ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ- କଂଗ୍ରେସ

ଏବେଠାରୁ ପ୍ରସ୍ତୁତ ହୋଇଗଲାଣି ନିର୍ବାଚନୀ ପ୍ରସଙ୍ଗ । ଏଥର ବିଜେଡି କେନ୍ଦ୍ରବିରୋଧୀ ସ୍ବର ଶାଣିତ କରିବାକୁ ସ୍ଥିର କରିଛି । ଯାହାର ସଂକେତ ବି ଦେଇସାରିଲେଣି ନବୀନ ।

ଜମିଲାଣି ନିର୍ବାଚନୀ ମାହୋଲ: ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ: କଂଗ୍ରେସ

ଜମିଲାଣି ନିର୍ବାଚନୀ ମାହୋଲ: ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ: କଂଗ୍ରେସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ରାଜ୍ୟରେ ଜମିଲାଣି ନିର୍ବାଚନୀ ମାହୋଲ  । ୨୦୨୪ ପାଇଁ ଏବେଠାରୁ ଆରମ୍ଭ ହୋଇଗଲାଣି ଲଢ଼େଇ । ବିଜେଡି ଓ ବିଜେପି ଆସିଲେଣି ମୁହାଁମୁହିଁ ସ୍ଥିତିକୁ । ଏବେଠାରୁ ପ୍ରସ୍ତୁତ ହୋଇଗଲାଣି ନିର୍ବାଚନୀ ପ୍ରସଙ୍ଗ । ଏଥର ବିଜେଡି (bjd) କେନ୍ଦ୍ରବିରୋଧୀ ସ୍ବର ଶାଣିତ କରିବାକୁ ସ୍ଥିର କରିଛି । ଯାହାର ସଂକେତ ବି ଦେଇସାରିଲେଣି ନବୀନ । ସେପଟେ ରାଜ୍ୟ ସରକାରଙ୍କ (state govt) ବିଫଳତାକୁ ଇସ୍ୟୁ କରିବା ପାଇଁ ଦୃଢ଼ ରଣନୀତି ସ୍ଥିର କରିସାରିଲାଣି ବିଜେପି (bjp) । ଆଉ ଏହା ଭିତରେ କଂଗ୍ରେସ (congress) ବି ହେଲାଣି ସଜବାଜ ।

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମୁହାଁମୁହିଁ । ଗତ କିଛି ଦିନ ହେବ ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇ ଦଳ ପରସ୍ପର ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । କେନ୍ଦ୍ର ସରକାର ମହିଳା ବିରୋଧୀ ବୋଲି ବାର୍ତ୍ତା ଦେବାକୁ ଯାଇ ମାଗଣା ଚାଉଳ କାଟ୍‌ ଓ LPG ଦର ବୃଦ୍ଧି ପ୍ରସଙ୍ଗ ଉତଥାପନ କରିଛନ୍ତି ନବୀନ । ମହିଳା ସଂରକ୍ଷଣ ବିଲ ପାସ୍‌ ନେଇ ବିଜେଡି ଲଢ଼େଇ ଜାରି ରଖିବ ବୋଲି ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି । ମୁଖିଆଙ୍କ ଏହି ବାର୍ତ୍ତା ନେଇ ତୃଣମୂଳ ସ୍ତରକୁ ଯିବାକୁ ବିଜେଡି ପ୍ରସ୍ତୁତ କରିଛି ରୋଡମ୍ୟାପ । ବିଧାନସଭା ଭିତରେ ଓ ବାହାରେ କେନ୍ଦ୍ରକୁ ଶାଣିତ ଆକ୍ରମଣ କରି ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେଡି ।

ସେପଟେ ରାଜ୍ୟ ବିଜେପି ବି ରାଜ୍ୟ ସରକାରଙ୍କ ବିରୋଧରେ ଦେଇଛି ଯୁଦ୍ଧଂଦେହି ଡାକରା । ବିଭିନ୍ନ ପ୍ରସଙ୍ଗରେ ଦଳର ରାଜ୍ୟ ନେତୃତ୍ୱ ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନବୀନଙ୍କୁ କରିଛନ୍ତି ସିଧା ନିଶାନା । କେନ୍ଦ୍ରୀୟ ଯୋଜନା ବାଟମାରଣା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି । ବିଜେପି କେନ୍ଦ୍ର ନେତୃତ୍ବ ଓଡ଼ିଶା ଗସ୍ତ ବେଳେ ସ୍ବର ଶାଣିତ କରୁଥିବା ବେଳେ ଆଗାମୀ ଦିନରେ ମଧ୍ୟ ସେଭଳି ଆଭିମୁଖ୍ୟ ପୋଷଣା କରିବା ନେଇ ଆଶା ରଖିଛି ରାଜ୍ୟ କ୍ୟାମ୍ପ । ସେପଟେ କଂଗ୍ରେସ କହିଛି ରାଜ୍ୟରେ ବିଜେଡି କେନ୍ଦ୍ର ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ ମଧ୍ୟ ଦିଲ୍ଲୀରେ ଚୁପ । ତେଣୁ ଏଥିରୁ ଜଣାପଡୁଛି, ଉଭୟ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ।

ଏହି ଖବର ପଢ଼ନ୍ତୁ - http://ବାପାଙ୍କ ଦ୍ବାରା ‌ଯୌନ ଶୋଷଣର ଶିକାର: ଦିଲ୍ଲୀ ମହିଳା କମିଶନ ମୁଖ୍ୟଙ୍କ ଅଭିଯୋଗ

ରାଜନୀତି ସମୀକ୍ଷକଙ୍କ ମତରେ ନିର୍ବାଚନ ପୂର୍ବରୁ ଶାସକ ଓ ବିରୋଧୀ ଆଗ୍ରେସିଭ୍ ରହିବା ସ୍ଵାଭାବିକ । କିନ୍ତୁ ମହିଳା ଭୋଟ୍‌ ସବୁବେଳେ ବିଜେଡିକୁ ସଫଳତା ଦେଇଆସିଛି । ଆଉ ଲୋକଙ୍କ ମୌଳିକ ସମସ୍ୟାକୁ ନବୀନ ଗୁରୁତ୍ବ ଦେଉଥିବାରୁ ତାହା ଦଳକୁ ନିର୍ବାଚନୀ ଫାଇଦା ଦେଉଛି । ଏଥର ନବୀନଙ୍କ ବାର୍ତ୍ତା ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ୧୨୫ ମିଶନ ନେଇ ବିଜେଡି ରଣନୀତି କରୁଥିବା ବେଳେ ୧୨୦ ମିଶନରେ ଚାଲିଛି ବିଜେପି । ସେପଟେ ୯ରୁ ୯୦ ମିଶନ କାର୍ଯ୍ୟକାରୀ କରିବା କଂଗ୍ରେସର ରହିଛି ଲକ୍ଷ୍ୟ । ଏହା ସଂକେତ ଦେଉଛି ଏଥର ୨୪ରେ ହେବ ଆରପାର୍ ଲଢ଼େଇ ।
Published by:Soubhagya Mishra
First published: