ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରାବର ତଦନ୍ତ ଆରମ୍ଭ; ଛାନିଆ ହେଲେଣି ନେତା ମନ୍ତ୍ରୀ ବଡ଼ବଡ଼ିଆ

ଇଡି ଆଗରେ ଅର୍ଚ୍ଚନା ନେତା ମନ୍ତ୍ରୀ ଓ ବଡବଡ଼ିଆ ଲିଙ୍କର ଖୁଲାସା କରିବେ ତ ? ଯଦି ଅର୍ଚ୍ଚନା ଇଡିକୁ ତଦନ୍ତରେ ସହଯୋଗ ନ କରନ୍ତି ଇଡ଼ି ର ତଦନ୍ତ ଦିଗ କେଉଁ ଆଡକୁ ଯିବ।

ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ (ପ୍ରତୀକାତ୍ମକ ଛବି)

ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ଗିରଫ ହୋଇଥିବା ବହୁ ଚର୍ଚ୍ଚିତ ବ୍ଲାକମେଲର ଦମ୍ପନ୍ତିଙ୍କ କଳା ସାମ୍ରାଜ୍ୟ ଗୁମର ଖୋଲିବା ପାଇଁ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସାମ୍ନାକୁ ଆସିବ କୋଟିପତି ପଛର କଳା କାରନାମା । କିଭଳି କୋଟିପତି ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ ରହସ୍ୟ ଖୋଜିବ ପ୍ରବର୍ତ୍ତନ ନିର୍ଦେଶଳୟ ବା ଇଡି। ବୁଧବାର ଇଡି ନିଜ ଆଡୁ ମାମଲା ରୁଜୁ କରିବା ପରେ ଗୁରୁବାର ତଦନ୍ତ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦେଶଳୟ ।

ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଖୋଳତାଡ଼ ଆରମ୍ଭ କରିଛି ଇଡି। ବ୍ଲାକମେଲର ଦମ୍ପତିଙ୍କର ବ୍ଲାକମନି ଖୋଜୁଛି ଇଡି। ଅର୍ଚ୍ଚନା-ଜଗବନ୍ଧୁଙ୍କ କଳାସାମ୍ରାଜ୍ୟ ଖିଅ ଖୋଜିବ ତଦନ୍ତକାରୀ ସଂସ୍ଥା। ୫ ବର୍ଷରେ କୋଟିପତି ପଛର କାହାଣୀ ଖୋଜିବା ଆରମ୍ଭ କରିଛି ତଦନ୍ତକାରୀ ସଂସ୍ଥା । ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର ଗୁମର ଖୋଜିବା ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦେଶଳୟ ବା ଇଡି।

ଇଡିର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି " ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ବିରୁଦ୍ଧରେ ମାମଲା  ରୁଜୁ କରିବା ପରେ ଗୁରୁବାର ଠାରୁ  ଆରମ୍ଭ ହୋଇଛି ବେଆଇନ ଆର୍ଥିକ କାରାବର ଲିଙ୍କ। ପ୍ରଥମେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ବ୍ୟାଙ୍କ ଟ୍ରାଞ୍ଜକସନ ଓ ପ୍ରପର୍ଟି ର ସମସ୍ତ ତଥ୍ୟ ମଗାଯିବ ।  ସ୍ୱାମୀ ସ୍ତ୍ରୀଙ୍କର ଇନକମ୍ ଅଫ ସୋର୍ସ କଣ, ଯାଂଚ କରାଯିବ। ସେମାନେ ଇନକମ ଟାକ୍ସ ଦେଉଥିଲେ କି ନାହିଁ ଯାଞ୍ଚ ହେବ । କୋର୍ଟ ଅନୁମତି ନେଇ ଉଭୟଙ୍କୁ ରିମାଣ୍ଡ ରେ ଆଣାଯିବ ନଚେତ ଜେଲ ଭିତରେ ଜେରା କରାଯିବ। କେଉଁମାନେ ଓ କାହାକି ଅର୍ଚ୍ଚନାକୁ ଟଙ୍କା ଦେଇଥିଲେ ସେନେଇ ସ୍ୱାମୀ ସ୍ତ୍ରୀଙ୍କୁ ପଚରାଉଚରା ହେବ । ଯେଉଁମାନେ ଅର୍ଚ୍ଚନାକୁ ଟଙ୍କା ଦେଇଛନ୍ତି ସେମାନଙ୍କୁ ସମନ କରାଯିବ। ଯଡ଼ି ହାର୍ଡ କ୍ୟାସ ଆଣିଛନ୍ତି ତଥ୍ୟ ଦେଇ ନପାରିଲେ ସମ୍ପତି ସିଜ ହେବ। ସେକ୍ସନ-୧୭ ଅନୁସାରେ ଅର୍ଚନାଙ୍କ ଘରକୁ ଯାଇ ଇଡି ତଦନ୍ତ କରିପାରେ। ଆବଶ୍ୟକ ପଡ଼ିଲେ ଖଣ୍ଡଗିରି ଥାନାର ତଦନ୍ତକାରୀ ଅଧିକାରୀ ତାଙ୍କୁ ମଧ୍ୟ ପଚରାଉଚରା କରାଯାଇ ପାରେ ।

ଇଡି ତଦନ୍ତ ଆରମ୍ଭ କରିବା ପରେ ବଡ ବଡ଼ିଆ ନେତାଙ୍କ ମନରେ ଛନକା ପସିଲାଣି। ଆର୍ଚ୍ଚନା ବ୍ଲାକମେଲିଂର ଶିକାର ହୋଇ ଯେଉଁମାନେ ଟଙ୍କା ଦେଇଛନ୍ତି ଇଡି ତଦନ୍ତ ଆରମ୍ଭ କରିବା ପରେ ସେମାନଙ୍କ ନିଦ ହଜି ଯାଇଛି । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସମନ କରି ଜେରା କରିବ ତଦନ୍ତକାରୀ ସଂସ୍ଥା ।

ଇଡି ଘଟଣାର ତଦନ୍ତ ଆରମ୍ଭ କରିବା ପରେ ଆଇନଜୀବୀ କହିଛନ୍ତି,"କେବଳ ନଗଦ କରବାରକୁ ବାଦ ଦେଲେ ବ୍ୟାଙ୍କ ଜରିଆରେ ଅର୍ଚ୍ଚନାଙ୍କ ଦ୍ୱାରା ହୋଇ ଥିବା ବିଭିନ୍ନ ଟ୍ରାନଜାକ୍ସନ ବାବଦରେ ED କୁ ଠୋସ ପ୍ରମାଣ ମିଳିବ। ସେହି ଅର୍ଥକୁ କେଉଁ ମାନେ ଓ କହିଁକି ଅର୍ଚ୍ଚନାଙ୍କୁ ଦେଇଥିଲେ ଓ ଅର୍ଚ୍ଚନା ସେହି ଅର୍ଥକୁ କେଉଁ ସ୍ଥାନରେ ବିନିଯୋଗ କରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହେବ ।
Published by:Soumya Das
First published: