ବର୍ଜ୍ୟ ବସ୍ତୁରୁ ପ୍ରସ୍ତୁତ ହେଉଛି ଇନ୍ଧନ ଓ ପାଣି: ଭୁବନେଶ୍ୱରରେ ପୂର୍ବତଟ ରେଳବାଇର ସଫଳ ପ୍ରୟାସ

ମଞ୍ଚେଶ୍ବର ସ୍ଥିତ ରେଳଡବା ମରାମତି କାରଖାନାରୁ ପ୍ରତ୍ୟେକ ଦିନ ବାହାରୁ ଥିବା ବର୍ଜ୍ୟବସ୍ତୁକୁ ଏମ୍.ଏଫ୍.ସି. ମଲ୍ଟି ଫଙ୍କସନାଲ କ୍ୟାଟେଲିଷ୍ଟ ସାହଯ୍ୟରେ ତରଳାଇ ଏଥିରୁ ଡିଜେଲ୍, ଗ୍ୟାସ୍, ପାଣି ଓ କାର୍ବନ ପ୍ରସ୍ତୁତ ହେଉଛି ।

ବର୍ଜ୍ୟ ବସ୍ତୁରୁ ପ୍ରସ୍ତୁତ ହେଉଛି ଇନ୍ଧନ ଓ ପାଣି: ଭୁବନେଶ୍ୱରରେ ପୂର୍ବତଟ ରେଳବାଇର ସଫଳ ପ୍ରୟାସ
‘ୱେଷ୍ଟ ଟୁ ଏନର୍ଜି’ (କଚ଼ରାରୁ ଶକ୍ତି) ପ୍ଲାଣ୍ଟ୍
  • News18 Odia
  • Last Updated: January 24, 2020, 10:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପୂର୍ବତଟ ରେଳବାଇର ରେଳଡବା ମରାମତି କାରଖାନାରେ ଆରମ୍ଭ ହୋଇଛି ଏକ ‘ୱେଷ୍ଟ ଟୁ ଏନର୍ଜି’ (କଚ଼ରାରୁ ଶକ୍ତି) ପ୍ଲାଣ୍ଟ୍ । ଭାରତର ଚ଼ତୁର୍ଥ ପ୍ରକଳ୍ପ ଭାବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରେଳ ବିଭାଗର ଏହା ହେଉଛି ପ୍ରଥମ ପ୍ରୟାସ ।

ମଞ୍ଚେଶ୍ବର ସ୍ଥିତ ରେଳଡବା ମରାମତି କାରଖାନାରୁ ପ୍ରତ୍ୟେକ ଦିନ ବାହାରୁ ଥିବା ବର୍ଜ୍ୟ ବସ୍ତୁକୁ ଏମ୍.ଏଫ୍.ସି. ମଲ୍ଟି ଫଙ୍କସନାଲ କ୍ୟାଟେଲିଷ୍ଟ ସାହଯ୍ୟରେ ତରଳାଇ ଏଥିରୁ ଡିଜେଲ୍, ଗ୍ୟାସ୍, ପାଣି ଓ କାର୍ବନ ପ୍ରସ୍ତୁତ ହେଉଛି । ରେଳବାଇର ଏହି ମରାମତି କାରଖାନାରେ ଏକ ଓ୍ବେଷ୍ଟ ଟୁ ଏନର୍ଜି ପ୍ଲାଣ୍ଟଟି ନିକଟରେ ଉଦଘାଟିତ ହୋଇଥିଲା ।

‘‘ପ୍ରତ୍ୟେକ ଦିନ ରେଳଡବା ମରାମତି କାରଖାନାରୁ ପ୍ଲାଷ୍ଟିକ୍, ରବର, ରେକ୍ସିନ୍ ଭଳି ପାଖାପାଖି ୫୦୦ କିଲୋ ବର୍ଜ୍ୟ ବସ୍ତୁ ବାହାରିଥାଏ । ଏହାକୁ ପଲିକ୍ରାକ୍ ଉପାୟରେ ତରଳାଇ ଡିଜେଲ ୩୦ ଭାଗ, କାର୍ବନ୍ ୩୦ ଭାଗ ଓ ନେଚୁରାଲ ଗ୍ୟାସ୍ ୨୦ ଭାଗ ତିଆରି ହୁଏ । ବାକି ଭାଗ ପାଣି ହୋଇ ନିର୍ଗତ ହୁଏ,’’ କହିଛନ୍ତି ରେଳ ମରାମତି କାରଖାନାର ମୁଖ୍ୟ ୱାର୍କସପ୍ ମ୍ୟାନେଜର ସୁବାଷ ଚନ୍ଦ୍ର କର ।

ପାଣିକୁ ହର୍ଟିକଲଚର୍ରେ, କାର୍ବନକୁ ପାୱାର ପ୍ଲାଣ୍ଟରେ ଏବଂ ଗ୍ୟାସକୁ ଏଲ୍.ପି.ଜି ଗ୍ୟାସ୍ ଭାବେ ବ୍ୟବହାର କରିହେବ ବୋଲି ସେ କହିଛନ୍ତି । ଏ ସବୁ ପଦାର୍ଥ କାରଖାନାର ଅନେକ କାର୍ଯ୍ୟରେ ଲାଗୁଥିବା ଯୋଗୁଁ ବର୍ଜ୍ୟ ବସ୍ତୁ ଯୋଗୁଁ ଏଉ ପରିବେଷ ପ୍ରଦୂଷଣ ହେବାର ବିପଦ ନାହିଁ ।

ପରିବେଷ ସୁରକ୍ଷା ସାଙ୍ଗକୁ ବର୍ଜ୍ୟ ବସ୍ତୁର ସଠିକ୍ ପରିଚାଳନା ଦିଗରେ ପୂର୍ବତଟ ରେଳବାଇର ଏହା ଅନ୍ୟତମ ସଫଳ ପ୍ରୟାସ କହିଲେ ଅତ୍ୟୁକ୍ତି ହେବ ।
First published: January 24, 2020, 10:30 PM IST