ଆରମ୍ଭ ହେଲା e-FIR ସୁବିଧା; ଏବେ ନିଜ ମୋବାଇଲ୍ ଫୋନ୍‌ରୁ ବି ଆପଣ FIR ରୁଜୁ କରାଇ ପାରିବେ

ବିଶେଷ କରି ସର୍ବସାଧାରଣ ସ୍ଥାନ ବା ଜନଗହଳିପୂର୍ଣ୍ଣ ସ୍ଥାନରେ ଚୋରି ଓ ଚେନ୍ ସ୍ନାଚିଙ୍ଗ୍ ପରି ଘଟଣା ଘଟିଲେ ପୀଡ଼ିତ ବ୍ୟକ୍ତି ନିଜ ଅଭିଯୋଗ ଇ-ଏଫ୍.ଆଇ.ଆର୍. ଜରିଆରେ ଜନସାଧାରଣ ଦାଖଲ କରିପାରିବେ ।

ଆରମ୍ଭ ହେଲା e-FIR ସୁବିଧା; ଏବେ ନିଜ ମୋବାଇଲ୍ ଫୋନ୍‌ରୁ ବି ଆପଣ FIR ରୁଜୁ କରାଇ ପାରିବେ
‘ଇ-ଏଫ୍.ଆଇ.ଆର୍.’ରେ ଅଭିଯୋଗ ଦାଖଲ କରିବା ଅତି ସହଜ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: June 27, 2021, 11:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜନଗହଳିପୂର୍ଣ୍ଣ ସ୍ଥାନରେ ଚୋରି କିମ୍ବା ଲୁଟର ଶିକାର ହେଲେ ପୀଡ଼ିତଙ୍କୁ ଅଭିଯୋଗ କରିବାକୁ ଆଉ ଥାନାକୁ ଯିବାକୁ ପଡି଼ବନି । ଘଟଣା ସ୍ଥଳରେ ରହି ସେ ପୋଲିସ ନିକଟରେ ଅଭିଯୋଗ କରିପାରିବେ । ଓଡି଼ଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ଇ-ଏଫ୍‌.ଆଇ.ଆର୍‌.’ ଯୋଜନା ବା ଇଲେକ୍ଟ୍ରୋନିକ୍‌ ଏଫ୍‌.ଆଇ.ଆର୍‌. ଯୋଜନା । ଶନିବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟ ସରକାରଙ୍କ ପ୍ରମୁଖ ବିକାଶ ମଡେଲ୍‌ ‘୫ଟି’ର ଅନ୍ତଭୁକ୍ତ ହୋଇଥିବା ଏହି ଯୋଜନା ବିଷୟରେ ମୁଖ୍ୟ ମନ୍ତ୍ରୀ ଏକ ଟ୍ୱିଟ୍‌ କରି ସୂଚନା ଦେଇଥିଲେ । ଓଡି଼ଶା ପୋଲିସର ସି.ସି.ଟି.ଏନ୍‌.ଏସ୍‌. ୱେବସାଇଟରେ ଅପରାଧ ସମ୍ପର୍କରେ ଅଭିଯୋଗ କରିପାରିବେ ପୀଡ଼ିତ ବ୍ୟକ୍ତି । ବିଶେଷ କରି ଜନଗହଳିପୂର୍ଣ୍ଣ ସ୍ଥାନରେ ଚୋରି ଓ ଚେନ୍ ସ୍ନାଚିଙ୍ଗ୍‌ ପରି ଘଟଣା ଘଟିଲେ ନିଜ ଅଭିଯୋଗ ଇ-ଏଫ୍‌.ଆଇ.ଆର୍‌. ଜରିଆରେ ଜନସାଧାରଣ ଦାଖଲ କରିପାରିବେ ।

ଏହା ବି ପଢ଼ନ୍ତୁ | ମର୍ମନ୍ତୁଦ ଦୁର୍ଘଟଣା! ଗୋଟିଏ ଚିତାରେ ଜଳିଲା ପତି ପତ୍ନୀଙ୍କ ଶବ; ପାଖରେ ପୁଅକୁ ପୋତାଗଲା

‘ଇ-ଏଫ୍‌.ଆଇ.ଆର୍‌.’ରେ ଅଭିଯୋଗ ଦାଖଲ କରିବା ଅତି ସହଜ । ନିଜ ମୋବାଇଲ୍‌ ଫୋନରେ ଗୁଗୁଲ ପ୍ଲେଷ୍ଟୋରରୁ ସି.ସ.ଟି.ଏନ୍‌.ଏସ୍‌. ଓଡି଼ଶା ପୋଲିସ ଆପ୍ ଖୋଲିବେ । ତା’ ପରେ ଇ-ଏଫ୍‌.ଆଇ.ଆର୍‌.ରେ କ୍ଲିକ୍ କରିବେ । ସେଠି ନିଜର ସମସ୍ତ ତଥ୍ୟ ଦାଖଲ କରିବାକୁ ପଡି଼ବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଭୂଇଁ ଗିଳିଦେଲା କାର୍! ମୁମ୍ବାଇ ଇସ୍ରାଏଲରେ ଏମିତି ଦୁଇଟି ଘଟଣା ଘଟିଛି; ଦେଖନ୍ତୁ VIDEO

ପୀଡ଼ିତ ବ୍ୟକ୍ତିଙ୍କ ଅଭିଯୋଗ ପାଇବା ପରେ ସି.ସି.ଟି.ଏନ୍‌.ଏସ୍. ଅଫିସରରୁ ସଙ୍ଗେ ସଙ୍ଗେ ଜଣେ ଆଇଆଇସି ପଦବୀର ଅଧିକାରୀ ଫୋନ୍ କରିବେ । ପୂରା ଘଟଣା ବୁଝିବା ପରେ ଘଟଣା ସ୍ଥଳଟି ଯେଉଁ ଥାନା ଅଧୀନରେ ପଡୁଛି ସେହି ଥାନାକୁ ଅବଗତ କରାଯିବ । ତା’ ପରେ ସ୍ଥାନୀୟ ଥାନା ତଦନ୍ତ ଆରମ୍ଭ କରି ଇମେଲ୍‌ ମାଧ୍ୟମରେ ଅଭିଯୋଗକାରୀଙ୍କୁ ଏଫ୍‌.ଆଇ.ଆର୍‌.ର ଏକ ନକଲ ଦେବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରାୟନଗ୍ନପୋଷାକରେ ରାଖୀ ସାୱନ୍ତଙ୍କ ବ୍ୟାୟାମର VIDEO ଭାଇରାଲ୍ହେଲାପ୍ରଶ୍ନ ଠିଆ କଲା

“ଏହା ଏକ ଭଲ ପଦକ୍ଷେପ । ପୂର୍ବରୁ ସି.ସି.ଟି.ଏନ୍‌.ଏସ୍‌.ରେ ‘ସହାୟତା’ ଆପ୍‌ କାମ କରୁଛି । ବିଶେଷ କରି ଯେଉଁ ସମୟରେ ଜଣେ କେହି ବସରେ ଯାଉଛି ବା ଏକ ସାର୍ବଜନିକ ସ୍ଥାନରେ ଅଛି ଓ ସେତିକି ବେଳେ ହଠାତ୍ ତାଙ୍କର ଚେନ୍ ସ୍ନାଚିଂ ହେଲା । ଘଟଣା ସ୍ଥଳଟି କେଉଁ ଥାନା ଅଧୀନରେ ଯାଉଛି, ତାହା ଜାଣି ନ ପାରି ଅଭିଯୋଗକାରୀ ଆଉ ହଇରାଣ ହେବେନି । ଏଭଳି ସମୟରେ ଇ-ଏଫ୍‌.ଆଇ.ଆର୍‌. ଜରିଆରେ ଅଭିଯୋଗ କଲେ ପୋଲିସର ସହଯୋଗ ତୁରନ୍ତ ମିଳିବ,” କହିଛନ୍ତି ସି.ସି.ଟି.ଏନ୍‌.ଏସ୍‌.ର ଜଣେ ବରିଷ୍ଠ ଅଧିକାରୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କ୍ୟାମେରା ଦେଖିବା ମାତ୍ରେ ମୁହଁ ଲୁଚାଇଲେ ଏହି ସୁନ୍ଦରୀ ଅଭିନେତ୍ରୀ; ଟିକେ ପରେ ପୋଜ୍ ଦେଲେ

ବରିଷ୍ଠ ଆଇନଜୀବୀ ସିଦ୍ଦାର୍ଥ ଦାସ କହିଛନ୍ତି, “ସରକାରଙ୍କର ଏହା ଏକ ଭଲ ପଦକ୍ଷେପ । ଲୋକେ ଥାନାକୁ ନ ଯାଇ ଅନଲାଇନରେ ଅଭିଯୋଗ କଳେ ସଙ୍ଗେ ସଙ୍ଗେ ସୁବିଧା ପାଇ ପାରିବେ । ଏହା ଦ୍ୱାରା ଅଭିଯୁକ୍ତ ସଙ୍ଗେ ସଙ୍ଗେ ଧରା ପଡି଼ଯିବାର ସମ୍ଭାବନା ରହିଛି ।’’


“ମହିଳାମାନଙ୍କ ପାଇଁ ଏହା ଏକ ଭଲ ପଦକ୍ଷେପ । ମହିଳାମାନଙ୍କଠାରୁ ଅଧିକାଂଶ ସମୟରେ ଚେନ୍‌ ବା ଅନ୍ୟ ଗହଣା ସ୍ନାଚିଂ ହେଉଛି । ତେଣୁ ମହିଳାମାନେ ଥାନାକୁ ନ ଯାଇ ଘଟଣା ସ୍ଥଳରୁ ଅଭିଯୋଗ କରିପାରିବେ । ଏବେ ସମସ୍ତଙ୍କ ପାଖରେ ମୋବଇଲ୍‌ ଫୋନ୍ ଅଛି । ତେଣୁ କୌଣସି ଅସୁବିଧା ହେବନି,’’ କହିଛନ୍ତି ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ।
Published by: Anand ST Das
First published: June 27, 2021, 11:38 PM IST