ଓଡ଼ିଶାରେ ନୂଆ ଜାତୀୟ ଶିକ୍ଷା ନୀତି ଉପରେ ସମୀକ୍ଷା କଲେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ କରି ଓଡ଼ିଶାରେ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା କରି ନୂଆ ଜାତୀୟ ଶିକ୍ଷା ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶାରେ ନୂଆ ଜାତୀୟ ଶିକ୍ଷା ନୀତି ଉପରେ ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ନୂଆ ଜାତୀୟ ଶିକ୍ଷା ନୀତି ଉପରେ ସମୀକ୍ଷା କଲେ ଧର୍ମେନ୍ଦ୍ର ପ୍ରଧାନ

  • Share this:
News18 Odia Digital

ଭୁବନେଶ୍ୱର: କେନ୍ଦ୍ର ସରକାର ଆରମ୍ଭ କରିଥିବା ନୂଆ ଜାତୀୟ ଶିକ୍ଷା ନୀତି(ଏନଇପି) ନୂଆ ସମ୍ଭାବନା ଓ ନୂଆ ସୁଯୋଗ ସୃଷ୍ଟି କରିବ । ଏବେ ଓଡ଼ିଶାରେ ୮୩ ଲକ୍ଷ ପିଲା ପାଠ ପଢୁଥିବା ବେଳେ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୦ କୋଟିରୁ ଅଧିକ ରହିଛି । ଏଥି ପାଇଁ ଶିକ୍ଷା ସହିତ ରୋଜଗାରକୁ ଗୁରୁତ୍ୱ ଦିଆଯିବା ଦରକାର, ଯାହା ବର୍ତମାନ ସମୟର ବଡ଼ ଆବଶ୍ୟକତା ହୋଇପଡ଼ିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ଆନ୍ତରିକତାର ସହ ଉଦ୍ୟମ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ କରି ଓଡ଼ିଶାରେ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା କରି ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ଧର୍ମେନ୍ଦ୍ର।

ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ସ୍ଥିତି କ'ଣ ରହିଛି, କରୋନାର ପ୍ରଭାବ ଶିକ୍ଷା ଦାନ ବ୍ୟବସ୍ଥାକୁ କିଭଳି ପ୍ରଭାବିତ କରିଛି, ଦେଶରେ ଲାଗୁ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତିରେ ଆଉ କ'ଣ ଯୋଗଦାନ କରିବାର ଆବଶ୍ୟକତା ରହିଛି, ଏସବୁକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ଓଡ଼ିଶାରୁ ଶିକ୍ଷା ବିଭାଗର ସମୀକ୍ଷା ଆରମ୍ଭ କରିଥିଲେ ଧର୍ମେନ୍ଦ୍ର । ଏଥିପାଇଁ ଶନିବାର ଦିନତମାମ ବିଭିନ୍ନ ଶିକ୍ଷା ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନାରେ ଏକାଠି ହୋଇଥିଲେ ସେ ।

ପୂର୍ବାହ୍ନରେ ପ୍ରଥମେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନଙ୍କ ବୈଠକରେ ଆଲୋଚନା ଆରମ୍ଭ କରିବା ସହିତ ପରେ ଗଣଶିକ୍ଷା ବିଭାଗ ଓ ବୈଷୟିକ ଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିଶେଷକରି ରାଜ୍ୟରେ ଶିକ୍ଷାର ମାନର ଉନ୍ନତି, ଜାତୀୟ ଶିକ୍ଷାନୀତି ଓ ଏହାର ପ୍ରଭାବ ଏସବୁ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରି ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

ଧର୍ମେନ୍ଦ୍ର କହିଥିଲେ, ‘‘କେବଳ ଶିକ୍ଷା ନୁହେଁ ସମୟର ସବୁଠାରୁ ବଡ଼ ଆବଶ୍ୟକତା ହେଲା ଶିକ୍ଷା ସହିତ ଆତ୍ମନିର୍ଭର କରାଇବା । ନୂଆ ଜାତୀୟ ଶିକ୍ଷା ନୀତିରେ ଏହା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ରାଜ୍ୟରେ ଏଥି ପାଇଁ କ'ଣ ସୁଯୋଗ ରହିଛି ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କଣ ସହଯୋଗର ଆବଶ୍ୟକତା ରହିଛି ତାହା ଉପରେ ଏହି ବୈଠକରେ ଆଲୋଚନା ହୋଇଛି। ଦେଶରେ ୨୦୨୦ରୁ ନୂଆ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଥିବା ବେଳେ ଏଥିରେ ଅଙ୍ଗନୱାଡ଼ି ଯାଉଥିବା ତିନି ବର୍ଷର ପିଲା ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପାଉଥିବା ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସବୁବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟିକୋଣ ରହିଛି । ଦାୟିତ୍ୱ ଗ୍ରହଣ ପରେ ଏହାର କାର୍ଯ୍ୟକାରିତାକୁ ମୁଁ ଅନୁଶୀଳନ କରି ଆସୁଛି । ବିଶେଷ କରି ରାଜ୍ୟସ୍ତରରେ ଏହାର ପ୍ରଣୟନ ସହିତ ଏଥିରେ ସମନ୍ୱୟର କିଭଳି ଆବଶ୍ୟକତା ରହିଛି, ତାହାକୁ ମୁଁ ଅନୁଶୀଳନ କରୁଛି।’’

ଏହି ବୈଠକରେ ସାମିଲ ହୋଇଥିବା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ୱାଶତ ମିଶ୍ର କହିଥିଲେ, ‘‘ବୈଠକରେ ଶିକ୍ଷାର ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି । ବିଶେଷକରି ରୁଷା-୧ ଓ ରୁଷା-୨ରେ ଓଡ଼ିଶା ସରକାର ପାଇବାକୁ ଥିବା ଅର୍ଥ ଖୁବ୍‌ ଶୀଘ୍ର ଭରଣ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଖୁବ୍‌ ଶୀଘ୍ର ରୁଷା-୩ ଆରମ୍ଭ କରାଯିବ, ଯାହା ଦ୍ୱାରା ରାଜ୍ୟଗୁଡ଼ିକ ଶିକ୍ଷାର ମାନ ବୃଦ୍ଧି ପାଇଁ ଅଧିକ ଅର୍ଥ ସହଯୋଗ ପାଇବେ। ପରିସ୍ଥିତିକୁ ନଜରରେ ରଖି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଭଳି ୟୁଜିପିଜି ଛାତ୍ରଛାତ୍ରୀମାନେ ମଧ୍ୟ ଶ୍ରେଣୀ ଶିକ୍ଷା ପ୍ରଦାନ କରାଯିବା ଉପରେ ଆଲୋଚନା ହୋଇଥିଲା ।’’
Published by:Lipina Das
First published:
)}