ଅର୍ଚ୍ଚନାଙ୍କ କୋଟି କୋଟି ଟଙ୍କାର ହିସାବ କରିବ ଇଡି
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସମସ୍ତ ଅର୍ଥ କାରବାରର ଟିକନିକ ତଦନ୍ତ କରିବ ଇଡି । ଆଜିଠାରୁ ଏଫଆଇଆର ଆଧାରରେ ଗୋଟେ ପରେ ଗୋଟେ ଆକାଉଣ୍ଟ ଓ ଅନ୍ୟ ଉପାୟରେ ହୋଇଥିବା ଟଙ୍କା କାରବାର ସମ୍ପର୍କରେ ଇଡି ତଦନ୍ତ ଆରମ୍ଭ କରିବ ।ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସମସ୍ତ ଅର୍ଥ କାରବାରର ଟିକନିକ ତଦନ୍ତ କରିବ ଇଡି । ଆଜିଠାରୁ ଏଫଆଇଆର ଆଧାରରେ ଗୋଟେ ପରେ ଗୋଟେ ଆକାଉଣ୍ଟ ଓ ଅନ୍ୟ ଉପାୟରେ ହୋଇଥିବା ଟଙ୍କା କାରବାର ସମ୍ପର୍କରେ ଇଡି ତଦନ୍ତ ଆରମ୍ଭ କରିବ । ତେବେ ଥାନାରେ ଅଭଯୋଗ ହୋଇଥିବା ମାମଲାରେ ପୋଲିସକୁ ମିଳିଥିବା ସମସ୍ତ ସୂଚନା ସହ ଏଫାଇଆର କପିକୁ ମଧ୍ୟ ପୋଲିସ ଇଡିକୁ ପ୍ରଦାନ କରିବ ।
ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏଫଆଇଆର କପି ମଧ୍ୟ ଇଡି ତରଫରୁ ମଗାଯାଇଥିବା ଜଣାପଡିଛି । କେବଳ ସେତିକି ନୁହେଁ ଖଣ୍ଡଗିରି ପୋଲିସ ନିକଟରେ ଅଭିଯୋଗକାରିଣୀ ଦେଇଥିବା ଏଫଆଇଆର କପିକୁ ମଧ୍ୟ ଇଡିକୁ ହସ୍ତାନ୍ତର କରିବ କମିଶନରେଟ ପୋଲିସ ।
ଯେଉଁମାନେ ଏହି କଳା ସାମ୍ରାଜ୍ୟରେ ସମୃକ୍ତ, ସେମାନଙ୍କ ଏକାଉଣ୍ଟରୁ କେତେ ଟଙ୍କା ଅର୍ଚ୍ଚନା କିମ୍ୱା ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଏକାଉଣ୍ଟକୁ ଆସିଛି ସେନେଇ ତଦନ୍ତ କରାଯିବ । ଯାହାର ନାମ ସାମ୍ନାକୁ ଆସିବ ସେମାନେ ମଧ୍ୟ ଇଡିର ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି ସୂଚନା ମିଳିଛି । ଏସହିତ ଅନ୍ୟ କୌଣସି ଗଳାବାଟରେ ଅର୍ଥ କାରବାର ହୋଇଛି କି ନାହିଁ । ଯଦି ହୋଇଛି ଆଉ କାହା ଏକାଉଣ୍ଟ ବ୍ୟବହାର କରାଯାଉଥିଲା ଟଙ୍କା ପଠାଇବା ପାଇଁ ସେନେଇ ମଧ୍ୟ ଇଡି ଖୋଳତାଡ କରିବ ବୋଲି ଚର୍ଚ୍ଚା ହେଉଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।