ଭୁବନେଶ୍ୱର ନୟାପଲ୍ଲୀରେ ଅଭାବନୀୟ ଘଟଣା; ପାଠ ନପଢିବାରୁ ସାନ ଭାଈକୁ ହତ୍ୟା

ରାଜ୍ୟ ରାଜଧାନୀରେ ଅଭାବନୀୟ ଘଟଣା । ପାଠ ନ ପଢିବାରୁ ସାନ ଭାଇକୁ ହତ୍ୟାକଲା ବଡ଼ ଭାଇ । ଘଟଣା ସାମ୍ନାକୁ ଆସିଛି ନୟାପଲୀ ଥାନା ନୂଆ ସାହିରେ ।

ଭୁବନେଶ୍ୱର ନୟାପଲ୍ଲୀରେ ଅଭାବନୀୟ ଘଟଣା; ପାଠ ନପଢିବାରୁ ସାନ ଭାଈକୁ ହତ୍ୟା

ଭୁବନେଶ୍ୱର ନୟାପଲ୍ଲୀରେ ଅଭାବନୀୟ ଘଟଣା; ପାଠ ନପଢିବାରୁ ସାନ ଭାଈକୁ ହତ୍ୟା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର-: ରାଜ୍ୟ ରାଜଧାନୀରେ ଅଭାବନୀୟ ଘଟଣା । ପାଠ ନ ପଢିବାରୁ ସାନ ଭାଈକୁ ହତ୍ୟାକଲା ବଡ଼ ଭାଇ । ଘଟଣା ସାମ୍ନାକୁ ଆସିଛି ନୟାପଲୀ ଥାନା ନୂଆ ସାହିରେ । ଖବର ପାଇ ଘଟଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବାସହ ବଡ ଭାଇକୁ ଅଟକ ରଖି ତଦନ୍ତ କରୁଛି ।

ଅଭିଯୁକ୍ତ ବଡ଼ ଭାଈ


ଅଧାରେ ରହିଗଲା ଅଭିଯୁକ୍ତର ବ୍ୟାଙ୍କ ଚାକିରୀ । ରାଜଧାନୀରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ମୃତ ଯୁବକ ହେଲେ ରାଜ ମୋହନ ସେନାପତି । ଘର ନୟାଗଡ ଇଟାମାଟି । ବଡ଼ ଭାଇ ବିଶ୍ୱମୋହନ ସେନାପତିଙ୍କ ସହ ନୟାପଲି ନୂଆସାହିରେ ଭଡ଼ାରେ ରୁହନ୍ତି । ବିଶ୍ଵମୋହନ ବ୍ୟାଙ୍କରେ ଚାକିରୀ ପାଇଁ ପରୀକ୍ଷା ଦେବାପାଇଁ ପଢ଼ାପଢି କରନ୍ତି । ସାନଭାଇ ରାଜମୋହନ ବିଇଡି ପାଠ ପଢ଼ନ୍ତି । ଗତକାଲି ରାତିରେ ପାଠ ନ ପଢ଼ି ବାହାରେ ବୁଲୁଥିବା ଜାଣିବାକୁ ପାଇଥିଲେ ବଡ଼ ଭାଇ ବିଶ୍ୱ ମୋହନ । ଆଉ ଘରେ ଥିବା ଏକ ଲୁହାରଡରେ ତାଗିଦ କରିବା ପାଇଁ ମାଡ଼ ମାରିଥିଲେ । ହେଲେ ଜାଣି ନଥିଲେ ମାଡ଼ରେ ସେଇଠି ଟଳି ପଡିବ ସାନ ଭାଇ ।

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ନୟାପଲୀ ଥାନା ପୋଲିସ । ଅଭିଯୁକ୍ତ ବଡ଼ ଭାଇ ବିଶ୍ୱ ମୋହନକୁ ଅଟକ ରଖିବା ସହ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି । ପରିବାର ଲୋକଙ୍କୁ ଖବର ଦେବାସହ ମୃତଦେହକୁ ହସ୍ତାନ୍ତର କରାଯାଇଛି । ସେପଟେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ପ୍ରଶ୍ନ ଉଠୁଛି ତାଗିତ ପାଇଁ ନା ମାଡ଼ ପଛରେ ଆଉ କିଛି ଉଦେଶ୍ୟ ଥିଲା । ଯଦି ତାଗିଦ ପାଇଁ ତେବ କେଉଁ ସ୍ଥାନରେ ଆଘାତ ଯୋଗୁଁ ମୃତ୍ୟୁ ବରଣ କଲେ ରାଜମୋହନ । ଅଧିକ ପ୍ରମାଣ ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ନୟାପଲି ଥାନା ପୋଲିସ ।
Published by:Soubhagya Mishra
First published: