ଭୁବନେଶ୍ବରରେ ନିର୍ବାଚନୀ ହିଂସା; ରାତି ଅଧରେ ରକ୍ତ ରଞ୍ଜିତ ହେଲା ରାଜଧାନୀ

ନିଜ ଦଳରେ ସାମିଲ କରିବାକୁ କହି ୩୩ ନଂ ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀନୀ ଧରିତ୍ରୀ ଜେନାଙ୍କ ସ୍ୱାମୀ ଉମାକାନ୍ତ ଜେନା ଲଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିର କିଛି କହିଲାଙ୍କୁ ବାଧ୍ୟ କରୁଥିଲେ। ଏପରିକି ସେମାନଙ୍କୁ ମାଡ଼ ମରୁଥିବା ନେଇ ଅଭିଯୋଗ ହୋଇଥିଲା।

ଭୁବନେଶ୍ବରରେ ନିର୍ବାଚନୀ ହିଂସା

ଭୁବନେଶ୍ବରରେ ନିର୍ବାଚନୀ ହିଂସା

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ପୌର ନିର୍ବାଚନକୁ ନେଇ ପ୍ରଚାର ଜମି ଆସୁଥିବା ବେଳେ ରାଜନୈତିକ ହିଂସା ଦେଖିବାକୁ ମଧ୍ୟ ମିଳିଛି। ଭୁବନେଶ୍ୱର ମହାନଗର ନିଗମର ଲକ୍ଷ୍ମୀସାଗର ଥାନା ଅଧିନରେ ଥିବା ୩୩ ଓ ୪୫ ନମ୍ବର ୱାର୍ଡ଼ରେ ହିଂସାକାଣ୍ଡ ଘଟିଛି। ଦୁଇ ବିରୋଧ ଗୋଷ୍ଠୀ ମଧ୍ୟରେ ମାରପିଟ୍ ଓ ହଣାକଟା ଭଳି ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ୬ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ଉଭୟ ଗୋଷ୍ଠୀର ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଛି।

ନିଜ ଦଳରେ ସାମିଲ କରିବାକୁ କହି ୩୩ ନଂ ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀନୀ ଧରିତ୍ରୀ ଜେନାଙ୍କ ସ୍ୱାମୀ ଉମାକାନ୍ତ ଜେନା ଲଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିର କିଛି କହିଲାଙ୍କୁ ବାଧ୍ୟ କରୁଥିଲେ। ଏପରିକି ସେମାନଙ୍କୁ ମାଡ଼ ମରୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ କରିବାରୁ ବିଜେଡିର କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡିର କର୍ମୀ।

ସେପଟେ ବିଜେଡିର ଅଭିଯୋଗକୁ ନେଇ ପାଲଟା ଅଭିଯୋଗ କରିଛନ୍ତି ବିଜେପି କର୍ମୀ। ସେମାନେ କହିବା କଥା ବିଜେଡି କର୍ମୀମାନେ ସଂଘବଦ୍ଧ ଭାବେ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏନେଇ ବିଜେପି ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ସଂଘବଦ୍ଧ ଆକ୍ରମଣରେ ଆହତମାନେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ୪୫ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଅମରେଶ ଜେନାଙ୍କ ସମର୍ଥକଙ୍କୁ ବିପକ୍ଷ ଗୋଷ୍ଠୀ ଲଙ୍କା ଗୁଣ୍ଡ ଫିଙ୍ଗି ଆକ୍ରମଣ କରିଥିଲେ। ଆକ୍ରମଣରେ ଚିନ୍ତାମଣିଶ୍ୱର ହୁଡାସାହିର ଜିତେନ୍ଦ୍ର ଜେନା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସେ ପ୍ରଚାର କାମ ସାରି ଘରକୁ ଫେରୁଥିବା ବେଳେ ବିରୋଧୀ ଗୋଷ୍ଠୀ ତାଙ୍କ ମୁହଁକୁ ଲଙ୍କା ଗୁଣ୍ଡ ପକାଇଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଭୁଜାଲିରେ ଆକ୍ରମଣ କରିଥିଲେ।

"ଆମେ ଦୁଇଟି ଘଟଣାକୁ ଗମ୍ଭୀରତା ସହ ନେଇଛୁ। ଉଭୟ ଗୋଷ୍ଠୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜରେ ଆକ୍ରମଣ କାରୀଙ୍କ ଫଟୋ ଅଛି । ତେଣୁ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତି ରହିଛି ସେମାଙ୍କୁଲ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାର ଏହେ ପ୍ରତ୍ୟକ୍ଷ ଭାବେ ତଦନ୍ତ କରୁଛନ୍ତି ଭୁବନେଶ୍ୱର ଡିସିପି। ନିର୍ବାଚନ ସମୟରେ ହିଂସା କୁ ସ୍ଥାନ ଦିଆଯାଇନାହିଁ। ଯିଏ ବି ଏ ଘଟଣାରେ ସମ୍ପୃକ୍ତି ସାମ୍ନାକୁ ଆସିବ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ" ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ସୂଚନାଯୋଗ୍ୟ, ପୌର ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାକୁ ରୋକିବା ପାଇଁ କମିସନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଡ୍ରାଇଭ । ବିଶେଷ କରି ବସ୍ତି ଓ ଖଟି ଗୁଡିକ ଉପରେ ନଜର ରଖିଥିଲା ପୋଲିସ । ହେଲେ ବିଚ ରାସ୍ତାରେ ହନାକଟା ପରେ ପୋଲିସ ର କାର୍ଯ୍ୟଦକ୍ଷତା ନେଇ ଉଥିଲାଣି ପ୍ରଶ୍ନ ।
Published by:Lipina Das
First published: