୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ପ୍ରସ୍ତୁତି ଉଦ୍ୟମ; ଲୋକଙ୍କ ଠାରୁ ନିଆଯାଉଛି ମତାମତ

ଅର୍ଥ ବିଭାଗ ପକ୍ଷରୁ ଏନେଇ ୱେବ୍‌ ପୋଟାଲ, ଇମେଲ, ଟ୍ବିଟର, ଫେସବୁକ୍ ତଥା ହ୍ୱାଟ୍ସଆପ୍ ନମ୍ବର ଜାରି କରାଯାଇଛି । ଅନ୍ୟପଟେ ବଜେଟରେ ସ୍ୱାସ୍ଥ୍ୟ,ଶିକ୍ଷା ତଥା ମ୍ୟାନିଫ୍ୟାକ୍‌ଚରିଂ ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବା ସହିତ କୃଷି ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବା ଉଚିତ୍ ବୋଲି ଅର୍ଥନୀତିଜ୍ଞ ମତ ରଖିଥିଲେ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ପ୍ରସ୍ତୁତି ଉଦ୍ୟମ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ପ୍ରସ୍ତୁତି ଉଦ୍ୟମ

  • Share this:
News18 Odia Digital

ଭୁବନେଶ୍ବର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜେଟ ପ୍ରସ୍ତୁତ କରିବାକୁ ଯାଉଥିବା ବେଳେ ଏନେଇ ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ବଜେଟକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଗତ କିଛି ବର୍ଷ ଧରି ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ମତାମତ ସଂଗ୍ରହର ଧାରା ଆରମ୍ଭ ହୋଇଥିବା ବେଳେ ସମାନ ଢାଞ୍ଚାରେ ମଧ୍ୟ ଏଥର ମତାମତ ଆହ୍ୱାନ କରାଯାଇଛି ।

ଅର୍ଥ ବିଭାଗ ପକ୍ଷରୁ ଏନେଇ ୱେବ୍‌ ପୋଟାଲ, ଇମେଲ, ଟ୍ବିଟର, ଫେସବୁକ୍ ତଥା ହ୍ୱାଟ୍ସଆପ୍ ନମ୍ବର ଜାରି କରାଯାଇଛି । ଅନ୍ୟପଟେ ବଜେଟରେ ସ୍ୱାସ୍ଥ୍ୟ,ଶିକ୍ଷା ତଥା ମ୍ୟାନିଫ୍ୟାକ୍‌ଚରିଂ ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବା ସହିତ କୃଷି ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବା ଉଚିତ୍ ବୋଲି ଅର୍ଥନୀତିଜ୍ଞ ମତ ରଖିଥିଲେ।

ଚଳିତ ମାସ ପହିଲାରୁ ରାଜ୍ୟ ଅର୍ଥ ବିଭାଗ ଆଗାମୀ ରାଜ୍ୟ ବଜେଟ ପାଇଁ ବିଭିନ୍ନ ବର୍ଗର ଲୋକଙ୍କଠାରୁ ମତାମତ ଓ ପ୍ରସ୍ତାବ ସଂଗ୍ରହ ଅଭିଯାନ ଆରମ୍ଭ କରିଥିବା ବେଳେ ବଜେଟର ରୂପରେଖକୁ ନେଇ ଏଭଳି ଆକଳନ ଆରମ୍ଭ ହୋଇଛି । ରାଜ୍ୟ ଅର୍ଥ ବିଭାଗର ସୂଚନା ଅନୁସାରେ ବିଭିନ୍ନ ଦୃଷ୍ଟିକୋଣରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତ କରିବା ଥିଲା ବଡ଼ ଚ୍ୟାଲେଞ୍ଜ । ବିଶେଷ କରି କୋଭିଡ଼ ମହାମାରୀ କାରଣରୁ ସାରା ଦେଶରେ ଜୀବନଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଅନେକ ଦିଗକୁ ଗୁରୁତ୍ୱ ଦେବା ଥିଲା ରାଜ୍ୟ ସରକାରଙ୍କ ପ୍ରାଥମିକତା।

ଅର୍ଥ ବିଭାଗର ସୂଚନା ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜେଟରେ ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଥିଲେ। ବଜେଟରେ ଆୟର ପରିମାଣ ୧ ଲକ୍ଷ ୨୬ ହଜାର ୧୪ କୋଟି ଟଙ୍କା ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ସେ ଭିତରେ ୪୦ ଲକ୍ଷ ୯୬୬ ହଜାର କୋଟି ଟଙ୍କା ଋଣ ପାଇଁ ବ୍ୟବସ୍ଥା ହୋଇଥିଲା।
ଉଭୟ ରାଜସ୍ୱ ଓ ଉଧାରୀ ସୂତ୍ରରେ ସରକାର ବ୍ୟବସ୍ଥା କରିଥିବା ଆୟର ପରିମାଣ ଥିଲା ୧ ଲକ୍ଷ ୬୭ ହଜାର କୋଟି। ଏଥର ବଜେଟର ପରିମାଣ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଛୁଇଁପାରେ ବୋଲି ବିଭାଗୀୟ ଆକଳନ କରିଛି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସୂଚନା ଅନୁସାରେ, ଯେହେତୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି ତାକୁ ଗୁରୁତ୍ୱ ଦେଇ ଆଗାମୀ ବଜେଟ ପ୍ରସ୍ତୁତ କରାଯିବ। ଏଥିପାଇଁ ବିଭିନ୍ନ ବର୍ଗର ଲୋକଙ୍କଠାରୁ ମତାମତ ଆହ୍ୱାନ କରାଯାଇଛି। ଜନସାଧାରଣ https://budget.odisha.gov.inକୁ ଯାଇ ପରାମର୍ଶ ସମ୍ପର୍କିତ ସରକାରୀ ଆହ୍ୱାନ ବିଷୟରେ ଜାଣି ପାରିବେ । ତାଛଡ଼ା ଇମେଲ odisha.budget@gov.in ଜରିଆରେ ମତାମତ ପଠାଇ ପାରିବେ। ଏହାବାଦ୍ ହ୍ୱାଟ୍ସଆପ୍ ନମ୍ବର ୯୪୩୮୧୬୧୧୧୧, twitter@Fdodisha, Facebook@ FinanceOdisha ଜରିଆରେ ମଧ୍ୟ ମତାମତ ପଠାଇପାରିବେ ।

ତେବେ ମତାମତ ସଂଗ୍ରହ ପାଇଁ ଜାନୁୟାରୀ ୩୧ ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି, ବିଭିନ୍ନ ବର୍ଗର ମତାମତକୁ ଆଧାର କରି ଏଥର ବଜେଟ ପ୍ରସ୍ତୁତ ହେବ।

ଅନ୍ୟପକ୍ଷେ ଏଥର ବଜେଟ ବିଭିନ୍ନ ଦୃଷ୍ଟିକୋଣରୁ ଏକ ସମୟ ଉପଯୋଗୀ ବଜେଟ ହେବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ଅର୍ଥନୀତିଜ୍ଞ। ବିଶିଷ୍ଠ ଅର୍ଥନୀତିଜ୍ଞ ରାଜୀବ ସାହୁଙ୍କ ସୂଚନା ଅନୁସାରେ, ଆସନ୍ତା ବଜେଟ ପାଇଁ ରାଜ୍ୟ ସରକାରଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି । ବିଶେଷ କରି ଶିକ୍ଷା ଓ ସ୍ୱାସ୍ଥ୍ୟକୁ ସରକାର ପ୍ରାଥମିକତା ଦେବା ଜରୁରୀ। ରାଜ୍ୟରେ କର୍ମ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ପାଇଁ ମ୍ୟାନିଫାକ୍‌ଚରିଂ ୟୁନିଟ୍‌କୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବା ଜରୁରୀ । ତାଛଡ଼ା ଏମ୍‌ଏସଏମଇ ଶିଳ୍ପକୁ ସରକାର ବିଶେଷ ଫୋକ୍ସରେ ରଖିବା ଆବଶ୍ୟକତା ରହିଛି ।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁ୍‌ନ୍‌ଗୋଙ୍କ ମତ ରଖି କହିଥିଲେ, ‘‘ବିଗତ ବଜେଟଗୁଡ଼ିକରେ ରାଜ୍ୟ ସରକାର ଅନେକ ଦିଗକୁ ଗୁରୁତ୍ୱ ଦେଉଥବା ବେଳେ ପରବର୍ତୀ ସମୟରେ ତାହାର ସଠିକ୍ ଫଳ ମିଳି ପାରୁନାହିଁ । ତେଣୁ ରାଜ୍ୟ ସରକାର ସେଦିଗକୁ ଗୁରୁତ୍ୱ ଦେବା ଆବଶ୍ୟକ। ଅନ୍ୟ ଦିଗ ସହିତ ରାଜ୍ୟସରକାର କୃଷିକୁ ମଧ୍ୟ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବା ଉଚିତ୍।’’

ଏକ୍ସପର୍ଟଙ୍କ ମତରେ ଗତ ଦେଢ଼ ବର୍ଷରୁ ଅଧିକ ସମୟ ଧରି ସମଗ୍ର ଦେଶ ଓ ରାଜ୍ୟ କୋଭିଡ଼ ମହାମାରୀକୁ ସାମ୍ନା କରୁଥିବା ବେଳେ ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରିବା ନିହାତି ଭାବେ ବଡ଼ ଚ୍ୟାଲେଞ୍ଜ। କେବଳ ନିର୍ବାଚନକୁ ଗୁରୁତ୍ୱ ଦେଇ ବଜେଟ ପ୍ରସ୍ତୁତ କରିବା ପରିବର୍ତ୍ତେ ଦୀର୍ଘ ମିଆଦି ଯୋଜନାକୁ ପ୍ରାଥମିକତା ଦେବା ଦରକାର।
Published by:Lipina Das
First published:
)}