ଶିବରାତ୍ରି ପାଇଁ ଚ଼ଳଚ଼ଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର; ଏ ଥର ଜମିବ ଜାଗର

ଟ୍ରାଫିକ୍ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେଇ ୧୪ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି । ମାଉସୀ ମା’ ଛକରୁ ମନ୍ଦିର ରାସ୍ତାରେ ସକାଳୁ ଚ଼ାରିଚ଼କିଆର ଗମନାଗମନ ବନ୍ଦ ରହିବ । ସେହିଭଳି ତାଳସୁନ୍ଦରୀ ରାସ୍ତାରେ ବି ବନ୍ଦ ରହିବ ଚ଼ାରିଚ଼କିଆ ଯାନ ଚ଼ଳାଚ଼ଳ । କେବଳ ଦୁଇଚ଼କିଆ ଯାନ ଯିବ ଏହି ରାସ୍ତାରେ ।

ଶିବରାତ୍ରି ପାଇଁ ଚ଼ଳଚ଼ଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର; ଏ ଥର ଜମିବ ଜାଗର
ଲିଙ୍ଗରାଜ ମନ୍ଦିର
  • News18 Odia
  • Last Updated: February 20, 2020, 7:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ମହାଶିବରାତ୍ରି ପାଇଁ ଚ଼ଳଚ଼ଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର । ଜାଗର ଜାଳି ବାବା ଲିଙ୍ଗରାଜଙ୍କ ପାଖରେ ବ୍ରତ ପାଳନ କରିବେ ଭକ୍ତମାନେ । ଲକ୍ଷ ଲକ୍ଷ ଭକ୍ତଙ୍କର ଏକାମ୍ର କ୍ଷେତ୍ରରେ ହେବ ସମାଗମ । ମନ୍ଦିର ପ୍ରଶାସନଠାରୁ ଆରମ୍ଭ କରି କମିଶନରେଟ୍ ପୋଲିସ୍, ଟ୍ରାଫିକ୍ ପୋଲିସ୍, ବି.ଏମ୍.ସି. ଓ ବି.ଡି.ଏ ପକ୍ଷରୁ ହୋଇଛି ଶାନ୍ତି ଶୃଙ୍ଖଳା ଓ ସୁରକ୍ଷାର ବ୍ୟାପକ ବ୍ୟବସ୍ଥା ।

ଶ୍ରଦ୍ଧାଳୁମାନେ କେମିତି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିପାରିବେ ଓ ବ୍ରତ ପାଳନ କରିପାରିବେ ତା‘ ଉପରେ ଦିଆଯାଉଛି ଗୁରୁତ୍ବ । ମନ୍ଦିର ଠାରୁ ୨୦୦ ମିଟର ଦୂରରେ ସ୍ବତନ୍ତ୍ର ବ୍ୟାରିକେଡ୍ କରାଯାଇଛି । ସିଂହ ଦ୍ବାର ଦେଇ ଧାଡ଼ ବାନ୍ଧି ପ୍ରବେଶ କରିବେ ଭକ୍ତ, ଆଉ ଉତ୍ତର ଦ୍ବାର ଦେଇ ବାହାରିବେ  । ସକାଳ ୩ଟାରୁ ମନ୍ଦିର ଖୋଲିବା ପରେ ୩ଟା୩୦ରେ ମଙ୍ଗଳ ଆଳତୀ ସହ ଆରମ୍ଭ ହେବ ସାଧାରଣ ଦର୍ଶନ ବା ସାହାଣମେଲା  । ଦିନ ୧୧ଟାରୁ ୧୨ଟା ଛାମୁ ପରିସ୍କାର ପାଇଁ ବନ୍ଦ ରହିବ ଦର୍ଶନ । ୧୨ଟା ପରେ ନୀତିକାନ୍ତି ସହ ପୁଣି ଆରମ୍ଭ ହେବ ଦର୍ଶନ  ।

ଟ୍ରାଫିକ୍ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେଇ ୧୪ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି । ମାଉସୀ ମା’ ଛକରୁ ମନ୍ଦିର ରାସ୍ତାରେ ସକାଳୁ ଚ଼ାରିଚ଼କିଆର ଗମନାଗମନ ବନ୍ଦ ରହିବ । ସେହିଭଳି ତାଳସୁନ୍ଦରୀ ରାସ୍ତାରେ ବି ବନ୍ଦ ରହିବ ଚ଼ାରିଚ଼କିଆ ଯାନ ଚ଼ଳାଚ଼ଳ । କେବଳ ଦୁଇଚ଼କିଆ ଯାନ ଯିବ ଏହି ରାସ୍ତାରେ ।

ବି.ଏମ୍.ସି. ମାର୍କେଟ କମ୍ପ୍ଲେକ୍ସରେ ରହିବ ବସ୍ ଓ ଚ଼ାରିଚ଼କିଆ ଯାନ, ଯାହା କେବଳ ଗ୍ୟାରେଜ ଛକ ଦେଇ ଭିତରକୁ ପ୍ରବେଶ କରିବ । ବଢ଼େଇବାଙ୍କ ଛକ ଠାରୁ ପୁରୁଣା ପୋଲିସ୍ ଷ୍ଟେସନ୍ ଓ ଅନନ୍ତବାସୁଦେବ ମନ୍ଦିର ରାସ୍ତାରେ କେବଳ ଚ଼ାଲି ଚ଼ାଲି ଯିବେ ଭକ୍ତ ।

‘‘ମନ୍ଦିର ଚ଼ାରି ପାଖରେ ଥିବା ଛକରେ ମୁତୟନ ହେବେ କନେଷ୍ଟବଳ । ସ୍ବତନ୍ତ୍ର ରୁଟ୍ ଚାର୍ଟ ପ୍ରସ୍ତୁତ କରି ଭକ୍ତମାନେ କେମିତି ସହଜରେ ମନ୍ଦିରରେ ପହଞ୍ଚି ପାରିବେ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି,’’ କହିଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ।

ବି.ଏମ୍.ସି. ମଧ୍ୟ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିର ବାହାରେ ୫୫ ଜଣ ସିକ୍ୟୁରିଟି ଗାର୍ଡ଼ ମୁତୟନ କରିଛି ।

‘‘ପାନୀୟ ଜଳ ବ୍ୟବସ୍ଥା ଓ ଶୈାଚ଼ାଳୟ ଉପରେ ଗୁରୁତ୍ବ ଦେବା ସହ ନୀତି ନିର୍ଘଣ୍ଟ ପୋଷ୍ଟରସବୁ ମନ୍ଦିର ବାହାରେ ଲଗାଯାଇଛି । ବାହାରେ ରହି ଭକ୍ତମାନେ ମହାଦୀପ ଦର୍ଶନ କରିବାର ବ୍ୟବସ୍ଥା ମଧ୍ୟ ହୋଇଛି,’’ କହିଛନ୍ତି ବି.ଏମ୍.ସି. ଅତିରିକ୍ତ କମିଶନସର ଅବନୀକାନ୍ତ ପଟ୍ଟନାୟକ ।

ସନ୍ଧ୍ୟାରେ ଏକାମ୍ର ପରିଷଦ ପକ୍ଷରୁ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ । ସେଥି ପାଇଁ ସ୍ବତନ୍ତ୍ର ମଞ୍ଚ ହୋଇଥିବାବେଳେ ଗାୟିକା ଅନୁରାଧା ପୋଡ଼ୱାଲ୍ ଓ ଆରତୀ ମୁଖାର୍ଜୀ ତଥା ସଙ୍ଗୀତକାର ବାପି ଲାହିରି ପ୍ରମୁଖ ଯୋଗଦେଇ ସଙ୍ଗୀତ ପରିବେଷଣ କରିବେ ।
First published: February 20, 2020, 7:47 PM IST