ଗଞ୍ଜାମ ଜିଲ୍ଲାରେ ନଜର ଆସିଲେ ଇଜିପ୍ଟିଆନ ଶାଗୁଣା

ଗୋଳନ୍ଥରା ନିକଟସ୍ଥ ପାହାଡ଼ିଆ ଅଞ୍ଚଳରେ ମିଳିଲା ଇଜିପ୍ଟିଆନ ଶାଗୁଣାର ଉପସ୍ଥିତି । ଇଜିପ୍ଟିୟାନ ଶାଗୁଣାର ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ଅଣ୍ଟା ଭିଡ଼ିଲା ଆଞ୍ଚଳିକ ବିକାଶ ପରିଷଦ ।

ଗଞ୍ଜାମ ଜିଲ୍ଲାରେ ନଜର ଆସିଲେ ଇଜିପ୍ଟିଆନ ଶାଗୁଣା

ଗଞ୍ଜାମ ଜିଲ୍ଲାରେ ନଜର ଆସିଲେ ଇଜିପ୍ଟିଆନ ଶାଗୁଣା

  • News18 Odia
  • Last Updated :
  • Share this:
News18 Odia Digital

ବ୍ରହ୍ମପୁର: ପରିବେଶବିତମାନଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। କାରଣ ବର୍ତ୍ତମାନ ବିଶ୍ବରେ ପ୍ରାୟ ଶାଗୁଣାର ସଂଖ୍ୟା ଦିନକୁ ଦିନ ଲୋପ ପାଇବା ଅବସ୍ଥାରେ ରହିଛି। ଇତିମଧ୍ୟରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ଗୋଳନ୍ଥରା ଅଞ୍ଚଳରେ ଦେଖିବାକୁ ମିଳିଛି ଇଜିପ୍ଟିଆନ ଶାଗୁଣା।

ଇଜିପ୍ଟିଆନ ଶାଗୁଣା ଗଞ୍ଜାମ ଜିଲ୍ଲାରେ କେବଳ ଏହି ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଥିବା ବେଳେ ଏହାର ସୁରକ୍ଷା ନିମନ୍ତେ ଏବେ ଆଗକୁ ଆସିଛି ଆଞ୍ଚଳିକ ବିକାଶ ପରିଷଦ। ପରିଷଦର କର୍ମକର୍ତ୍ତାମାନେ ସ୍ଥାନୀୟ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରିଥିଲେ। ଏହାସହିତ ଏହି ଇଜିପ୍ଟିଆନ ଶାଗୁଣାମାନଙ୍କ ସୁରକ୍ଷା ଓ ବଂଶବୃଦ୍ଧି କ୍ଷେତ୍ରରେ ବନ ବିଭାଗ କିଭଳି କାମ କରିବ ସେ ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକକୁ ସାକ୍ଷାତ କରିବା ସହିତ ଏନେଇ ପୁଙ୍ଖାନୁପୁଙ୍କ ଆଲୋଚନା କରି ୬ଟି ବିଷୟକୁ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଦିନ ଥିଲା ଶ୍ମଶାନ ଠାରୁ ଆରମ୍ଭ କରି ବିଭିନ୍ନ ବଣ ଜଙ୍ଗଲରେ ଦେଖିବାକୁ ମିଳୁଥିଲା ବିଭିନ୍ନ ପ୍ରଜାତିର ଶାଗୁଣା। କିନ୍ତୁ ବଦଳୁଥିବା ପରିବେଶ ସହିତ ଖାପ ଖୁଆଇ ଚାଲିନପାରି ଧିରେ ଧିରେ ଅନେକ ପ୍ରଜାତିର ଶାଗୁଣା ଲୋପ ପାଇଥିବା ବେଳେ ବର୍ତ୍ତମାନ ଅନେକ ଲୋପ ପାଇବା ଅବସ୍ଥାରେ ରହିଛନ୍ତି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ ଶାଗୁଣାମାନଙ୍କର ଉପସ୍ଥିତି ଦେଖିବାକୁ ମିଳିଛି। ଏହା ସାଧାରଣ ଶାଗୁଣା ନୁହେଁ ବରଂ ଇଜିପ୍ଟିଆନ ଶାଗୁଣା। ଜିଲ୍ଲାର ରଙ୍ଗେଲୁଣ୍ଡା ବ୍ଳକର ଗୋଳନ୍ଥଥରା ଅଞ୍ଚଳରେ ଏହି ଇଜିପ୍ଟିଆନ ଶାଗୁଣା ରହିଛି।

ଗଞ୍ଜାମ ଜିଲ୍ଲାରେ ନଜର ଆସିଲେ ଇଜିପ୍ଟିଆନ ଶାଗୁଣା


‘‘ଗୋଳନ୍ଥରା ଅଞ୍ଚଳରେ ଇଜିପ୍ଟିଆନ ଶାଗୁଣା ରହିଥିବା ନେଇ ଆଞ୍ଚଳିକ ବିକାଶ ପରିଷଦ ଜାଣିବାକୁ ପାଇଥିଲା। ଏହାପରେ ପରିଷଦ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ଯାଇ ଏକ ମାସ ଧରି ଶାଗୁଣାକୁ ନେଇ ରସିର୍ଚ୍ଚ କରିଥିଲେ। ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଗୋଳନ୍ଥରା ନିକଟରେ ରହିଥିବା ପାହାଡ଼ିଆ ଅଞ୍ଚଳରେ ଇଜିପ୍ଟିଆନ ଶାଗୁଣାର ଉପସ୍ଥିତି ରହିଛି। ଇଜିପ୍ଟିୟାନ ଶାଗୁଣା ୨୦୧୩ରେ ପ୍ରଥମେ ଚିକିଟି ଅଞ୍ଚଳରେ ଦେଖାଯାଉଥିଲା। ୨୦୧୬ରେ ରଙ୍ଗେଇଲୁଣ୍ଡା ଅଞ୍ଚଳର ତୋତଡ଼ାପଲ୍ଲୀ ଠାରେ ୧୦ଟି ଶାଗୁଣାଙ୍କୁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏକ ମାସର ଗଣନା ଅନୁସାରେ ଏହି ପ୍ରଜାତିର ଶାଗୁଣାଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦ରେ ପହଞ୍ଚିଛି। ଯାହାକି ପରିବେଶ ପାଇଁ ଓ ପ୍ରକୃତି ପାଇଁ ବେଶ ଭଲ ଖବର,’’ କହିଛନ୍ତି ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର।

‘‘ଏହି ଇଜିପ୍ଟିଆନ ଶାଗୁଣାଙ୍କ ସୁରକ୍ଷା ନିମନ୍ତେ ଏବେ ଅଣ୍ଟା ଭିଡ଼ିଛନ୍ତି ଆଞ୍ଚଳିକ ବିକାଶ ପରିଷଦ। କିଛି ବର୍ଷର ବ୍ୟବଧାନ ମଧ୍ୟରେ ଇଜିପ୍ଟିଆନ ଶାଗୁଣାଙ୍କ ବଂଶ ବୃଦ୍ଧି ହୋଇଥିବା ଯୋଗୁଁ ଏହାର ସୁରକ୍ଷା କରିବା ନିତାନ୍ତ ଆବଶ୍ୟକ। ତେଣୁ ଆଜି ପରିଷଦ ପକ୍ଷରୁ ଗୋଳନ୍ଥରା ଅଞ୍ଚଳର କିଛି ଗାଁକୁ ଯାଇ ଶାଗୁଣାଙ୍କ ଉପସ୍ଥିତି ରହୁଥିବା ଅଞ୍ଚଳର ଲୋକଙ୍କୁ ସଚେତନ କରାଇଛନ୍ତି। ଏହାସହିତ ଏକ ସଚେତନତା ଶୋଭାଯାତ୍ରାରେ ପରିଷଦର କର୍ମକର୍ତ୍ତାମାନେ ଗାଁ ଗାଁ ବୁଲି ଶାଗୁଣାର ସୁରକ୍ଷା ସହ କିଭଳି ସେମାନଙ୍କୁ କୌଣସି ପ୍ରକାରର ହାନି ନ ପହଞ୍ଚେ ସେ ନେଇ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି,’’ କହିଛନ୍ତି ପରିଷଦର ସଦସ୍ୟ ଅରବିନ୍ଦ କୁମାର ଦେଶୀବେହେରା।

ଇଣ୍ଟରନେଶନାଲ ବାର୍ଡ଼ ଲାଇଫ ଡ଼ାଟା ଜୋନ ଦ୍ବାରା ପରିସଂଖ୍ୟନରୁ ଜଣାପଡ଼ିଛି ଯେ ସାରା ବିଶ୍ବରେ ଇଜିପ୍ଟିଆନ ଶାଗୁଣା ମାତ୍ର ୬୧୦୦ ରୁ ୯୦୦ ମଧ୍ୟରେ ରହିଛନ୍ତି। ଶାଗୁଣାର ମୁଖ୍ୟ ଖାଦ୍ୟ ମୃତ ଗୃହପାଳିତ ପଶୁର ଶବ। ପଶୁ ସମ୍ପଦର କଷ୍ଟ ଲାଘବ ନିମନ୍ତେ ଲୋକେ ଅଜ୍ଞାତ ବଶତଃ ବେଆଇନ ଭାବେ ଡ଼ାଇକ୍ଲୋଫେନାକ ଟିକା ଦେଉଛନ୍ତି। ଯାହାଫଳରେ ପଶୁମାନେ ମୃତ୍ୟୁ ବରଣ କଲା ପରେ ମଧ୍ୟ ଏହି ଟୀକାର ପ୍ରଭାବ ସେମାନଙ୍କ ଶରୀରରେ ରହୁଛି। ଯାହାଫଳରେ ଏହାକୁ ଯଦି ଶାଗୁଣା ଖାଦ୍ୟ ରୂପେ ବ୍ୟବହାର କରନ୍ତି ତେବେ ସେମାନଙ୍କର ଜୀବନ ପ୍ରତି ବିପଦ। ତେଣୁ ଇଜିପ୍ଟିଆନ ଶାଗୁଣା ଦେଖାଯାଉଥିବା ଅଞ୍ଚଳରେ ଡ଼ାଇକ୍ଲୋଫେନାକ ଟିକା ନ ଦେବା ଉପରେ କଟକଣା, ଇଜିପ୍ଟିଆନ ଶାଗୁଣା ଦେଖାଯାଉଥିବା ଅଞ୍ଚଳର ୧୦ କିଲୋମିଟର ପରିଧିକୁ ଶାଗୁଣା ସୁରକ୍ଷା ଅଞ୍ଚଳ ଭାବେ ଘୋଷଣା, ବିଲୁପ୍ତ ପ୍ରାୟ ଶାଗୁଣାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା, ଶାଗୁଣାର ସୁରକ୍ଷା ଓ ଗତିବିଧି ନିରୀକ୍ଷଣ ନିମନ୍ତେ କିଛି ବନ କର୍ମଚାରୀ ଓ ସ୍ବଚ୍ଛାସେବୀଙ୍କୁ ନିଯୁକ୍ତି ନେଇ ଏକ ଦାବି ପତ୍ର ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଜରିଆରେ ମୁଖ୍ୟ ବନ୍ୟପ୍ରାଣୀ ଓ ବନ ସଂରକ୍ଷକଙ୍କୁ ପ୍ରଦାନ କରାଯାଇଛି।

ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏଭଳି ସୂଚନା ପାଇବା ପରେ ଏନେଇ ତଦନ୍ତ କରାଯିବ। ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପରେ ସମ୍ପୃକ୍ତ ଅଞ୍ଚଳରେ ଇଜିପ୍ଟିଆନ ଶାଗୁଣା କେତେ ମାତ୍ରାରେ ରହିଛନ୍ତି ତାହାର ମଧ୍ୟ ପରିସଂଖ୍ୟନ କରାଯିବ। ଏକ ଟିମ୍ ପଠାଯାଇ ତଦନ୍ତ କରାଯିବା ପରେ ସେମାନଙ୍କର ସୁରକ୍ଷା ଓ ବଂଶ ବୃଦ୍ଧି ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର।

ଗଞ୍ଜାମ ଜିଲ୍ଲାରେ ଏଭଳି ପ୍ରଥମ ଥର ନିମନ୍ତେ ଆଞ୍ଚଳିକ ବିକାଶ ପରିଷଦ ଇଜିପ୍ଟିଆନ ଶାଗୁଣାର ଉପସ୍ଥିତିକୁ ନେଇ ରିସର୍ଚ୍ଚ କରିବା ପରେ ବନ ବିଭାଗକୁ ଏନେଇ ଖବର ଦେଇଛି। ତେବେ ବନ ବିଭାଗ ଖବର ପାଇବା ପରେ ଆଗାମୀ ଦିନରେ ଏହି ଇଜିପ୍ଟିଆନ ଶାଗୁଣାର ସୁରକ୍ଷା ନିମନ୍ତେ କଣ ପଦକ୍ଷେପ ନେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।
Published by:Lipina Das
First published: