ଗଞ୍ଜାମର ସୁନାପୁର ବେଳାଭୂମିରେ ଖୋଲିଲା ଇକୋ-ରିଟ୍ରିଟ୍ ସେଣ୍ଟର; ପର୍ଯ୍ୟଟକଙ୍କ ପାଇଁ ରହିଛି ବୋଟିଂ ସୁବିଧା

ମୁଖ୍ୟ ମନ୍ତ୍ରୀ ନବନୀ ପଟ୍ଟନାୟକ ଏହି ଇକୋ ରିଟ୍ରେଟ ସେଣ୍ଟରକୁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଇକୋ ରିଟ୍ରିଟ୍‌ ହେବା ଦ୍ବାରା ପର୍ଯ୍ୟଟକମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ନେଇ ଲକ୍ଷ୍ୟ ରହିଛି ।

ବ୍ରହ୍ମପୁରର ସୁନାପୁର ବେଳାଭୂମିରେ ଖୋଲିଲା ଇକୋ-ରିଟ୍ରିଟ୍ ସେଣ୍ଟର

ବ୍ରହ୍ମପୁରର ସୁନାପୁର ବେଳାଭୂମିରେ ଖୋଲିଲା ଇକୋ-ରିଟ୍ରିଟ୍ ସେଣ୍ଟର

  • Share this:
News18 Odia Digital

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି। ଜିଲ୍ଲାର ଚିକିଟି ବ୍ଳକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ଆରମ୍ଭ ହେଲା ଇକୋ ରିଟ୍ରିଟ୍‌ ସେଣ୍ଟର। ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହାର ଶୁଭାରମ୍ଭ ହୋଇଛି। ଏହି ଇକୋ ରିଟ୍ରିଟ୍ ସେଣ୍ଟରରେ ପର୍ଯ୍ୟଟକମାନଙ୍କ ନିମନ୍ତେ ଶୋଇବା, ଖାଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଏଭଳି ଇକୋ ରିଟ୍ରିଟ୍‌ ସେଣ୍ଟର କରିବା ଦ୍ବାରା ସୁନାପୁର ବେଳାଭୂମିର ବିକାଶ ହେବା ସାଙ୍ଗକୁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ପର୍ଯ୍ୟଟନ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ିଲା ଗଞ୍ଜାମ। ଜିଲ୍ଲାର ଚିକିଟି ବ୍ଳକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ବୁଧବାର ଠାରୁ ଖୋଲିଛି ଇକୋ ରିଟ୍ରିଟ୍ ସେଣ୍ଟର । ମୁଖ୍ୟ ମନ୍ତ୍ରୀ ନବନୀ ପଟ୍ଟନାୟକ ଏହି ଇକୋ ରିଟ୍ରେଟ ସେଣ୍ଟରକୁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଇକୋ ରିଟ୍ରିଟ୍‌ ହେବା ଦ୍ବାରା ପର୍ଯ୍ୟଟକମାନଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ନେଇ ଲକ୍ଷ୍ୟ ରହିଛି ।

‘‘ପୂର୍ବରୁ ଏଠାରେ ପର୍ଯ୍ୟଟକମାନଙ୍କ ନିମନ୍ତେ ସେଭଳି କୌଣସି ସୁବିଧା ନଥିବା ବେଳେ ଏବେ ଇକୋ ରିଟ୍ରିଟରେ ରହିବା, ଖାଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ସୁଯୋଗ ପାଇପାରିବେ। ସେହିପରି ପର୍ଯ୍ୟଟକମାନଙ୍କ ନିମନ୍ତେ ବୋଟିଂର ବ୍ୟବସ୍ଥା ମଧ୍ୟ ରହିଛି । ସ୍ପଡ଼୍ ବୋଟିଂ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ବୋଟିଂ ରହିଛି। ଯାହାଫଳରେ ପର୍ଯ୍ୟଟକମାନେ ସମୁଦ୍ରରେ ବୋଟିଂ କରି ମଜା ଉଠାଇପାରିବେ। ବିଶେଷ କରି ଛୁଟି କାଟିବା ନିମନ୍ତେ ବାହାର ରାଜ୍ୟ ଓ ଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏହି ଇକୋ ରିଟ୍ରିଟ୍ ସେଣ୍ଟରରେ ରହି ସୌନ୍ଦଯ୍ୟ ପରିବେଶ ଉପଭୋଗ କରିପାରିବେ,’’ କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ଏହି ଅବସରରେ ଚିକିଟି ବିଧାୟକ ଉଷା ଦେବୀ କହିଥିଲେ, ‘‘ସୁନାପୁର ବେଳାଭୂମି ନିକଟରେ ଚିକିଟି ନିର୍ବାଚନ ମଣ୍ଡଳୀ ସହିତ ୪ଟି ବ୍ଳକ ରହିଥିବା ବେଳେ ଏଠିକାର ଲୋକେ ସୁନାପୁର ବେଳାଭୂମିକୁ ନିୟମିତ ଭାବେ ଆସିଥାନ୍ତି । ପୂର୍ବରୁ ସେମାନେ କେବଳ ସମୁଦ୍ର ବେଳାଭୂମିକୁ ଆସି ବୁଲାବୁଲି କରି ଫେରିଯାଉଥିଲେ । କିନ୍ତୁ ବର୍ତ୍ତମାନ କେବଳ ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏହି ଇକୋ ରିଟ୍ରିଟ୍ ସେଣ୍ଟରରେ ରହି ସମୁଦ୍ର ବେଳାଭୂମିର ମଜା ଉଠାଇପାରିବେ। ସୁନାପୁର ବେଳାଭୂମିକର ବିକାଶ ନିମନ୍ତେ ପୂର୍ବରୁ ବିଚ୍ ଫେଷ୍ଟିବାଲ୍‌ ହେଉଥିବା ବେଳେ ଏହି ଇକୋ ରିଟ୍ରିଟ୍‌ ପର୍ଯ୍ୟଟକମାନଙ୍କୁ ଆହୁରି ଆକୃଷ୍ଟ କରିପାରିବ ।’’

ଇକୋ ରିଟ୍ରିଟ୍ ସେଣ୍ଟରରେ ପର୍ଯ୍ୟଟକମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ଆନୁସଙ୍ଗିକ ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ ଇକୋ ରିଟ୍ରିଟ୍ ସେଣ୍ଟରରେ ୨୫ଟି କଟେଜ୍‌ ରହିଛି । ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକେ କିଭଳି ଭାବେ ଏହାକୁ ଗ୍ରହଣ କରୁଛନ୍ତି ତାହାକୁ ଦେଖାଯିବ। ଏହାପରେ ପରବର୍ତ୍ତୀ ସମୟରେ କଟେଜର ସଂଖ୍ୟାକୁ ବୃଦ୍ଧି କରାଯିବ। ସୁନାପୁର ବେଳାଭୂମିରେ ଇକୋ ରିଟ୍ରିଟ୍ ସେଣ୍ଟରକୁ ନେଇ ଜିଲ୍ଲା ଓ ଜିଲ୍ଲା ବାହାରେ ପ୍ରଚାର ପ୍ରସାର କାର୍ଯ୍ୟ ଚାଲୁ ରହିଛି। ଯାହାଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବେଳାଭୂମିରେ ବୃଦ୍ଧି ହେବା ସହିତ ଇେକା ରିଟ୍ରିଟ୍ ସେଣ୍ଟରର ମଧ୍ୟ ମଜା ନେଇପାରିବେ ସମସ୍ତେ। ଏହଛଡ଼ା ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ବ୍ରହ୍ମପୁରର ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ।

‘‘ସୁନାପୁର ବେଳାଭୂମି ଆନ୍ଧ୍ରକୁ ଲାଗି ରହିଥିବା ଯୋଗୁଁ ଗଞ୍ଜାମ ଅପେକ୍ଷା ଏଠାରେ ଆନ୍ଧ୍ର ପର୍ଯ୍ୟଟକମାନଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଥାଏ । ଯାହା ଦ୍ବାରା ଆନ୍ଧ୍ର ପର୍ଯ୍ୟଟକମାନଙ୍କୁ ଏହା ବେଶ ଅଧିକ ମାତ୍ରାରେ ଆକର୍ଷିତ କରିପାରେ । ଜିଲ୍ଲାରେ ସୁନ୍ଦର ସୁନ୍ଦର ବେଳାଭୂମି ରହିଥିବା ସର୍ତ୍ତ୍ବେ ମଧ୍ୟ ଜିଲ୍ଲାବାସୀ ବାହାର ଜିଲ୍ଲା ଓ ରାଜ୍ୟକୁ ଯାଇ ସମୁଦ୍ର ବେଳାଭୂମିର ମଜା ନେଉଛନ୍ତି । ତେଣୁ ଯଦି ଜିଲ୍ଲାରେ ରହିଥିବା ସମୁଦ୍ର ବେଳାଭୂମିର ବିକାଶ ଏଭଳି ସୁନାପୁର ବେଳାଭୂମିର ଯଦି କରାଯାଇପାରିଥାନ୍ତା, ତେବେ ଜିଲ୍ଲାବାସୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ନ୍ତା ନାହିଁ । ସେହିପରି ଇକୋ ରିଟ୍ରିଟ ହେବା ଦ୍ବାରା ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ,’’ କହିଛନ୍ତି ଗଞ୍ଜାମ ଜିଲ୍ଲା ହୋଟେଲ ମାଲିକ ସଙ୍ଘ ସଭାପତି ଉମା ପାଣିଗ୍ରାହୀ।

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଏହି ଇକୋ ରିଟ୍ରିଟ୍ ସେଣ୍ଟର କରାଯିବା ସହିତ ବୋଟିଂର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିଯୋଗୁଁ ଦେଶ ଓ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବ ବୋଲି ଆଶା ରଖିଛି ଜିଲ୍ଲା ପ୍ରଶାସନ।
Published by:Lipina Das
First published:
)}