ରାସ୍ତାରେ ଅଣ୍ଡା ଭାଙ୍ଗିଲେ ଅଣ୍ଡା ଚାଷୀ ; ଦର କମିବା ପାଇଁ NECC କୁ ଦାୟୀ କଲେ ଚାଷୀ

ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ମନମାନୀ ବିରୁଦ୍ଧରେ ରାଜ୍ୟ ଅଣ୍ଡା ଦିଆ କୁକୁଡ଼ା ଚାଷୀ ସଂଘ ପ୍ରତିବାଦ କରିଛି। ଆନ୍ଧ୍ର ଅଣ୍ଡା ଟ୍ରକକୁ ଅଟକାଇବା ସହ NECC ଅଧକ୍ଷାଙ୍କ ବିରୁଦ୍ଧରେ ନାରାବାଜି କରୁଛି ସଂଘ।

ରାସ୍ତାରେ ଅଣ୍ଡା ଭାଙ୍ଗିଲେ ଅଣ୍ଡା ଚାଷୀ ଦର (ପ୍ରତୀକାତ୍ମକ ଛବି)

ରାସ୍ତାରେ ଅଣ୍ଡା ଭାଙ୍ଗିଲେ ଅଣ୍ଡା ଚାଷୀ ଦର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ଵର : ଜାତୀୟ ଅଣ୍ଡା ସମନ୍ୱୟ କମିଟି (NECC) ମନମାନୀ ବିରୁଦ୍ଧରେ ରାଜ୍ୟ ଅଣ୍ଡା ଦିଆ କୁକୁଡ଼ା ଚାଷୀ ସଂଘ ପ୍ରତିବାଦ କରିଛି। ଆନ୍ଧ୍ର ଅଣ୍ଡା ଟ୍ରକକୁ ଅଟକାଇବା ସହ NECC ଅଧକ୍ଷାଙ୍କ ବିରୁଦ୍ଧରେ ନାରାବାଜି କରୁଛି ସଂଘ।

ମାର୍କେଟରେ ଅଣ୍ଡା ଗୋଟାକୁ ବିକ୍ରି ହେଉଛି ୬.୫୦ ରୁ ୭ ଟଙ୍କା। ଚାଷୀ ଗୋଟିଏ ଅଣ୍ଡା ପିଛା ପାଉଛି ୩ ଟଙ୍କା ୫୦ ରୁ ୭୦ ପଇସା। ବାକି ମଝିରେ ୩ ଟଙ୍କାରୁ ୪ ଟଙ୍କା ଖାଉଛି କିଏ? ଯଦିଓ ପରିବହନ କଷ୍ଟ କଥାକୁ କର୍ତ୍ତୁପକ୍ଷ ଉଦାହରଣ ଦେଇଛନ୍ତି କିନ୍ତୁ ତାହା ଚାଷୀଙ୍କୁ ସନ୍ତୁଷ୍ଟ କରିପାରୁନି।

ଏ ନେଇ ଖୋର୍ଦ୍ଧା ଗଙ୍ଗପଡା ଟୋଲ ଗେଟ ପୂର୍ବରୁ ୧୬ ନମ୍ଵର୍ ଜାତୀୟ ରାଜପଥରେ ଅଣ୍ଡା ଟ୍ରକ୍ ଅଟକାଇ ରାଜ ରାସ୍ତାରେ ପ୍ରତିବାଦ କରିଛନ୍ତି। ସଂଘର ସଭାପତି ମାନସ ମଙ୍ଗରାଜଙ୍କ ନେତୃତ୍ଵରେ ସବୁ ଚାଷୀ ଏକାଠି ହୋଇ NECCର ଏଭଳି ଆଭିମୁଖ୍ୟକୁ ନେଇ ପ୍ରଶ୍ନ କରିଥିଲେ।

ଅଣ୍ଡା ପେଟିକୁ ରାସ୍ତାରେ ଫିଙ୍ଗିବା ସହ necc ଚିଫ ଅପରେଟିଂ ଅଫିସର (ସିଓଓ)ଙ୍କୁ ଘେରି ଯାଇଥିଲେ ପ୍ରତିବାଦକାରୀ। ଏପ୍ରିଲ ୧୫  ସୁଦ୍ଧା ଚାଷୀଙ୍କଠାରୁ କିଣାଯାଉଥିବା ଅଣ୍ଡା ଦର ବୃଦ୍ଧି ପାଇବର ଆଶା ରହିଥିବା କହିଛନ୍ତି ପ୍ରତିନିଧି। ଯଦି ଅଣ୍ଡା ଦରରେ କୌଣସି ପରିବର୍ତ୍ତନ ଘଟିବ ନାହିଁ ତେବେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖାଯିବ ବୋଲି କହିଛନ୍ତି ରାଜ୍ୟ ଅଣ୍ଡା ଦିଆ କୁକୁଡ଼ା ଚାଷୀ ସଂଘର ଅଧ୍ୟକ୍ଷ ମାନସ ମଙ୍ଗରାଜ।
Published by:Soumya Das
First published: