ବିଧାୟକଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଜେରା କଲା ଇଡି; କିଛି ଉତ୍ତର ଦେଲେନି ଶ୍ରୁତି

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଇଡିରେ ୬ ଘଣ୍ଟା ଧରି ପଚରାଉଚରା କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗ ମାମଲାରେ ତାଙ୍କୁ ଜେରା କରାଯାଇଛି।

ବିଧାୟକଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଜେରା କଲା ଇଡି (ପ୍ରତୀକାତ୍ମକ ଛବି)

ବିଧାୟକଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଜେରା କଲା ଇଡି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଇଡିରେ ୬ ଘଣ୍ଟା ଧରି ପଚରାଉଚରା କରିଛି। ୬ ଘଣ୍ଟା ଧରି ଜେରା ପରେ ବାହାରିଛନ୍ତି ଶ୍ରୁତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗ ମାମଲାରେ ତାଙ୍କୁ ଜେରା କରାଯାଇଛି।

ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଜେରା ବେଳେ ଶ୍ରୁତିଙ୍କ ଆକାଉଣ୍ଟକୁ ଏକାଧିକ କାରବାର ହୋଇଥିବା ଜଣାପଡିଥିଲା। ତେଣୁ ଏଦିଗରେ ତାଙ୍କୁ ଜେରା କରାଯାଇଛି।

"ଅଭୟ ଓ ଆକାଶକୁ ଜେରା କରିବା ପରେ ବେଆଇନ ଆର୍ଥିକ କାରବାର ହୋଇଥିବା ସ୍ପଷ୍ଟ ହୋଇଥିଲା । ବାପା ପୁଅଙ୍କ ଆକାଉଣ୍ଟରୁ ଏକାଧିକ ଥର ଟଙ୍କା ଟ୍ରାଞ୍ଜକସନ ହୋଇଥିବା ଜଣା ପଡ଼ିଛି । ବିଶେଷ କରି ଟଙ୍କା କେଉଁ ବାବଦକୁ ଆସିଛି, କାହିଁକି ଆସିଛି ସେ ସବୁ ଦିଗନେଇ ଶ୍ରୁତିକୁ ପଚରାଉଚୁରା ହୋଇଛି," କହିଛନ୍ତି ଇ.ଡିର ଜଣେ ବରିଷ୍ଠ ଅଧିକାରୀ।

ହୋଟେଲ ଥିବା ସମୟରେ ଲକ୍ଷାଧିକ ଟଙ୍କାର ଯେଉଁ କାରବାର ହୋଇଥିଲା, ଶ୍ରୁତିଙ୍କ ଭୂମିକା କଣ ରହିଛି, ତାହା ଜାଣିବାକୁ ଚାହିଁଛି ଇଡି। ତେବେ ପଚରାଉଚୁରା ପରେ ଆର୍ଥିକ କାରବାର କଣ ହୋଇଛି, ସେନେଇ କୌଣସି ଇଡି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଶ୍ରୁତିଙ୍କ ପୂର୍ବରୁ ମଧ୍ୟ ଆକାଶ ପାଠକଙ୍କ ବାପା ଅଭୟକାନ୍ତ ପାଠକଙ୍କୁ ଇଡି ଜେରା କରିଛି। ସେପଟେ ୬ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଥିଲେ ଶ୍ରୁତି। କିନ୍ତୁ ଗଣମାଧ୍ୟମ ଆଗରେ ମୁହଁ ଖୋଲିନଥିଲେ।

ଆକାଶ ପାଠକ ଠକେଇ ଲିଙ୍କ୍ ମାମଲାରେ ଗୋପାଳପୁରର ଟାଣୁଆ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡ଼ିସେମ୍ବରରେ ହିଁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍। ଟାଟା କଂପାନିରେ ଚାକିରି କରାଇ ଦେବା ପାଇଁ ଆକାଶ ପାଠକଙ୍କ ନାଁରେ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ପ୍ରମାଣ ଥିବା ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା । ତାଙ୍କ ବିରୋଧରେ ଆଇଟି ଆକ୍ଟର ସଙ୍ଗିନୀ ଦଫା ଲଗାଯାଇଥିଲା । ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ତାଙ୍କୁ ଗିରଫ କରାଯାଇଥିଲା ।

ସେପଟେ ଇ.ଡ଼ି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ୩ଥର ନୋଟିସ ହୋଇଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ହାଜର ହୋଇନାହାନ୍ତି । ତେଣୁ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ଜେରା କରିବା ପରେ ବେଆଇନ ଆର୍ଥିକ କାରାବର ଚେର କେଉଯାଏ ଲମ୍ବିଛି ତାହା ସ୍ପଷ୍ଟ ହୋଇପାରିବ ବୋଲି ଇ.ଡି ପକ୍ଷରୁ ସୂଚନା ଦିଆଯାଇଛି ।
Published by:Soumya Das
First published:
)}