ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ଘରେ ପଶିଲା ଇଡି; ଖବର ପାଇ ଜଗବନ୍ଧୁଙ୍କ ପରିବାର ସଦସ୍ୟ ଛୁ

ରାଜ୍ୟର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ନେଇ ଇଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ଇଡି ଟିମ୍ ରାଜ୍ୟର ୮ଟି ସ୍ଥାନରେ ଚଢ଼ାଉ କରିଥିଲେ ।

ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ଘରେ ପଶିଲା ଇଡି; ଖବର ପାଇ ଜଗବନ୍ଧୁଙ୍କ ପରିବାର ଛୁ

ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ଘରେ ପଶିଲା ଇଡି; ଖବର ପାଇ ଜଗବନ୍ଧୁଙ୍କ ପରିବାର ଛୁ

  • News18 Odia
  • Last Updated :
  • Baleshwar, India
  • Share this:
News 18 Odia Digital

ବାଲେଶ୍ୱର; ଆକ୍ସନରେ ଇଡି । ରାଜ୍ୟର ଚର୍ଚ୍ଚିତ ଖବର ତଥା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରାବର ନେଇ ଇଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ଇଡି ଟିମ୍ ରାଜ୍ୟର ୮ଟି ସ୍ଥାନରେ ଚଢ଼ାଉ କରିଥିଲେ । ଅର୍ଚ୍ଚନାଙ୍କ ପୈତୃକ ଘର, ଅର୍ଚ୍ଚନା ସ୍ୱାମୀଙ୍କ ପୈତୃକ ଘର ସମେତ ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ବେଳେ ଇଡି ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଲାଗିଥିବା ସୂଚନା ମିଳିଛି।

ଆଜି ଗୁରୁବାର ଭବନେଶ୍ୱର ସତ୍ୟ ବିହାର ସ୍ଥିତ ଅର୍ଚ୍ଚନାଙ୍କ ଘରେ ଇଡିର ୫ ଜଣିଆ ଟିମ୍‌ ପକ୍ଷରୁ ଚଢାଉ ଆରମ୍ଭ କରାଯାଇଥିଲା । ଚଢାଉ ସମୟରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ୍‌ ବାହିନୀ ନିୟୋଜିତ ରହିଛନ୍ତି । ଚଢ଼ଉ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ସୂଚନା ମିଳିଛି । ସେହିପରି ଅର୍ଚ୍ଚନାଙ୍କ ଶାଶୁଘରେ ମଧ୍ୟ ଇଡି ପକ୍ଷରୁ ରେଡ଼ ହୋଇଛି । ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ବାଉଁଶବଣି ଗ୍ରାମରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଇଡି ଟିମ ଚଢାଉ କରିଛି ।  ମଙ୍ଗଳବାରଠାରୁ ଇଡିର ୧୧ ଜଣିଆ ଟିମ ଜଳେଶ୍ୱରରେ ଡେରା ପକାଇଥିଲା । ଗୁରୁବାର ସକାଳେ ସ୍ଥାନୀୟ ପୋଲିସ ସହିତ ସିଆରପିଏଫ ଫୋର୍ସ ନେଇ ଚଢାଉ କରିବାକୁ ଅର୍ଚ୍ଚନାଙ୍କ ଶାଶୁ ଘରେ ପହଞ୍ଚିଥିଲା ଇଡିର ଏକ ଟିମ । ଇଡି ଚଢାଉ ବିଷୟରେ ଖବର ପାଇ ଶାଶୁ, ଶଶୁର, ଜଗବନ୍ଧୁଙ୍କ ବଡ଼ ଭାଇ ଦିନବନ୍ଧୁ ଓ ତାଙ୍କ ସ୍ତ୍ରୀ ଘରେ ତାଲା ମାରି ଫେରାର ହୋଇଯାଇଛନ୍ତି । ତେବେ ସମ୍ପର୍କୀୟଙ୍କ ଉପସ୍ଥିତିରେ ଇଡି ଚଢାଉ ଜାରି ରଖିଥିଲା । ଏହି ଚଢ଼ାଉ ଶେଷରେ କିଛି କାଗଜପତ୍ର ଓ ଦସ୍ତାବିଜ ଇଡି ସାଥିରେ ନେଇଯାଇଛି ।

ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଥିବା ଅର୍ଚ୍ଚନା ନାଗଙ୍କ ପୈତୃକ ଘରକୁ ମଧ୍ୟ ଇଡି ପକ୍ଷରୁ ଚଢାଉ କରାଯାଇଛି । ଘର ବାହାରେ ସିଆରପିଏଫଙ୍କ ବାହିନୀଙ୍କୁ ମୁତୟନ କରାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଇଡି ବିଭାଗର ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।
Published by:Soubhagya Mishra
First published: