ଆଲୋକିତ ହେବ ଦ୍ରୌପଦୀ ମୁର୍ମୁଙ୍କ ଗାଁ; ଟ୍ରାନ୍ସଫର୍ମର ଓ ପୋଲ୍ ଧରି ପହଞ୍ଚିଲେ ବିଭାଗୀୟ ଲୋକ

ଆଲୋକିତ ହେବ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଗାଁ। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାଁ ଘୋଷଣା ହେବାପରେ ତତ୍ପରତା ପ୍ରକାଶ ପାଇଛି ।

ଓଡିଶା ଭବନରେ ସାଧା ଖାଦ୍ୟ ଖାଇଲେ ମୁର୍ମୁ (ପ୍ରତୀକାତ୍ମକ ଛବି)

ଓଡିଶା ଭବନରେ ସାଧା ଖାଦ୍ୟ ଖାଇଲେ ମୁର୍ମୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆଲୋକିତ ହେବ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଗାଁ। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଜୁଳି ସଂଯୋଗ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାଁ ଘୋଷଣା ହେବାପରେ ତତ୍ପରତା ପ୍ରକାଶ ପାଇଛି ।

ଉପରବେଡାରେ ପ୍ରାୟ ସାଢେ ୩ ହଜାର ଲୋକ ରହୁଥିବାବେଳେ ବଡସାହିରେ ବିଜୁଳ ଅଛି । କିନ୍ତୁ ଡୁଙ୍ଗୁରି ସାହିରେ ଥିବା ୧୪ଟି ଘରକୁ ଆଜିଯାଏଁ ବିଜୁଳି ସଂଯୋଗ ହୋଇନାହିଁ ।

ମୟୂରଭଞ୍ଜ କୁଷୁମ ବ୍ଲକ ଉପରବେଡ଼ାର କେତେର ଘରକୁ ଆଜିଯାଏଁ ବିଜୁଳି ସଂଯୋଗ ହୋଇନଥିଲା । ଦ୍ରୌପଦୀ ମୁର୍ମୁ ଏହି ଗାଁରେ ରୁହନ୍ତି ନାହିଁ । ଗାଁଠାରୁ ୨୦ କିଲୋମିଟର ଦୂର ରାଇରଙ୍ଗପୁର ପୌରାଞ୍ଚଳରେ ରହୁଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ।

ଏହି ଅଞ୍ଚଳରେ ବିଜୁଳି ବିତରଣ କରୁଥିବା ଟାଟା ପାୱାର କମ୍ପାନି ଟ୍ରାନ୍ସଫରମର, ଇଲେକଟ୍ରିଲ ପୋଲ ଓ ମାଟିଖୋଳା ମେସିନ ଧରି ପହଞ୍ଚିଛି । ତୁରନ୍ତ ବିଜୁଳି ପହଞ୍ଚିନଥିବା ଘରେ ବିଦ୍ୟୁତ ସଂଯୋଗ କରିବାକୁ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି ।

ଉପରବେଡା ଡୁଙ୍ଗୁରୁସାହି ବସ୍ତିରେ ଦ୍ରୌପଦୀ ମୁର୍ମୁଙ୍କ ପୁତୁରା ବିରଞ୍ଚି ନାରାୟଣ ଟୁଡୁ ତାଙ୍କ ପତ୍ନୀ ଓ ୨ ପିଲାଙ୍କ ସହ ରୁହନ୍ତି ।
Published by:Soumya Das
First published: