ଖଗେଶ୍ବରଠୁ ୧୦ ଜଣ ନେତା, ମନ୍ତ୍ରୀ, ବିଧାୟକ, ବିଲଡର, ବ୍ୟବସାୟୀଙ୍କ ଲିଙ୍କ ପାଇଛି ED

ଖୁବ୍ ଜଲଦି ବଡ଼ ବଡ଼ିଆ ଆସିବେ ସ୍କାନରକୁ। ୧୦ ଜଣ ନେତା, ମନ୍ତ୍ରୀ, ବିଧାୟକ, ବିଲଡର, ବ୍ୟବସାୟୀଙ୍କ ଲିଙ୍କ ପାଇଛି ED।

ଖଗେଶ୍ବରକୁ ଜେରା କରୁଛି (ପ୍ରତୀକାତ୍ମକ ଛବି)

ଖଗେଶ୍ବରକୁ ଜେରା କରୁଛି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ବର: ଖୋଲୁଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ନାଗ ପେଡିର ଗୁମର। ଅର୍ଚ୍ଚନାଙ୍କ ମୁଖ୍ୟ ସହଯୋଗୀ ଖଗେଶ୍ବରକୁ ମାରାଥନ ଜେରା ପରେ ଇଡି ହାତରେ ରୋଚକ ତଥ୍ୟ। ଖଗେଶ୍ବର ପାଟିରୁ ସତ ଉଗାରିବାକୁ ଜାନ୍ ଲଗାଇ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରଥମ ଦିନରେ ୧୦ ଜଣଙ୍କ ଲିଙ୍କ ପାଇଛି ଇଡି।

ଏହି ୧୦ ଲୋକଙ୍କ ମଧ୍ୟରେ ଅଛନ୍ତି ନେତା, ମନ୍ତ୍ରୀ, ବିଧାୟକ, ବ୍ୟବସାୟୀ ଓ ବିଲଡର। ଟଙ୍କା କିଭଳି ଆସେ, କିଏ ଆଣେ? କିଭଳି ହୁଏ ଡିଲ। ସେସବୁ ଦିଗ ନେଇ ଖୋଳତାଡ଼ କରୁଛି ଇଡି।ଇଡି ଜେରାରେ ଘାଇଲା ଖଗେଶ୍ୱର। ପ୍ରଥମ ଦିନର ରିମାଣ୍ଡରେ ସାମ୍ନାକୁ ଆସିଲା ୧୦ଜଣଙ୍କ ଲିଙ୍କ। ଅର୍ଚ୍ଚନାଙ୍କୁ ଟଙ୍କା ଦେଇଛନ୍ତି ନେତା, ମନ୍ତ୍ରୀ, ବିଧାୟକ, ବ୍ୟବସାୟୀ ଓ ବିଲଡର।

ଖଗେଶ୍ୱରଙ୍କୁ ଆଜି କିଛି ଏଭଳି ପ୍ରଶ୍ନ ପଚାରିଥିଲା ତଦନ୍ତକାରୀ ଟିମ। ଅର୍ଚ୍ଚନା-ଜଗବନ୍ଧୁଙ୍କ ଆକାଉଁ ରୁ ୫୦ଲକ୍ଷ ଟଙ୍କା କାହିଁକି ଆସିଥିଲା ? ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନାଙ୍କ ମଧ୍ୟରେ ସମ୍ପର୍କ କେବେଠାରୁ ? ଅର୍ଚ୍ଚନା ଓ ଜଗବନ୍ଧୁ ଙ୍କ ପାଖକୁ ଆସୁଥିବା ଟଙ୍କାର ଉତ୍ସ କଣ ? ନିଜର ଗାଡି ସୋରୁମରେ କେତେ ଟଙ୍କା ବିନିଯୋଗ କରିଛନ୍ତି ଅର୍ଚ୍ଚନା ଓ ଜଗବନ୍ଧୁ । ଇଡି ଅଧିକାରୀ ମାନେ ଯେତେବେଳେ ଖଗେଶ୍ୱରଙ୍କୁ ଏମିତି କିଛି ପ୍ରଶ୍ନ ପଚାରୁଥିଲେ, ସେତେବେଳେ ଖଗେଶ୍ୱର ଉତ୍ତର ଦେବା ବେଳେକୁ ହଡ଼ବଡେଇ ଯାଉଥିଲା। ଏମିତିକି କିଛି କଥା କହିଲା ବେଳେ ମିଛ କହୁଥିବା ସ୍ପଷ୍ଟ ବାରି ହେଉଥିଲା। ଯାହା ତଦନ୍ତକାରୀ ଟିମକୁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ସତ କାଢ଼ିବାକୁ ସୁରାକ ମିଳିଥିଲା। ଇଡି  ପହଞ୍ଚିବା ପରେ ଜେରା ଆରମ୍ଭ କରିଥିଲା। ୩ ଜଣ ଅଧିକାରୀ ପର୍ଯ୍ୟାୟକ୍ରମେ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲେ।

https://odia.news18.com/news/odisha/ed-arrests-khageswar-patra-accomplice-of-lady-blackmailer-archana-nag-tv-111122-lpd-dsp-135287.html

ପ୍ରଥମ ଦୁଇ ଘଣ୍ଟା ଇଡି ଅଧିକାରୀଙ୍କୁ ମିଛ ସତ କହି ଭୁଆଁ ବୁଲାଇ ଥିଲା। ହେଲେ ଯେତେବେଳେ ମାରାଥନ ପ୍ରଶ୍ନରେ ଅର୍ଚ୍ଚନା ସହିତ ତାଙ୍କର କି ସମ୍ପର୍କ ? ଆକାଉଣ୍ଟକୁ ଟଙ୍କା କୁଆଡୁ ଆସିଲା? କିଏ ଦେଲା ? ଏହା ପଚରାଗଲା, ସେତେବେଳେ ଝାଳନାଳ ହେବା ସହିତ ପାଟି ଖନି ମାରିଥିଲା। ଆଉ ତା ପରେ ଇଡିକୁ ତଦନ୍ତରେ ସହଯୋଗ କରିବା ସହିତ ପାଟିରୁ କିଛି ସତ ବାହାର କରିଥିଲା।

ସେପଟେ ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଅର୍ଚ୍ଚନାଙ୍କୁ ଯେଉଁମାନେ ଟଙ୍କା ଦେଇଛନ୍ତି ସେମାନଙ୍କୁ ମଧ୍ୟ ଇଡି ନୋଟିସ କରିପାରିବ। ଇଡିର ନିର୍ଭର ଯୋଗ୍ୟ ସୂଚନା ଅନୁସାରେ, ଖୁବ ଶୀଘ୍ର ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜେରା କରିବ ଇଡି। ଖଗେଶ୍ୱରଙ୍କ ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ସ୍ୱାମୀ ସ୍ତ୍ରୀଙ୍କୁ ଜେଲ ଭିତରେ ପଚରାଉଚରା କରାଯିବ। ଏଥିପାଇଁ ଦିନେ କିମ୍ବା ଦୁଇଦିନ ମଧ୍ୟରେ କୋର୍ଟରେ ଆବେଦନ କରିବ ଇଡି।
Published by:Soumya Das
First published: