News18 Odia Digital
ଭୁବନେଶ୍ୱର: ଓଡି଼ଶା ଷ୍ଟାଫ ସିଲେକ୍ସନ୍ କମିଶନରେ କାର୍ଯ୍ୟରତ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ କଥିତ ବେଆଇନ୍ ଆର୍ଥିକ କାରବାରର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ଭିଜିଲାନ୍ସ ସାହୁଙ୍କ ସମ୍ପତ୍ତିର ମୁଖା ଖୋଲିବା ପରେ ଇଡି ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଖୁବ୍ ଶୀଘ୍ର ଭିଜିଲାନ୍ସଠାରୁ ତଥ୍ୟ ମାଗିବା ପରେ ତାଙ୍କ ବେଆଇନ୍ ଆର୍ଥିକ କାରବାରର ଖିଅ ଖୋଜିବ ଇଡି ।
“ଆମେ ବିରଞ୍ଚି ସାହୁଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରିଛୁ । ବିଶେଷ କରି ସେ କେମିତି କିରାଣୀରୁ କୋଟିପତି ହେଲେ ସେ ନେଇ ତଦନ୍ତ କରାଯିବ । ବିରଞ୍ଚିଙ୍କ ବେଆଇନ୍ ଆର୍ଥିକ କାରବରର ଉତ୍ସ କ’ଣ ଥିଲା ଓ ଚାକିରିରେ ଅନିୟମିତତା ନେଇ ହୋଇଥିବା ଅଭିଯୋଗ ଉପରେ ଆମ ତଦନ୍ତ କେନ୍ଦ୍ରିତ ହେବ,” କହିଛନ୍ତି ଇଡିର ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ରାସ୍ତା ମଝିରେ ଯୁବତୀ ଟ୍ୟାକ୍ସି ଡ୍ରାଇଭରକୁ ଖୁବ୍ ପିଟିଲେ; VIDEO ଭାଇରାଲ୍ ହେଲା; ମାମଲା ରୁଜୁ ହେଲା
ଚାକିରି ଟଙ୍କା ବ୍ୟତୀତ ଆଉ କ’ଣ ଥିଲା ବିରଞ୍ଚିଙ୍କ ଆୟର ସ୍ରୋତ, କିଏ ଓ କାହିଁକି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ପଠାଉଥିଲା ଓ ସେ କୋଟିପତି ହେବା ପଛରେ ନିଜ ପଦବୀର ଅପବ୍ୟବହାର ଥିଲା କି ନାହିଁ ତାହା ମଧ୍ୟ ଇଡିର ତଦନ୍ତ ପରିସରଭୁକ୍ତ ହେବ ବୋଲି ଜଣାପଡ଼ିଛି । ଓଡି଼ଶା ଷ୍ଟାଫ୍ ସିଲେକ୍ସନ କମିଶନର ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତି ହୋଇଆସୁଥିବା ଅଭିଯୋଗ ସାମନାକୁ ଆସିଥିବାରୁ ତା’ର ବି ଅନେକ ଖିଅ ଏହି ତଦନ୍ତରେ ଖୋଲିପାରେ ବୋଲି କୁହାଯାଉଛି ।

ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଯେଠୱା ପଚରାଉଚରା ପାଇଁ ପହଞ୍ଚୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ମୁଁ ବି ବଲ୍ ଖେଳିପାରେ; ସାରା ଦେଶରେ ଖେଲା ହୋବେ…’, ମଞ୍ଚରେ ଫୁଟବଲ୍ ଖେଳି କହିଲେ ମମତା
ବିରଞ୍ଚି ସାହୁଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ଆଣିଛି ଭିଜିଲାନ୍ସ ବିଭାଗ । ବୁଧବାର ଦିନ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଯେଠୱା ଦୀର୍ଘ ସମୟ ଧରି ତାଙ୍କୁ ପଚରାଉଚରା କରିଛନ୍ତି । ତାଙ୍କ ପତ୍ନୀ ଓ ଶାଳକଙ୍କର ତାଙ୍କ ଅମାପ ସମ୍ପତ୍ତି ଠୁଳ କରିବାରେ କେମିତି ସମ୍ପୃକ୍ତି ରହିଛି ସେ ଦିଗକୁ ନେଇ ମଧ୍ୟ ତାଙ୍କ ସହ ପଚରାଉଚରା ହୋଇଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପିଲାଙ୍କ ହାତରୁ କ୍ଷୀର ପଡ଼ିଯିବାରୁ ମା’ ସେମାନଙ୍କୁ ଡ୍ରେସ୍ ଖୋଲି ପିଟିଲେ; Video ଭାଇରାଲ୍ ହେଲା
ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ରିମାଣ୍ଡରେ ଥିବା ବିରଞ୍ଚିଙ୍କୁ ମାରାଥାନ୍ ଜେରା କରିଥିଲେ ଭିଜିଲାନ୍ସ ଅଧିକାରୀମାନେ । ବିରଞ୍ଚିଙ୍କ ୧୦ ବର୍ଷ ତଳର ଫାଇଲ୍ ବି ଖୋଲିଥିଲା ଭିଜିଲାନ୍ସ ବିଭାଗ । ତଦନ୍ତ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ ଗଲା ୧୦ ବର୍ଷ ମଧ୍ୟରେ ବିରଞ୍ଚି ଏ ସବୁ ସମ୍ପତିର ମାଲିକ ହୋଇଛନ୍ତି । ତେଣୁ ୧୦ ବର୍ଷରେ କିଭଳି କିରାଣୀରୁ ସେ କୋଟିପତି ହେଲେ ସେ ସବୁ ଦିଗକୁ ନେଇ ତାଙ୍କ ସହ ଜେରା ହୋଇଛି ବୋଲି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଆସୁଛି ନାକରେ ନେବାକୁ ଥିବା କରୋନା ଟିକା; ସବୁଠୁ ଅଧିକ ପ୍ରଭାବଶାଳୀ ହେବ ନାଜାଲ୍ ଭ୍ୟାକ୍ସିନ୍
ଏହା ବ୍ୟତୀତ ବିରଞ୍ଚିଙ୍କୁ କେଉଁମାନେ ସହଯୋଗ କରୁଥିଲେ ଓ ଓ.ଏସ୍.ଏସ୍.ସି. ଅଫିସରେ ସେହି ବ୍ୟକ୍ତିମାନେ କିଏ ଯାହାକୁ ଢାଲ କରି ସେ ନିଯୁକ୍ତି ଜାଲିଆତି କରୁଥିବା ଅଭିଯୋଗ ହୋଇଛି ସେ ସବୁକୁ ନେଇ ମଧ୍ୟ ଭିଜିଲାନ୍ସ ଟିମ୍ ତାଙ୍କ ସହ ପଚରାଉଚରା କରିଛି । ଭିଜିଲାନ୍ସ ୧୦ ବର୍ଷ ତଳର ଫାଇଲ୍ ଖୋଲିବା ପରେ ଏବେ ଓଡି଼ଶା ଷ୍ଟାଫ ସିଲେକ୍ସନ କମିଶନ୍ ଅଫିସରେ ଛାନିଆ ପସିଛି । ଯେଉଁମାନେ ବିରଞ୍ଚିଙ୍କୁ ସହଯୋଗ କରୁଥିଲେ ସେମାନଙ୍କ ଭିତରେ ଭାଳେଣି ପଡି଼ଲାଣି । ବିରଞ୍ଚି ସେମାନଙ୍କ ନାମ ଯଦି ପଦାକୁ ଆଣନ୍ତି ତେବେ ସେମାନେ ଭିଜିଲାନ୍ସର ତଦନ୍ତ ପରିସରଭୁକ୍ତ ହେବା ନିଶ୍ଚିତ ।
ଆୟ-ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୁଲାଇ ୩୦ ତାରିରେ ଓଡି଼ଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ଜଣେ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିବା ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଳାନ୍ସ ଚଢ଼ାଉ କରିଥିଲା । ରେଡ ବେଳେ ତାଙ୍କର ୩.୭୯ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ କେମିତି କୋଟିପତି ହେଲେ ତା’ର ତଦନ୍ତ କରିବା ପାଇଁ ବିରଞ୍ଚିଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ଆଣିଛି ଭିଜିଲାନ୍ସ । ବିରଞ୍ଚି ସାହୁଙ୍କ ପତ୍ନୀ ଓ ଶାଳକଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।