• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଶ୍ରୀମନ୍ଦିରକୁ ପଶିବାକୁ ଅଣହିନ୍ଦୁ ଅଫିସରଙ୍କ ଉଦ୍ୟମ, ମନା କରିବାରୁ ପ୍ରୋଟୋକଲ୍‌ ଅଫିସର୍‌ଙ୍କୁ ଟ୍ରାନ୍ସଫର !

ଶ୍ରୀମନ୍ଦିରକୁ ପଶିବାକୁ ଅଣହିନ୍ଦୁ ଅଫିସରଙ୍କ ଉଦ୍ୟମ, ମନା କରିବାରୁ ପ୍ରୋଟୋକଲ୍‌ ଅଫିସର୍‌ଙ୍କୁ ଟ୍ରାନ୍ସଫର !

IRS ଅଫିସର ରେଶମା ଲଖାନୀଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ତୀବ୍ର ପତିକ୍ରିୟା । ଅଣହିନ୍ଦୁ ସତ୍ତ୍ବେ କେମିତି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ ?

ଶ୍ରୀମନ୍ଦିର ଆଇନ ଉଲ୍ଲଂଘନ ଉଦ୍ୟମ: ଅଣହିନ୍ଦୁ ଅଫିସର ରେଶମାଙ୍କୁ ସମାଲୋଚନା

ଶ୍ରୀମନ୍ଦିର ଆଇନ ଉଲ୍ଲଂଘନ ଉଦ୍ୟମ: ଅଣହିନ୍ଦୁ ଅଫିସର ରେଶମାଙ୍କୁ ସମାଲୋଚନା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ: ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସି ବିଫଳ ହେବା ଏବଂ ତାଙ୍କୁ ବାରଣ କରିଥିବା ଅଫିସରଙ୍କୁ ଟ୍ରାନ୍ସଫର (Transfer) କରାଯିବା ଘଟଣାକୁ ନେଇ ବିବାଦ ଘେରକୁ ଆସିଛନ୍ତି ଦିଲ୍ଲୀର (delhi) ମହିଳା IRS ଅଫିସର ରେଶମା ଲଖାନୀ । IRS ଅଫିସର ରେଶମା ଲଖାନୀଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି ତୀବ୍ର ପତିକ୍ରିୟା । ଅଣହିନ୍ଦୁ ସତ୍ତ୍ବେ କେମିତି ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ IRS ଅଫିସର ରେଶମା ଲଖାନୀ, ଆଉ ତାଙ୍କୁ ବାରଣ କରିଥିବା ଅଫିସରଙ୍କୁ କାହିଁକି ଟ୍ରାନ୍ସଫର କରାଗଲା, ତାକୁ ନେଇ ଖପ୍ପା ହୋଇଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ ।

ଫେବ୍ରୁଆରି ୨୪ ତାରିଖରେ IRS ଅଫିସର ରେଶମା ଲଖାନୀ ପୁରୀ ଆସିଥିବା ବେଳେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଇଚ୍ଛା କରିଥିଲେ । କେବଳ ଇଚ୍ଛା କରି ନ ଥିଲେ ଏଥିପାଇଁ ଉଦ୍ୟମ ମଧ୍ୟ କରିଥିଲେ । ସିଂହଦ୍ବାର ପାଖାପାଖି ପହଞ୍ଚିବା ଦେଖି ତାଙ୍କ ବିଭାଗର ପ୍ରୋଟୋକଲ ସୁପରିଟେଣ୍ଡେଣ୍ଟ ରୋଶନ ଯାଦବ, IRS ଅଫିସର ରେଶମାଙ୍କୁ ବାରଣ କରିଥିଲେ । କହିଥିଲେ, ଶ୍ରୀମନ୍ଦିରକୁ କେବଳ ହିନ୍ଦୁଙ୍କ ପ୍ରବେଶ ଅନୁମତି ରହିଛି । ଏହାକୁ ଖାତିର ନ କରି ରେଶମା ଆଗକୁ ବଢୁଥିବା ବେଳେ ଶ୍ରୀମନ୍ଦିରରେ କାର୍ଯ୍ୟରତ ପୋଲିସ ତାଙ୍କୁ ଚେକିଂ କରିବା ପାଇଁ ଆଇଡି କାର୍ଡ ମାଗିଥିଲେ ଏବଂ ସେଠାରୁ ଫେରାଇ ଦେଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ରେଶମା, GST ମୁଖ୍ୟ କମିଶନରଙ୍କୁ ପ୍ରୋଟକଲ ସୁପରିଣ୍ଟେଣ୍ଡେଣ୍ଟ ରୋଶନ ଯାଦବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲେ । ଯାହାର ନକଲ ସଂଖ୍ୟାଲଘୁ କମିଶନ, GST କେନ୍ଦ୍ରୀୟ ବୋର୍ଡ ଟ୍ୟାକ୍ସ ଅଧ୍ୟକ୍ଷ ଏବଂ ଓଡ଼ିଶା ପୋଲିସ ଡିଜିଙ୍କୁ ପଠାଇଥିଲେ । ଜଣେ ସର୍ବଭାରତୀୟ ସ୍ତରର ଅଫିସର କ୍ଷମତାର ଅପବ୍ୟବହାର କରି ଯେଉଁ ସବୁ କାଣ୍ଡ ଭିଆଇଛନ୍ତି, ସେ ଆଲୋଚନା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ।

ଏହି ଖବର ପଢ଼ନ୍ତୁ- http://କୋରାପୁଟରୁ ଚେରମୂଳି ଔଷଧର ଜ୍ଞାନ ନେବ ଆମେରିକା

IRS ଅଫିସର ରେଶମା ଲଖାନୀଙ୍କ ଚିଠିକୁ କେହି ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ଅଣହିନ୍ଦୁ ଅଫିସର ରେଶମାଙ୍କ ଶ୍ରୀମନ୍ଦିର ପ୍ରବେଶ ଉଦ୍ୟମକୁ ଖାଲି ସେବାୟତ କାହିଁକି ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଶ୍ରୀମନ୍ଦିର ଆଇନ ଉଲ୍ଲଂଘନ ଉଦ୍ୟମ ସହ ଧର୍ମବିରୋଧୀ କାର୍ଯ୍ୟ ପାଇଁ ରେଶମାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଧମକ ଦେଇଛନ୍ତି କିଛି ସେବାୟତ ଓ ଜଗନ୍ନାଥପ୍ରେମୀ ।
Published by:Soubhagya Mishra
First published: