News18 Odia Digital
ନୂଆ ଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ (Parliament Winter Session) ବିରୋଧୀ ଦଳମାନଙ୍କର ହୋ-ହଲ୍ଲା ମଧ୍ୟରେ ଲୋକସଭାରେ (Lok Sabha) ନିର୍ବାଚନ ସଂସ୍କାର ବିଲ୍ (Election Laws Amendment Bill) ଗୃହୀତ ହୋଇଛି । ନିର୍ବାଚନ ସଂସ୍କାର ବିଲେ, ୨୦୨୧ରେ ଆଧାର କାର୍ଡକୁ (Aadhar card) ଭୋଟର ID କାର୍ଡ ସହିତ ଯୋଡିବା ପାଇଁ ବ୍ୟବସ୍ଥା କରାଯାଇଛି।
କଂଗ୍ରେସ, ତୃଣମୂଳ କଂଗ୍ରେସ, ଏ.ଆଇ.ଏମ୍., ଆର୍.ଏସ୍.ପି. ଓ ବି.ଏସ୍.ପି. ସମେତ ଅନେକ ବିରୋଧୀ ଦଳ ଏହି ବିଲ ନେଇ ଗୃହରେ ଅଡୁଆ ସୃଷ୍ଟି କରିଥିଲେ । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ନେତୃତ୍ୱରେ ନିର୍ବାଚନ ଆଇନ (ସଂଶୋଧନ) ବିଲ୍ ୨୦୨୧ ଉପରେ ଏକ ସଂକ୍ଷିପ୍ତ ଆଲୋଚନା ହେବା ପରେ ଏହା ସ୍ୱର ଭୋଟ୍ ଦ୍ୱାରା ପାରିତ ହୋଇଥିଲା । ଏହି ବିଲ୍କୁ ସଂସଦର ସ୍ଥାୟୀ କମିଟି ନିକଟକୁ ପଠାଇବାକୁ କଂଗ୍ରେସ ଦାବି କରିଛି ।
ଏହା ବି ପଢ଼ନ୍ତୁ | ବାରିପଦା: ୩ ଜଣଙ୍କ ହତ୍ୟା ଅଭିଯୋଗରେ ୧୯ ବର୍ଷ ଜେଲରେ ରହିବା ପରେ ନିର୍ଦୋଷରେ ଖଲାସ ହେଲେନିର୍ବାଚନ ସଂସ୍କାର (ସଂଶୋଧନ) ବିଲ୍, ୨୦୨୧ ଲୋକସଭାରେ କେନ୍ଦ୍ର ଆଇନ ତଥା ନ୍ୟାୟ ମନ୍ତ୍ରୀ କିରେନ୍ ରିଜିଜୁଙ୍କ ଦ୍ୱାରା ଣାଯାଇଥିଲା । ଏହି ବିଲ୍ ମାଧ୍ୟମରେ ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୦ ଓ ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ରେ ସଂଶୋଧନ ପାଇଁ ଏକ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ ଏହି ବିଲ ବିରୋଧ କରିବା ପଛରେ ବିରୋଧୀ ଦଳମାନେ ଦେଇଥିବା ତର୍କ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ଭୁଲ ଭାବରେ ଉପସ୍ଥାପନ କରିବାର ଏକ ପ୍ରୟାସ । କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ବିଲ୍ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ବିବାହରେ ସସପେନ୍ସ: ରାତି ସାରା ଚାହିଁ ରହିଲେ ତପସ୍ୱିନୀ, ହେଲେ ତାଙ୍କୁ ଛାଡ଼ି ‘‘ଫେରାର୍’’ ହେଲେ ଡଃ ସୁମିତକଂଗ୍ରେସର ଦାବି ଅନୁଯାୟୀ ରିଜିଜୁ କହିଛନ୍ତି ଯେ ବିଲରେ ଥିବା ବିଭିନ୍ନ ପ୍ରସ୍ତାବ ଆଇନ ଅନୁଯାୟୀ ପାରିତ ହୋଇଛି ଏବଂ ଷ୍ଟାଣ୍ଡିଂ କମିଟି ଦ୍ୱାରା ସୁପାରିଶ କରାଯାଇଛି। ସେ କହିଛନ୍ତି ଯେ ଏହି ବିଲ୍ ନିର୍ବାଚନ ବ୍ୟବସ୍ଥାକୁ ଅଧିକ ସରଳ, ସୁଗମ ଓ ସ୍ୱଚ୍ଛ କରିବ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅନଲାଇନରେ ହେଲା ବାହାଘର; କନ୍ୟା ଘର ବଲାଙ୍ଗିରରେ, ବର ଘର ମୁମ୍ବାଇରେ, ବିବାହ ଆମେରିକାରେକଂଗ୍ରେସ ସାଂସଦ ଶଶି ଥରୁର୍ ଏହି ବିଲ୍ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଆଧାର କେବଳ ବାସସ୍ଥାନର ପ୍ରମାଣ, ଏହା ନାଗରିକତ୍ୱର ପ୍ରମାଣ ନୁହେଁ । ‘‘ଯଦି ଆପଣ ଭୋଟରଙ୍କ ଠାରୁ ଆଧାର କାର୍ଡ଼ ମାଗୁଛନ୍ତି ତେବେ ଆପଣ କେବଳ ଏହି ଗୋଟିଏ ଡକ୍ୟୁମେଣ୍ଟ ପାଉଛନ୍ତି, ଯାହା ନାଗରିକତ୍ୱର ପ୍ରମାଣ ନୁହେଁ ବରଂ ବାସସ୍ଥାନର ପ୍ରମାଣ । ଆପଣ ଜଣେ ଅଣ-ନାଗରିକଙ୍କୁ ଭୋଟ୍ ଦେବାର ଅଧିକାର ଦେଉଛନ୍ତି କି?’’ ପଚାରିଛନ୍ତି ଥରୁର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସମ୍ବଲପୁରରେ ନିଜ ମା’ ସାମନାରେ କୂଅ ଭିତରେ ପଡ଼ି ମରିଗଲେ ଦୁଇ ଭେଣ୍ଡିଆ ପୁଅAIMIM ସାଂସଦ ଅସାଦୁଦ୍ଦିନ ଓୱାଇସି ନ୍ୟୁଜ୍ ଏଜେନ୍ସି ANIକୁ କହିଛନ୍ତି ଯେ ଏହି ବିଲ୍ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ଉଲ୍ଲଙ୍ଘନ କରୁଛି । ଭୋଟର୍ ପରିଚୟକୁ ଆଧାର ସହିତ ଯୋଡି଼ବା ପାଇଁ ସରକାରଙ୍କର କୌଣସି ଆଇନଗତ କ୍ଷମତା ନାହିଁ ବୋଲି ସେ କହିଛନ୍ତି । ଏହି ବିଲ୍ ସୁପ୍ରିମ୍ କୋର୍ଟଙ୍କ ପୁଡୁସ୍ୱାମୀ ମାମଲାର ଶୁଣାଣି ବେଳେ ବ୍ୟାଖ୍ୟା କରାଯାଇଥିବା ଗୋପନୀୟତାର ମୌଳିକ ଅଧିକାରର ଉଲ୍ଲଙ୍ଘନ ବୋଲି ସେ କହିଛନ୍ତି । ସାଂସଦ କହିଛନ୍ତି ଯେ ନାଗରିକମାନଙ୍କର ମୌଳିକ ଅଧିକାରକୁ ଉଲ୍ଲଙ୍ଘନ କରୁଥିବା ଆଇନ ତିଆରି କରିବାପାଇଁ ସଂସଦର ଅଧିକାର ନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।