ନିର୍ବାଚନ ଗୋଟିଏ ଚାଷ; ଏଠାରେ ହଳିଆ ହେଉଛୁ ଆମେ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମନ୍ତ୍ରୀ ନବ ଦାସ ଟଙ୍କା ମୁଣି ଧରି ଏଠାକୁ ଟଙ୍କା ଧରି ଆସିଛନ୍ତି। ସିଏ ଜାନକୀବାବୁଙ୍କ ବୁଡ଼େଇଥିଲେ। ଏବେ ନବୀନ ବାବୁଙ୍କୁ ବୁଡ଼େଇବେ ।

ନିର୍ବାଚନ ଗୋଟିଏ ଚାଷ; ଏଠାରେ ହଳିଆ ହେଉଛୁ ଆମେ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନିର୍ବାଚନ ଗୋଟିଏ ଚାଷ; ଏଠାରେ ହଳିଆ ହେଉଛୁ ଆମେ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • News18 Odia
  • Last Updated :
  • Padmapur, India
  • Share this:
News 18 Odia Digital

ପଦ୍ମପୁର;  ଆଜି ପଦ୍ମପୁର ଉପନିର୍ବାଚନ ମୈଦାନରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶାସକ ଦଳର ଗୁମର ଗୁଡିକୁ ଗୋଟିଗୋଟି କରି ଖୋଲିଦେଇଛନ୍ତି ଧର୍ମେନ୍ଦ୍ର । ଧର୍ମେନ୍ଦ୍ରଙ୍କ ଭାଷଣ ସମୟରେ ବିଜେଡିର ଏକ ପ୍ରଚାର ଗାଡି ଅତିକ୍ରମ କରିବାରୁ କିଛି ସମୟ ପାଇଁ ଧର୍ମେନ୍ଦ୍ର ନିଜ ବକ୍ତବ୍ୟକୁ ଅଟକାଇଦେଇଥିଲେ । କହିଲେ ଦୁଇ ଚାରିଦିନ ଏମାନେ ଏମିତି କମ୍ପେଇବେ । ବିଜେଡି ପ୍ରଚାର ଗାଡି ଅତିକ୍ରମ କରିବା ପରେ ପୁଣି କଥା ଆରମ୍ଭ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆନ୍ଦୋଳନ ଭିତରୁ ଜନ୍ମ ନେଇଛନ୍ତି ପ୍ରଦୀପ ପୁରୋହିତ । ତାଙ୍କୁ ଏତେ ଡର କାହିଁକି । ବିଜେଡି ସରକାର ୨୨ବର୍ଷରେ ଯାହା କରିଲେ । ଏଇ ୧୮ ମାସରେ କଳେ ବଳେ କୌଶଳେ ପଇସା ଲଗେଇ ନିର୍ବାଚନ ଲଢେଇ କରିବାକୁ ଆସିଛନ୍ତି। ସରକାରୀ ଦଳକୁ ଏହର ଜବାବ ଦେବେ ପଦ୍ମପୁରବାସୀ । ମୋଦି ଦେଉଥିଲେ ଧାନ କିଣାର ପଇସା । ନବୀନ ବାବୁଙ୍କ ସରକାର ଟଙ୍କା ହଡ଼ପ କରୁଛନ୍ତି । ନବୀନ ବାବୁ କେବେ ପ୍ରଧାନମନ୍ତ୍ରୀଙ୍କୁ ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି । ମିଲର ସହ ନବୀନ ବାବୁଙ୍କ ମଧୁଚନ୍ଦ୍ରିକା ଜାବାବ ଦେବେ ପ୍ରଦୀପ ପୁରୋହିତ । ବିଧାନସଭା ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି । ମିଲର ସହ ନବୀନ ବାବୁଙ୍କ ମଧୁଚନ୍ଦ୍ରିକା ସୁତାଙ୍କୁ ଛିଣ୍ଡେଇ ଫିଙ୍ଗିବେ । ଅପେକ୍ଷା କରନ୍ତୁ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମନ୍ତ୍ରୀ ନବ ଦାସ ଟଙ୍କା ମୁଣି ଧରି ଏଠାକୁ ଟଙ୍କା ଧରି ଆସିଛନ୍ତି। ସିଏ ଜାନକୀବାବୁଙ୍କ ବୁଡ଼େଇଥିଲେ। ଏବେ ନବୀନ ବାବୁଙ୍କୁ ବୁଡ଼େଇବେ । ସେହିପରି ଦାଦନ ସମସ୍ୟାକୁ ନେଇ କହିଛନ୍ତି,
୨୨ ବର୍ଷ ଭିତରେ ଲୋକଙ୍କୁ ବିଜେଡି ସରକାର କାମ ଯୋଗାଇ ପାରିଲେ ନାହିଁ। ଯେଉଁଥିପାଇଁ ଆଜି ଦାଦନ ଖଟିବାକୁ ଯାଉଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ମଧ୍ୟ ଛାଡି ନାହାନ୍ତି ଧର୍ମେନ୍ଦ୍ର । ଟାର୍ଗେଟ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁଠି କହୁଛନ୍ତି, ମୁଁ ଦାୟିତ୍ୱ ନେଉଛି। ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ ସେପଟୁ ଉତ୍ତର ଆସୁଛି ତଥ୍ୟ ସଂଗ୍ରହ ଚାଲିଛି ।

ଏଥିସହ ଧର୍ମେନ୍ଦ୍ର କହିଛନ୍ତି ଯେ, କଂଗ୍ରେସକୁ ଭୋଟ ଦେବା ମାନେ ବିଜେଡିକୁ ଜିତାଇବା । ଗତ ୨୨ବର୍ଷ ହେଲା ଗୃହ ବିଭାଗର ଦାୟିତ୍ୱ ନବୀନ ବାବୁଙ୍କ ହାତରେ । ହେଲେ ଏଠି ଦୁଷ୍କର୍ମ ବଢି ବଢି ଚାଲିଛି । ୨୦୨୦ ମସିହାରେ ୨୯୮୪,  ୨୦୨୧ ମସିହାରେ ୩୩୨୭ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିଛି । ଶାସକ ଦଳ କହୁଛି ଆମେ ୨୨ ବର୍ଷ ହେବ କାମ କରୁଛୁ । ଭାରି ଅହଂକାର ।

ସୂଚନାଯୋଗ୍ୟ, ୩ଦଳର ପ୍ରାର୍ଥୀ ପ୍ରଚାର ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି । ଗତକାଲି ବିଜେପି ନେତ୍ରୀ ପିଙ୍କି ପ୍ରଧାନ ମଧ୍ୟ ବିଜେପି ପାଇଁ ପ୍ରଚାର କରି ଚର୍ଚ୍ଚାକୁ ଆସିଛନ୍ତି । ଏକ ସଭାରେ ମହିଳାମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଗୀତ ପରିବେଶଣ କରୁଥିଲେ ।
Published by:Soubhagya Mishra
First published: