ମୁଁ ଅର୍ଚ୍ଚନାଙ୍କୁ ଜାଣିଛି, ହେଲେ ମୋ ହୋଟେଲରେ ହୋଇନି କୌଣସି ଡିଲ: ଶିବ ପ୍ରସାଦ ଦାସ

ଇଡି ସୂଚନା ଅନୁସାରେ, ହୋଟେଲ ତାଜ ଓଡ଼ିଶାକୁ ୨୦୧୯ରୁ ଅର୍ଚ୍ଚନା, ବାରମ୍ବାର ଆସୁଥିଲେl ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ସହ ହୋଇଛି ଟଙ୍କା ଟ୍ରାନଜକ୍ସନl

 ତାଜ ଓଡ଼ିଶା ହୋଟେଲ ମାଲିକ ଶିବ ପ୍ରସାଦ ଦାସ

ତାଜ ଓଡ଼ିଶା ହୋଟେଲ ମାଲିକ ଶିବ ପ୍ରସାଦ ଦାସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ କେଳେଙ୍କାରୀରେ ହୋଟେଲ ଲିଙ୍କ ନେଇ ଚାଲିଛି ଇଡିର ତଦନ୍ତl ଅଶୋକ ନଗର ସ୍ଥିତ ତାଜ ଓଡ଼ିଶା ହୋଟେଲ ମାଲିକ ଶିବ ପ୍ରସାଦ ଦାସ ଆଜି ଇଡିରେ ହାଜର ହୋଇଛନ୍ତିl ଆଜି ସକାଳ ସାଢେ ୯ଟା ସମୟରେ ଶିବ ଦ୍ୱିତୀୟଥର ପାଇଁ ଇଡିରେ ହାଜର ହୋଇଛନ୍ତିl

ଇଡି ସୂଚନା ଅନୁସାରେ, ହୋଟେଲ ତାଜ ଓଡ଼ିଶାକୁ ୨୦୧୯ରୁ ଅର୍ଚ୍ଚନା, ବାରମ୍ବାର ଆସୁଥିଲେl ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ସହ ହୋଇଛି ଟଙ୍କା ଟ୍ରାନଜକ୍ସନl ତେଣୁ କାହିଁକି ଟଙ୍କା କାରବାର ହୋଇଛି ସେନେଇ ଶିବଙ୍କୁ ଦ୍ୱିତୀୟ ଥର ପାଇଁ ଡକାଇଛି ଇଡିl

ଇଡିକୁ ଯିବା ବେଳେ ଶିବ ପ୍ରସାଦ କହିଥିଲେ, "ମୋତେ ଇଡି ନୋଟିସ କରିଥିବାରୁ ମୁଁ ଦ୍ୱିତୀୟ ଥର ପାଇଁ ଆସିଛି। ମୋ ହୋଟେଲକୁ କେତେ ଲୋକ ଆସୁଛନ୍ତି, ଅର୍ଚ୍ଚନା ବି ଆସି ଥାଇପାରନ୍ତି। ମୋ ହୋଟେଲରେ କୌଣସି ଡିଲ ହୋଇନି। ମୁଁ ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରକୁ ଜାଣିନି।"

ସେପଟେ ଆସନ୍ତା ୫ ତାରିଖରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗl ହାଜର ପରେ ରିମାଣ୍ଡରେ ଆବେଦନ କରିବ ଇଡିl ପୂର୍ବରୁ କୋର୍ଟରେ ହାଜର ପାଇଁ ଆବେଦନ କରିଥିଲା ଇଡିl

ସୂଚନାଯୋଗ୍ୟ, ଅର୍ଚ୍ଚନା ଲିଙ୍କରେ ଇଡି ଏଯାଏଁ ୧୫ ଜଣଙ୍କୁ ସମନ କରିସାରିଥିବା ସମୟରେ ବର୍ତ୍ତମାନ ସୁଦ୍ଧା ଇଡିରେ ହାଜର ହୋଇ ସାରିଛନ୍ତି ୯ ଜଣl ଖଗେଶ୍ୱର ପାତ୍ରକୁ ଇଡି ଗିରଫ କରିବା ପରେ ୧୫ ଜଣଙ୍କୁ ସମନ କରିଥିଲାl

ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ସମାଜସେବୀ ଅମୀୟ ଦାସ, ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନା ଡ୍ରାଇଭର୍ ଚନ୍ଦନ, ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ଖଗେଶ୍ୱର ସହଯୋଗୀ ଅବିନାଶ ପ୍ରିୟଦର୍ଶୀ, ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ, ଜମି ବ୍ୟବସାୟୀ ପ୍ରଭାତ ପତି ବର୍ତ୍ତମାନ ସୁଦ୍ଧା ଇଡିରେ ହାଜର ହୋଇସାରିଛନ୍ତିl

ସେପଟେ ଏମାନଙ୍କ ଭିତରୁ କିଛି ଲୋକ ଦୁଇ ଥର ଜେରା ହେଇ ସାରିଛନ୍ତିl ତେବେ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଶ୍ରଦ୍ଧାଞ୍ଜଳି ବେହେରା ବର୍ତ୍ତମାନ ଫେରାର ହୋଇଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡ଼ିଛିl ତାଙ୍କୁ ଇଡି ବାରମ୍ବାର ସମନ କରୁଥିଲେ ମଧ୍ୟ ସେ ଆଉ ଇଡିରେ ହାଜର ହୋଇନାହାଁନ୍ତିl
Published by:Lipina Das
First published: