ଫ୍ରିବି ବା ମାଗଣା ଯୋଜନାକୁ ନେଇ ରିପୋର୍ଟ ମାଗିଲେ ନିର୍ବାଚନ କମିଶନ

ଦିନକୁ ଦିନ ଦେଶରେ ଫ୍ରିବି ବା ମାଗଣା ଯୋଜନାକୁ ନେଇ ବିତର୍କ ବଢ଼ିବାରେ ଲାଗିଛି। ଏଥିପାଇଁ ନିର୍ବାଚନ କମିଶନ ସମସ୍ତ ଆଞ୍ଚଳିକ ଓ ଜାତୀୟ ରାଜନୀତିକ ଦଳଗୁଡ଼ିକୁ ବିସ୍ତୃତ ତଥ୍ୟ ଦେବାକୁ ଚିଠି ଲେଖିଛନ୍ତି।

ଫ୍ରିବି ବା ମାଗଣା ଯୋଜନାକୁ ନେଇ ରିପୋର୍ଟ ମାଗିଲେ ନିର୍ବାଚନ କମିଶନ

ଫ୍ରିବି ବା ମାଗଣା ଯୋଜନାକୁ ନେଇ ରିପୋର୍ଟ ମାଗିଲେ ନିର୍ବାଚନ କମିଶନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଦିନକୁ ଦିନ ଦେଶରେ ଫ୍ରିବି ବା ମାଗଣା ଯୋଜନାକୁ ନେଇ ବିତର୍କ ବଢ଼ିବାରେ ଲାଗିଛି। ଏଥିପାଇଁ ନିର୍ବାଚନ କମିଶନ ସମସ୍ତ ଆଞ୍ଚଳିକ ଓ ଜାତୀୟ ରାଜନୀତିକ ଦଳଗୁଡ଼ିକୁ ବିସ୍ତୃତ ତଥ୍ୟ ଦେବାକୁ ଚିଠି ଲେଖିଛନ୍ତି।

ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ବେଳେ ରାଜନୀତିକ ଦଳ ଭୋଟ ହାତେଇବାକୁ ମୋଟ କେତେ ଟଙ୍କାର ମାଗଣା ଯୋଜନା ଲାଗୁ କରିବାର ପ୍ରତିଶ୍ରୁତି ଦେଉଛନ୍ତି? ସେହିପରି ମାଗଣା ଯୋଜନା ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ, ଏହା କେଉଁଠୁ ଆସିବ ଓ କେଉଁ ବର୍ଗର ଲୋକ ଲାଭବାନ ହେବେ, ସେନେଇ ମଧ୍ୟ ତଥ୍ୟ ଦେବାକୁ ନିର୍ବାଚନ କିମଶନ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାକୁ ଓଡ଼ିଶାରେ ସମସ୍ତ ରାଜନୈତିକ ଦଳ ସ୍ବାଗତ କରିଥିବା ବେଳେ ରାଜନୈତିକ କ୍ରିଟିକ୍ସ କିନ୍ତୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ଭୋଟରଙ୍କୁ ଆକୃଷ୍ଟ କରିବାକୁ ମାଗଣା ଯୋଜନାର ଲୋଭ ଦେଖାଉଛନ୍ତି ରାଜନୀତିକ ଦଳ। ଫ୍ରିବିସ୍‌ ବା ମାଗଣା ଯୋଜନା କଥା କହି ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ରାଜନୀତିକ ଦଳଗୁଡ଼ିକ କିଛି ଆକଳନ କରି ଏଭଳି ଘୋଷଣା କରୁଛନ୍ତି ନା କେବଳ ନିର୍ବାଚନ ପାଇଁ ପ୍ରତିଶ୍ରୁତି ବର୍ଷା କରୁଛନ୍ତି, ସେକଥା ଏବେ ଜାଣିବାକୁ ଚାହିଁଛନ୍ତି ନିର୍ବାଚନ କମିଶନ। ଏହି କ୍ରମରେ ଭାରତୀୟ ନିର୍ବାଚନ କମିଶନ ସବୁ ରାଜନୈତିକ ଦଳକୁ ଚିଠି ଲେଖିଛନ୍ତି। ମାଗଣା ଯୋଜନା ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯିବ, ଏହା କେଉଁଠୁ ଆସିବ ଓ କେଉଁ ବର୍ଗର ଲୋକ ଲାଭବାନ ହେବେ, ସେନେଇ ମଧ୍ୟ ତଥ୍ୟ ଦେବାକୁ ନିର୍ବାଚନ କିମଶନ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାଦ୍ୱାରା ଭୋଟରମାନଙ୍କ ପାଖରେ ଦେଶ ତଥା ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ନେଇ ଗୋଟିଏ ସ୍ପଷ୍ଟଚିତ୍ର ରହିପାରିବ ବୋଲି ନିର୍ବାଚନ କମିଶନ ଆଶା ରଖିଛନ୍ତି। ଏହି ଚିଠି ଉପରେ ଅକ୍ଟୋବର ୧୯ ସୁଦ୍ଧା ଜବାବ ଦାଖଲ କରିବାକୁ ମଧ୍ୟ ଇସି କହିଛନ୍ତି।

ଏହାକୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ସ୍ବାଗତ କରିଛନ୍ତି। ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ ଆମ ଦଳ ନିର୍ବାଚନ କମିଶନଙ୍କୁ ତଥ୍ୟ ଦେବ। ମାଗଣା ସ୍କିମ ଓ ଜନକଲ୍ୟାଣକାରୀ ଯୋଜନା ଦୁଇଟି ଅଲଗା ଜିନିଷ। ବହୁ ସମୟରେ ଦୁଇଟା ଯାକ ମିଶେଇ ଦିଆଯାଉଛି। ବହୁ ଜନକଲ୍ୟାଣକାରୀ ଯୋଜନାର ଆବଶ୍ୟକତା ରହିଛି। ଭତ୍ତା ଦିଆଯାଉଛି ଏଥିରେ ଗରିବ ଲୋକ ଜୀବନ ଯାପନ କରୁଛନ୍ତି।

ସରକାରୀ ସ୍ତରରେ ଦିଆଯାଉଥିବା ଖାଦ୍ୟ ଆବଶ୍ୟକତା ରହିଛି। ନିର୍ବାଚନକୁ ଆଖି ଆଗରେ ରଖି କିଛି ରାଜ୍ୟ ମାଗଣା ସ୍କିମ ଦେଉଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ବି ଏନେଇ ମତ ରଖିଛନ୍ତି। ନିର୍ବାଚନ କମିଶନ ଚିଠି ଲେଖିଛନ୍ତି। ଓଡ଼ିଶାରେ ଜନକଲ୍ୟାଣକାରୀ ଯୋଜନା ହୋଇଛି, ମାଗଣା ଦେଇ ଭୋଟ ନେବାପାଇଁ ନୁହେଁ। ନିର୍ବାଚନ କମିଶନ ତାଙ୍କ କାର୍ଯ୍ୟ କରୁଛନ୍ତି ଓ ରାଜନୈତିକ ଦଳଗୁଡ଼ିକ ସ୍ପଷ୍ଟତା ରଖିବା ଦରକାର। ଦେଶରେ ଆରମ୍ଭ ହୋଇଥିବା ମାଗଣା ଯୋଜନା ପରମ୍ପରାକୁ ନେଇ ନିର୍ବାଚନ କମିଶନ କହିଛନ୍ତି ଭୋଟ ବେଳେ ଦିଆଯାଉଥିବା ମାଗଣା ଯୋଜନା ପ୍ରତିଶ୍ରୁତି ଆର୍ଥିକ ବ୍ୟବସ୍ଥା ଉପରେ କଣ ପଡ଼ୁଛି ଓ ମାଗଣା ଯୋଜନା ସମ୍ପର୍କିତ ଅର୍ଥ କେଉଁଠୁ ଆସିବ ସେକଥା ଭୋଟରମାନେ ଜାଣିବା ଦରକାର। ନିର୍ବାଚନ ବେଳେ ମିଥ୍ୟା ପ୍ରତିଶ୍ରୁତିର ପ୍ରଭାବ ରହିଛି। ଯେଉଁ ସବୁ ପ୍ରତିଶ୍ରୁତି ପୂରଣ କରାଯାଇ ପାରିବ ସେଭଳି କଥା କହି ରାଜନୀତିକ ଦଳ ଭୋଟରଙ୍କ ମନ ଜିତିବା ଉଚିତ୍। ମିଥ୍ୟା ପ୍ରତିଶ୍ରୁତିର ଅନେକ କୁପ୍ରଭାବ ରହିଛି। ନିର୍ବାଚନ ଇସ୍ତାହାର ପ୍ରସ୍ତୁତ କରିବାର ଅଧିକାର କେବଳ ରାଜନୀତିକ ଦଳଗୁଡ଼ିକର ରହିଛି। ଏହାକୁ ନିର୍ବାଚନ କମିଶନ ଅସ୍ୱୀକାର କରୁନାହାଁନ୍ତି। କିନ୍ତୁ କିଛି ପ୍ରତିଶ୍ରୁତିର ଅବାଞ୍ଝିତ ପ୍ରଭାବକୁ ମଧ୍ୟ କମିଶନ ଅଣଦେଖା କରିପାରିବେ ନାହିଁ। ଏଥିସହ ସମସ୍ତ ରାଜନୀତିକ ଦଳ ଓ ପ୍ରାର୍ଥୀମାନଙ୍କ ପାଇଁ କମିଶନ ନିରପେକ୍ଷ ଓ ସ୍ୱଚ୍ଛ ନିର୍ବାଚନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜନୀତିକ ଦଳ ଓ ପ୍ରାର୍ଥୀମାନେ ଦେଉଥିବା ପ୍ରତିଶ୍ରୁତିକୁ ରକ୍ଷା କରିବା ପାଇଁ ଗୋଟିଏ ଆଚରଣବିଧି ରହିବା ଉଚିତ୍। ରାଜନୀତିକ ଦଳଗୁଡ଼ିକ ଦେଉଥିବା ପ୍ରତିଶ୍ରୁତି ଦ୍ୱାରା ଲୋକମାନେ କେଉଁ ଯାଏ ଓ କେତେ ପରିମାଣର ଲାଭ ପାଇବେ, ସେକଥା ବି ଜଣାଇବା ଦରକାର। ଲୋକଙ୍କୁ ମାଗଣା ଯୋଜନା ଯୋଗାଇ ଦେବା ପାଇଁ କଣ ସବୁ ଆର୍ଥିକ ବ୍ୟବସ୍ଥା ହୋଇଛି ରାଜସ୍ୱ କେଉଁ ଆଧାରରେ ବୃଦ୍ଧି କରାଯିବ ଓ ରାଜ୍ୟ ତଥା କେନ୍ଦ୍ରର ବୀତ୍ତିୟ ସଷ୍ଟେନବିଲିଟି ଉପରେ କ’ଣ ପ୍ରଭାବ ରହିବ, ତା’ର ମଧ୍ୟ ତଥ୍ୟ ସାର୍ବଜନୀନ ହେବ। ଯଦି ରାଜନୀତିକ ଦଳଗୁଡ଼ିକ କୌଣସି ଉତ୍ତର ନ ଦେବେ, ତା’ହେଲେ ଦଳଗୁଡ଼ିକ ପାଖରେ ଏହାର ଜବାବ ଓ ମାଗଣା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାକୁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନଥିବା କମିଶନ ଭାବିନେବେ ବୋଲି ଚିଠିରେ କହିଛନ୍ତି।

ଯଦି ରାଜନୈତିକ ଦଳ ଗୁଡ଼ିକ ଭୋଟ ପୂର୍ବରୁ କୃଷି ଋଣ ଛାଡ଼ର ପ୍ରତିଶ୍ରୁତି ଦିଅନ୍ତି। କେଉଁ ବର୍ଗର ଚାଷୀ ଏଥିରୁ ଉପକୃତ ହେବେ। ସବୁ ଚାଷୀ ଉପକୃତ ହେବା ନା’ ଛୋଟ ଓ ନାମମାତ୍ର ଚାଷୀ ଉପକୃତ ହେବେ, ସେ ସମ୍ପର୍କରେ ସୂଚନା ଦେବାକୁ ହେବ। ସେହିପରି ଏଥିପାଇଁ ଟଙ୍କା କେଉଁଠୁ ଆସିବ ସେ ସମ୍ପର୍କରେ ସୂଚନା ଦେବାକୁ ପଡ଼ିବ।

ସେପଟେ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ନିର୍ବାଚନ କମିଶନ ମାର୍ଗଦର୍ଶିକା ଦେଇଛନ୍ତି। କିନ୍ତୁ ଏହା ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ହେବା ନେଇ ସନ୍ଦେହ। ଯେଉଁ ଦଳ ନିର୍ବାଚନ ସମୟରେ ଯାହା କହୁଛନ୍ତି ନିର୍ବାଚନ ସମୟରେ ଯାହା ଦେଉଛନ୍ତି କେଉଁ ଆଧାରରେ ଦେଉଛନ୍ତି, ରାଜ୍ୟ ଉପରେ କଣ ରହିବ ଆର୍ଥିକ ବୋଝ। ଏହାକୁ ବନ୍ଦ କରିହେବ ନାହିଁ କାରଣ ଗଣତନ୍ତ୍ର ସହିତ ସମାଜ କଲ୍ୟାଣ ଜଡ଼ିତ। କେଉଁ ଯୋଜନା ଜନକଲ୍ୟାଣ ପାଇଁ କେଉଁଟା ଭୋଟରଙ୍କ ପାଇଁ ତାହା ଦେଖିବା ଦରକାର। ଲୋକ ଜାଣିବା ଦରକାର, ନିର୍ବାଚନ କମିଶନ ଜାଣିବା ଦରକାର ଖର୍ଚ୍ଚ କେଉଁଠୁ ହେଉଛି। କେବଳ ଏତିକି ନୁହେଁ ନିର୍ବାଚନ କମିଶନ ଧାର୍ଯ୍ୟ କରିଥିବା ଖର୍ଚ୍ଚରୁ ଅଧିକ ୧୦ ଗୁଣା ଖର୍ଚ୍ଚ ହେଉଛି। ଏହା ଉପରେ ବି କଟକଣା ଲାଗିବା ଦରକାର।

ନିର୍ବାଚନ ସମୟରେ ରାଜନୀତିକ ଦଳ ଗୁଡ଼ିକର ପ୍ରତିଶ୍ରୁତିକୁ ନେଇ ବିତର୍କ ଚାଲିଥିବା ବେଳେ ଏକ ନୂଆ ସଂସ୍କାର ଆଡକୁ ଅଗ୍ରସର ହେଉଛନ୍ତି ଭାରତୀୟ ନିର୍ବାଚନ କମିଶନ। ଏସମ୍ପର୍କରେ ନିର୍ବାଚନ କମିଶନ କହିଛନ୍ତି, ‘‘ନିର୍ବାଚନ ବେଳେ ଦିଆଯାଉଥିବା ପ୍ରତିଶ୍ରୁତିର ଦୂରଗାମୀ ପ୍ରଭାବ ରହିଛି। ଯେଉଁ ସବୁ ପ୍ରତିଶ୍ରୁତି ପୂରଣ କରାଯାଇପାରିବ, ସେଭଳି କଥା ରାଜନୀତିକ ଦଳ କହି ଭୋଟରଙ୍କ ମନ ଜିତିବା ଉଚିତ୍।’’
Published by:Lipina Das
First published: