ରାଜ୍ୟରେ ନକଲି ଔଷଧର ସୌଦାଗର ଶିବ ଜେନାର ବେଆଇନ୍ ଅର୍ଥ କାରବାରର ତଦନ୍ତ କରିବ ED

ନିଜ ବ୍ୟବସାୟରେ ଅଂଶୀଦାର କରିବ ବୋଲି କହି ଯାଜପୁର, କଟକ, ଭୁବନେଶ୍ବର ଓ ଝାରସୁଗଡା ଭଳି ବିଭିନ୍ନ ଜିଲ୍ଲାର ବଡ଼ ବଡ଼ ଔଷଧ ବ୍ୟବସାୟୀଙ୍କ ଠାରୁ ୨୦ରୁ ୪୦ ଲକ୍ଷ ଟଙ୍କା କରି ପ୍ରାୟ ୩ କୋଟି ଟଙ୍କା ହାତେଇଥିଲା ଶିବ ଜେନା।

ରାଜ୍ୟରେ ନକଲି ଔଷଧର ସୌଦାଗର ଶିବ ଜେନାର ବେଆଇନ୍ ଅର୍ଥ କାରବାରର ତଦନ୍ତ କରିବ ED
କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଶିବ ଜେନାଙ୍କ (ଡାହାଣ) ଜାମିନ ଆବେଦନର ଶୁଣାଣି ସୋମବାର ହେବ ।
  • News18 Odia
  • Last Updated: June 27, 2021, 11:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ନକଲି ଔଷଧ କେଲେଙ୍କାରୀର କାର୍ପଟଦାର ଶିବ ଜେନା ଯେ କେବଳ ଅସାଧୁ ଡାକ୍ତରମାନଙ୍କୁ ହାତ କରି ନିଜର ନକଲି ଔଷଧ କାରବାର କରୁଥିଲେ ତାହା ନୁହେଁ, ଏହି ଆଳରେ ବେଆଇନ ଅର୍ଥ କାରବାର ବା ମନି ଲଣ୍ଡରିଂ ଧନ୍ଦା ବି ସେ କରୁଥିଲେ । ଏ କଥା ଜଣା ପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇ.ଡି. ଏବେ ସେହି ମାମଲାର ଅନୁସନ୍ଧାନ କରିବାକୁ ଯାଉଛି ।

ନ୍ୟୁଜ୧୮ ଓଡ଼ିଆ ଡିଜିଟାଲକୁ ମିଳିଥିବା ଏକ୍ସକ୍ଲୁସିଭ୍ ସୂଚନା ମୁତବକ ନକଲି ଔଷଧ କାରବାରର ତଦନ୍ତ ବେଳେ ବେଆଇନ୍‌ ଅର୍ଥ କାରବାରର ଖିଅ ପାଇଛି ଏସ୍‌.ଟି.ଏଫ୍. । ସୂତ୍ରଙ୍କ ଅନୁସାରେ ବିଭିନ୍ନ ଜିଲ୍ଲାର ଔଷଧ ବ୍ୟବସାୟୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଅଗ୍ରୀମ ଆକାରରେ ନେଇଥିଲେ ଶିବ । ନିଜ ବ୍ୟବସାୟରେ ଅଂଶୀଦାର କରିବେ ବୋଲି କହି ଯାଜପୁର, କଟକ, ଭୁବନେଶ୍ବର ଓ ଝାରସୁଗଡା ଭଳି ବିଭିନ୍ନ ଜିଲ୍ଲାର ବଡ଼ ବଡ଼ ଔଷଧ ବ୍ୟବସାୟୀଙ୍କ ଠାରୁ ୨୦ରୁ ୪୦ ଲକ୍ଷ ଟଙ୍କା କରି ପ୍ରାୟ ତିନି କୋଟି ଟଙ୍କା ହାତେଇବାରେ ସେ ସଫଳ ହୋଇଥିଲେ । ସବୁତକ ଅର୍ଥ ସେ ଔଷଧ କାରବାରରେ ବିନିଯୋଗ କରିଥିବା କୁହାଯାଉଥିଲେ ମଧ୍ୟ କେତେ ଟଙ୍କା କେଉଁ କେଉଁ ଔଷଧ କମ୍ପାନୀକୁ ଦିଆଯାଇଛି ତା’ର ଛାନବିନ୍ ଆରମ୍ଭ ହୋଇଛି ।

ଏହା ବି ପଢ଼ନ୍ତୁ | ଓଃ, କି ମର୍ମନ୍ତୁଦ ଦୁର୍ଘଟଣା! କିଆ ସେଲ୍‌ଟୋସ୍ କାର୍ ମଝିରୁ ୨ ଖଣ୍ଡ ହୋଇଗଲା; ୩ ଜଣଙ୍କ ମୃତ୍ୟୁ ହେଲା

ଶିବ ଜେନାର ବେଆଇନ ଅର୍ଥ କାରବାର ପ୍ରସଙ୍ଗ ଉଜାଗର ହେବା ପରେ ଇଡି ଏବେ ସେହି ପ୍ରସଙ୍ଗରେ ତଦନ୍ତ ଆରମ୍ଭ କରିବାକୁ ଯାଉଛି । ଇଡିର ଜଣେ ବରିଷ୍ଠ ଅଧିକାରୀ କୁହିଛନ୍ତି, ‘‘ଆମେ ନକଲି ଔଷଧ କାରବାରରେ ହୋଇଥିବା ବେଆଇନ୍‌ ଅର୍ଥ କାରବାରର ଅନୁସନ୍ଧାନ କରିବାକୁ ଯାଉଛୁ । ଦିନ ଦୁଇ ଦିନ ମଧ୍ୟରେ ବିଧିବଦ୍ଧ ତଦନ୍ତ ଆରମ୍ଭ ହେବ ।’’

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁଯାୟୀ ମୁମ୍ବାଇ ପୋଲିସ ଦ୍ବାରା ଗିରଫ ହୋଇଥିବା ନକଲି ଔଷଧ ନିର୍ମାତା ‘ମାକ୍ସ ରିଲିଫ୍‌ ହେଲ୍ଥ କେୟାର୍‌’ କମ୍ପାନୀର ପ୍ରମୁଖ ଡିଷ୍ଟିବ୍ୟୁଟର ସୁଦୀପ ମୁଖାର୍ଜୀଙ୍କୁ ଶିବ ଜେନା ବିଭିନ୍ନ ପର୍ଯ୍ୟାୟରେ ମୋଟ ୮୦ ଲକ୍ଷ ଟଙ୍କା ଦେଇଥିଲେ । ଏହି ଅର୍ଥକୁ ସେ ଫାବିମାକ୍ସ-୪୦୦ ଔଷଧ କିଣିବା ପାଇଁ ଅଗ୍ରୀମ ଆକାରରେ ଦେଇଥିଲେ । ମାତ୍ର ୬୫ ଟଙ୍କାରେ ଫାବିମାକ୍ସ-୪୦୦ର ପ୍ରତି ଷ୍ଟିପକୁ କିଣି ଶିବ ଜେନା ୧,୨୯୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଏହି ୮୦ ଲକ୍ଷ ଟଙ୍କାର ଔଷଧକୁ ସେ ୪୦ କୋଟି ଟଙ୍କାରେ ବିକ୍ରି କରିବା ପାଇଁ ଯୋଜନା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଶିବ ଜେନା ସୁଦୀପ ମୁଖାର୍ଜୀଙ୍କୁ ଦେଇଥିବା ଏହି ୮୦ ଲକ୍ଷ ଟଙ୍କାର ଅର୍ଡର ମଧ୍ୟରୁ କେତେ ପରିମାଣର ଔଷଧ ତାଙ୍କ ପାଖରେ ପହଞ୍ଚିଥିଲା ଓ ସେଗୁଡ଼ିକୁ ସେ କେଉଁ କେଉଁ ସ୍ଥାନରେ ବିନିଯୋଗ କରିଥିଲା ତାହା ସ୍ପଷ୍ଟ ହୋଇନାହିଁ ।

ଏହା ବି ପଢ଼ନ୍ତୁ | ଏହି ମେଡିକାଲ୍ ଛାତ୍ରୀ .୬୫ କୋଟି ଟଙ୍କାର ଯୌତୁକ ଆଣିଥିଲେ; ସ୍ୱାମୀଙ୍କ ନିର୍ଯ୍ୟାତନା ପରେଆତ୍ମହତ୍ୟାକଲେ

ସୋମବାର ଦିନ କଟକ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ଶିବ ଜେନା ଓ ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା ସହିତ ତାଙ୍କର ଦୁଇ ଜଣ କର୍ମଚାରୀଙ୍କ ଜାମିନ ଆବେଦନର ଶୁଣାଣି ହେବ । ଏସ୍‌.ଟି.ଏଫ୍‌. ମଧ୍ୟ ଏହି ମାମଲାରେ କୋର୍ଟରେ କେସ୍‌ ଡାଏରୀ ଦାଖଲ କରିବ ବୋଲି ଜଣା ପଡ଼ିଛି । ଶିବ ଜେନାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକରେ ତାଙ୍କୁ ଜାମିନ ମିଳିବା ଆଶା କ୍ଷୀଣ ବୋଲି କହିଛନ୍ତି ଆଇନ ବିଶାରଦମାନେ ।



‘‘ବିଷାକ୍ତ ଔଷଧ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଆଇନରେ କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି । ଡ୍ରଗ୍ ଆଣ୍ଡ କସମେଟିକ୍ସ ଆକ୍ଟର ଧାରା ୨୭ ଅନୁଯାୟୀ ଦୋଷୀକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା, ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଓ ଏହା ସହିତ, ଯଦି କୋର୍ଟ ଅନୁଭବ କରନ୍ତି, ତେବେ ଦୋଷୀକୁ ଆଜୀବନ କାରାଦଣ୍ଡରେ ମଧ୍ୟ ଦଣ୍ଡିତ କରି ପାରନ୍ତି । ଏହି ଅସାଧୁ ବ୍ୟବସାୟୀଙ୍କୁ ଆଇନ୍‌ ଛାଡ଼ିବ ନାହିଁ,’’ କହିଛନ୍ତି ଓଡ଼ିଶା ହାଇ କୋର୍ଟର ଆଇନଜୀବୀ ବିଭୂତି ଭୁଷଣ ଚୌଧୁରୀ ।
Published by: Anand ST Das
First published: June 27, 2021, 11:22 PM IST