍ଥିତିରେ ବି ଓଡ଼ିଶାରେ ବିଜୁଳି ସଙ୍କଟ ନ ହୋଇ ପାରେ ।

ବିଦ୍ୟୁତ୍ ସଙ୍କଟକୁ ନେଇ ଓଡ଼ିଶାରେ ଚର୍ଚ୍ଚା


ଗ୍ରୀଡ଼କୋର ପୂର୍ବତନ ସିଏମଡି ବିଜୟ ଚନ୍ଦ୍ର ଜେନାଙ୍କ ଅନୁଯାୟୀ, ପିକ୍ ଆୱାରରେ ଓଡ଼ିଶାକୁ ୪,୫୦୦ ମେଗାୱାଟର ବିଜୁଳି ଶକ୍ତି ଆବଶ୍ୟକତା ପଡ଼ିଥାଏ, ଯାହାକୁ ଭରଣ କରିବା ପାଇଁ ରାଜ୍ୟ ନିଜେ ସକ୍ଷମ । କାରଣ ସାରା ଦେଶରେ ଗଚ୍ଛିତ ଥିବା ମୋଟ କୋଇଲାର ୨୫ ପ୍ରତିଶତ କେବଳ ଓଡ଼ିଶାରେ ମହଜୁଦ ଅଛି । ସେ ଦୃଷ୍ଟିରୁ କେବଳ କୋଲ୍ ଇଣ୍ଡିଆ 8 ବାର୍ଷିକ ୧୫୦ ମିଲିୟନ ଟନ୍‌ର କୋଇଲା ଉତ୍ପାଦନ କରିଥାଏ । ଓଡ଼ିଶାରେ ଥିବା ୧୬ ହଜାର ମେଗାୱାଟ ଉତ୍ପାଦନକ୍ଷମ ପାୱାର ପ୍ଲାଂଟ ପାଇଁ ମୋଟ ୯୦ରୁ ୯୫ ପ୍ରତିଶତ କୋଇଲା ଆବଶ୍ୟକ ହୋଇଥାଏ ଯାହା ରାଜ୍ୟରେ ମହଜୁଦ ଅଛି । ସେ ଦୃଷ୍ଟିରୁ କୋଇଲାକୁ ନେଇ ରାଜ୍ୟରେ ବିଜୁଳି ସଙ୍କଟ ଉପୁଜିବାର ସମ୍ଭାବନା ନାହିଁ ।

ତେବେ ବିଶେଷଜ୍ଞଙ୍କ ଏଭଳି ମତ ସହ ସହମତି ପ୍ରକାଶ କରିନାହିଁ ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) । ୟୁସିସିଆଇର ସଭାପତି ଡ଼ଃ ବ୍ରହ୍ମା ମିଶ୍ରଙ୍କ ସୂଚନା ଅନୁସାରେ, ଓଡ଼ିଶା ବିଜୁଳି ବଳକା ରାଜ୍ୟ ହୋଇଥିବା ବେଳେ ରାଜ୍ୟରେ ଗଚ୍ଛିତ ଥିବା କୋଇଲାକୁ ଅନ୍ୟ ରାଜ୍ୟରେ ତଥା ରାଜ୍ୟ ବାହାରେ ଥିବା ପାୱାର ପ୍ଲାଣ୍ଟ ପାଇଁ ନିରନ୍ତର ଯୋଗାଣ ହେଉଛି । କୋଭିଡ଼ ସମୟରେ ରାଜ୍ୟରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ଗୁଡ଼ିକ ବନ୍ଦ ପଡ଼ିଥିବାରୁ ବିଜୁଳି ଶକ୍ତିର ଆବଶ୍ୟକତା କମ୍ ଥିଲା । ଧୀରେ ଧୀରେ ଶିଳ୍ପ ଅନୁଷ୍ଠାନଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ ବିଦ୍ୟୁତର ଆବଶ୍ୟକତା ପଡ଼ିବ । ତେଣୁ କୋଇଲା ସଙ୍କଟ କାରଣରୁ ସାଧାରଣ ଲୋକେ ଘନ ଘନ ବିଜୁଳ କାଟର ସ୍ଥିତିର ସମ୍ମୁଖୀନ ହେବେ ନାହିଁ, କିନ୍ତୁ ଏହାର ପ୍ରଭାବ ଛୋଟବଡ଼ ଶିଳ୍ପସଂସ୍ଥା ଉପରେ ପଡ଼ିପାରେ । ଏହାକୁ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାରଙ୍କୁ ସେ ଚିଠି ଲେଖିଥିବା କହିଛନ୍ତି ।

ବିଭାଗୀୟ ମନ୍ତ୍ରୀ କ୍ୟାପେଟନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ‘‘ଓଡ଼ିଶାରେ ସେଭଳି କିଛି ବିଦ୍ୟୁତ ସଙ୍କଟର ସମ୍ଭାବନା ନାହିଁ । ସେଭଳି ସ୍ଥିତି ପାଇଁ ରାଜ୍ୟ ପ୍ରସ୍ତୁତ ଅଛି । ଏସବୁ ଭିତରେ ମତ ଉଠୁଛି ଯଦି ସରକାରୀ ସ୍ତରରେ ସଠିକ୍ ଉଦ୍ୟମ ନ ହୁଏ, ତେବେ ଆଗକୁ ଓଡ଼ିଶା ବିଦ୍ୟୁତ୍ ସଙ୍କଟର ସାମ୍ନା କରିବ କି ? .
Published by: Lipina Das
First published: October 14, 2021, 3:18 PM IST